29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶବାଲାଂଦେଶ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିଥିବା ୧୪ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ବାଲାଂଦେଶ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିଥିବା ୧୪ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଢାକା : ବାଲାଂଦେଶର ଏକ ଅଦାଲତରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୨୧ ବର୍ଷ ତଳେ କରାଯାଇଥିବା ଆକ୍ରମଣର ଏକ ମାମଲାରେ ମଙ୍ଗଳବାର ଦିନ୧୪ ଜଣ ଆତଙ୍କବାଦୀଙ୍କୁ ମୃୃତ୍ୟୁ ଦଣ୍ଡ ଆଦେଶ ଦିଆଯାଇଛି । ଏହି ସମସ୍ତ ଦୋଷୀ ହରକତ-ଉଲ-ଜିହାଦ ବାଲାଂଦେଶୀ ର ସଦସ୍ୟ ବୋଲି ଜଣାଯାଇଛି । ଆତଙ୍କୀ ମାନେ ୨୧ ଜୁଲାଇ ୨୦୦୦ ରେ ଦକ୍ଷିଣ ପଶ୍ଚିମ ଗୋପାଳଗଞ୍ଜର କୋଟଲିପାଡା ସ୍ଥିତ ଏକ ପଡିଆରେ ୭୬ କେ.ଜିର ବମ ଲଗାଇଥିଲେ । ଯେଉଁଠି ଶେଖ ହସୀନା ଏକ ନିର୍ବାଚନୀ ର‌୍ୟାଲି କରିଥାନ୍ତେ । ପ୍ରଧାନମନ୍ତ୍ରୀ ହେଲିକପ୍ଟରରୁ ଓହ୍ଲାଇବା ପୁର୍ବରୁ ସୁରକ୍ଷା ଏଜେନ୍ସି ମାନେ ଏହି ଘଟଣାର ସମ୍ପର୍କରେ ଜାଣିପାରିଥିଲେ ।

ଢାକାର ନ୍ୟାୟାଧୀଶ ଜଜ୍ ଅବୁ ଜାଫର କମରୁଜ୍ଜାମ ମଙ୍ଗଳବାର ଦିନ ଏହି ରାୟ ଶୁଣାଇଛନ୍ତି । ରାୟ ଶୁଣାଯିବା ବେଳେ ୧୪ ଜଣଙ୍କ ମଧ୍ୟରୁ ୯ ଦୋଷୀ ଅଦାଲତରେ ଉପସ୍ଥିତ ଥିଲେ । ଅନ୍ୟ ୫ ଜଣ ଦୋଷୀ ଏବେ ମଧ୍ୟ ଫେରାର ଅଛନ୍ତି । ସେମାନଙ୍କ ଅନୁପସ୍ଥିତିରେ ସେମାନଙ୍କ ବିରୁଦ୍ଧରେ ମକଦମ୍ମା ଚଳାଯାଉଥିଲା ।

ସୂଚନାଯୋଗ୍ୟଯେ, ଆତଙ୍କୀ ମାନେ ୨୦୦୦ ମସିହାରେ ବାଂଲାଦେଶର ଦକ୍ଷିଣ-ପଶ୍ଚିମ ଗୋପାଳଗଞ୍ଜରେ ପୁସ୍ତାଇନି ଗାଁର ଏକ ଖୋଲା ପଡ଼ିଆରେ ଅଲ୍ଟ୍ରା-ଶକ୍ତିଶାଳୀ ବିସ୍ଫୋରକ ଉପକରଣ ବ୍ୟବହାର କରି ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ । ପ୍ରଧାନମନ୍ତ୍ରୀ ଶେଖ ହସିନା ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାପାଇଁ ଯାଇଥିଲେ । ତେବେ ସୁରକ୍ଷା କର୍ମୀମାନେ ସାଧାରଣ ସଭା ପୂର୍ବରୁ ଏହି ବୋମାକୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀଙ୍କୁ ସାଧାରଣ ସଭାରେ ଏକ ବଡ଼ ଦୁଃଖଦ ଦୁର୍ଘଟଣାରୁ ରକ୍ଷା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking