29.1 C
Bhubaneswar
Monday, May 6, 2024
Homeଓଡିଶାସ୍ୱାମୀ ଘର ସମ୍ମୁଖରେ ସ୍ତ୍ରୀର ଧାରଣା

ସ୍ୱାମୀ ଘର ସମ୍ମୁଖରେ ସ୍ତ୍ରୀର ଧାରଣା

 

ମୟୂରଭଞ୍ଜ: ଭାଙ୍ଗି ଯାଉଛି ସଂସାର,ପୋଡି ଯାଉଛି ମନ। ଜଣେ ସଜାଡିବା ପାଇଁ ସହଯୋଗ କରିବାକୁ ଆଗେଇ ଆସିଲା ବେଳେ ଅନ୍ୟଜଣେ ଏଡାଇ ଯାଉଛି। ଗୋଟେପଟେ ଭାଙ୍ଗି ଯାଉଥିବା ସଂସାରକୁ ଯୋଡ଼ି ସାଂସାରିକ ସ୍ଥିତି ସ୍ୱାଭାବିକ କରିବାକୁ ଗୋଟେ ପରିବାର ସହଯୋଗର ହାତ ବଢ଼ାଇଥିବା ବେଳେ ଆଉଗୋଟେ ପରିବାର ମାନବିକତାର ମହାନତା ଭୁଲିଯାଇ ବୁଝାମଣାରୁ ନିଜକୁ ଦୂରେଇ ରଖି ଭାଙ୍ଗି ଯାଉଥିବା ସଂସାରକୁ ଯୋଡ଼ିବାରେ ଅସହଯୋଗ କରି ଚର୍ଚ୍ଚାରେ। ଏଭଳି ଏକ ଦ୍ଵନ୍ଦାତ୍ମକ ପରିସ୍ଥିତିରେ ସ୍ୱାମୀସଂସାର ଫେରିପାଇବା ପାଇଁ ଶ୍ବଶୁର ଘର ସମ୍ମୁଖରେ ସ୍ତ୍ରୀର ଧାରଣା ସାଙ୍ଗକୁ ବାପାର ସ୍ନେହରୁ ବଞ୍ଚିତ ହେବାକୁ ଯାଉଥିବା ନାବାଳକ ପୁଅର ବାପସ୍ନେହ ଓ ଅଧିକାର ପାଇଁ ମାଆ ସହିତ ଧାରଣା ପ୍ରଦର୍ଶନ। ତେବେ ହକ୍‌ ପାଇଁ ସ୍ୱାମୀର ଘର ଆଗରେ ଧାରଣାରେ ବସିଲେ ସ୍ତ୍ରୀ । କାନ୍ଦି କାନ୍ଦି ଶ୍ୱଶୁର ଘରେ ଟିକେ ସ୍ଥାନ ପାଇଁ ନେହୁରା ହୋଇ କବାଟ ବାଡେଇ ଚାଲିଥିଲେ କିନ୍ତୁ କଠୋର ହୃଦୟଧାରୀ ସ୍ୱାମୀକୁ ଶୁଭିଲାନି ନିଜ ସ୍ତ୍ରୀର କାନ୍ଦ ଓ ଛୁଆର ଡାକ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବଡାମତଳିଆ ଗ୍ରାମରେ । ଅଭିଯୋଗ ଅନୁଯାୟୀ, ବଡାମତଳିଆ ଗ୍ରାମର ବିନୋଦ ପରିଡାଙ୍କ ପୁଅ ସିଦ୍ଧାର୍ଥ ପରିଡା ଓ ବାଲେଶ୍ୱର ମାଣିଖମ୍ବ ଗ୍ରାମର ବିଜୟ ରଣାଙ୍କ ଝିଅ ବିଦୁସ୍ମିତା ୧୮ ଫେବୃଆରୀ ୨୦୧୪ରେ ବୈଦିକ ରୀତିନୀତିରେ ବିବାହ କରିଥିଲେ । ବିବାହର କିଛି ମାସ ପର୍ଯ୍ୟନ୍ତ ହସଖୁସିରେ ଚାଲିଥିଲା ସିଦ୍ଧାର୍ଥ ଓ ବିଦୁସ୍ମିତାଙ୍କ ସଂସାର । କିନ୍ତୁ ଗର୍ଭବତୀ ହେବା ପରେ ଆରମ୍ଭ ହୋଇଯାଇଥିଲା ପରିବାର ଲୋକଙ୍କ ଦ୍ୱାରା ଯୌତୁକ ପାଇଁ ମାନସିକ ଓ ଶାରୀରିକ ନିର୍ଯାତନା । ଯୌତୁକ ପାଇଁ ଭ୍ରୁଣ ନଷ୍ଟ ସହ ଘରୁ ତଡି ଦେବାର ଧମକ ପରେ ଭ୍ରୁଣର ସୁରକ୍ଷା ନେଇ ବାପ ଘରକୁ ଚାଲି ଯାଇଥିଲେ ବିଦୁସ୍ମିତା । କିନ୍ତୁ ଛୁଆ ଜନ୍ମ ପରେ ମଧ୍ୟ ପରିବାର ଲୋକଙ୍କ ଦ୍ୱାରା ନିର୍ଯାତନା ନ କମିବା ପରେ ଦୁହେଁ ଅଲଗା ହୋଇଥିଲେ। ବିଦୁସ୍ମିତା ଶାନ୍ତିରେ ସ୍ୱାମୀପରିବାର ସହ ରହିବା ନେଇ ଫେମିଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସିଦ୍ଧାର୍ଥ ଆସନ୍ତା ୩ ମାର୍ଚ୍ଚରେ ଅନ୍ୟ ଏକ ବିବାହ କରିବାକୁ ପ୍ରସ୍ତୁତ ହେଉଥିବା ଖବରପାଇ ବିଦୁସ୍ମିତା ନିଜ ଶଶୁର ଘରକୁ ଆସିଥିଲେ । ଶଶୁର ଘର ଲୋକେ ତାଙ୍କୁ ଗ୍ରହଣ କରୁନଥିବା ବେଳେ ବାଧ୍ୟ ହୋଇ ସ୍ୱାମୀଘର ସମ୍ମୁଖରେ ୩ ଦିନ ହେଲା ଦିନରାତି ଧାରଣାରେ ବସିଥିଲେ। ହେଲେ ନିଷ୍ଠୁର ସ୍ୱାମୀ ଘରୁ ବହାରୁନଥିବା ବେଳେ ସ୍ତ୍ରୀଙ୍କ ୩ଦିନ ଧରି ଧାରଣାରେ ବସିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସର ବହୁ ବୁଝାଶୁଝା ପରେ ବିଦୁସ୍ମିତା ଧାରଣାରୁ ଉଠିଥିଲେ ଓ ପୋଲିସ ତାଙ୍କୁ ନ୍ୟାୟ ଦେବାର ପ୍ରତିଶ୍ରୁତି ସହ ପୋଲିସ ଗାଡ଼ିରେ ଘରକୁ ପହଞ୍ଚାଇଥିବା ଜଣାପଡିଛି। ଏହି ସଂଘର୍ଷ ଭିତରେ ବିଦୁସ୍ମିତା ୮ ବର୍ଷ ବିତିଯାଇଥିଲେ ସୁଦ୍ଧା ନିଜ ସହିତ ୬ ବର୍ଷ ଛୁଆର ଭବିଷ୍ୟତକୁ ଆଖି ଆଗରେ ରଖି ନିର୍ଯାତନା ସହି ମଧ୍ୟ ସ୍ୱାମୀଙ୍କ ବିରୁଦ୍ଧରେ କେବେ ଥାନାର ଦ୍ୱାରସ୍ଥ ହୋଇନଥିବା ବେଳେ ସ୍ୱାମୀ ସିଦ୍ଧାର୍ଥ ଘରକୁ ନ ଡାକିବା ଓ ଦ୍ଵିତୀୟ ବିବାହ କରିବା ନେଇ ପ୍ରସ୍ତୁତ ହେବା ଯୋଗୁଁ ଆଜି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking