29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବାଙ୍କୁଡାରୁ ବିଜେପିକୁ ଟାର୍ଗେଟ କଲେ ମମତା

ବାଙ୍କୁଡାରୁ ବିଜେପିକୁ ଟାର୍ଗେଟ କଲେ ମମତା

ନୂଆଦିଲ୍ଲୀ: ବଙ୍ଗାଳ ନିର୍ବାଚନ ୨୦୨୧ ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆଜି ପୂର୍ବ ମେଦିନିପୁରର କାନ୍ଥୀରେ ପିଏମ ମୋଦି ରାଲିକୁ ସମ୍ବୋଧିତ କରି ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ ଏବଂ କହିଥିଲେ ଦିଦି ୧୦ ବର୍ଷ ବଙ୍ଗାଳରେ ଶାସନ କଲେ । ଏବେ ତାଙ୍କୁ ହିସାବ ଦେବା ଦରକାର । ମାତ୍ର ହିସାବ ଦେବା କଥା କହିଲେ ଦିଦି ଗାଳି ଦେଉଛନ୍ତି । ରାଗୁଛନ୍ତି । ମମତା ବାନାର୍ଜୀ ବର୍ତମାନ ବାଙ୍କୁଡାର ବିଷ୍ଣୁପୁରରେ ଜନସଭାକୁ ସମ୍ବୋଧିତ କରୁଛନ୍ତି । ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଆଜି ବାଙ୍କୁଡାରେ ୩ ଜନସଭାକୁ ସମ୍ବୋଧିତ କରିବେ । ମମତା ବାଙ୍କୁଡାର ଓଁଦା, ସହର ସିଟରେ ଜନସଭା କରିବେ । କହିରଖୁଛୁ, ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୫ ଜିଲ୍ଲାରେ ୩୦ ସିଟରେ ୨୭ ମାର୍ଚ୍ଚରେ ମତଦାନ ହେବ । ମତଦାନ ନେଇ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ଜୋରସୋରରେ ଚାଲିଛି ।
ଜନସଭାରେ ମହିଳାଙ୍କ ବିକାଶ ଉପରେ ମମତା କହିଛନ୍ତି, ମତେ ଝିଅଙ୍କ ଉପରେ ଗର୍ବ ଲାଗୁଛି । ପିଏମ ମୋଦିଙ୍କ ଉପରେ ଟାର୍ଗେଟ କରି କହିଲେ, ମୁଁ ପ୍ରଧାନମନ୍ତ୍ରୀ ଆସନକୁ ସମ୍ମାନ କରେ । ହେଲେ ପ୍ରଧାନମନ୍ତ୍ରୀ ମିଛ କୁହନ୍ତି । ସେ ଆରୋପ ଲଗାଇ କହିଛନ୍ତି ଯେ, ଉତ୍ତରପ୍ରଦେଶରେ ପୁଲିସଙ୍କ ମୁହଁ ଭାଜପାର ଜୁଲମ କାରଣ ପାଇଁ ଆଜି ନିଜ ଚାକିରୀ ଛାଡୁଛନ୍ତି ।
ବିଷ୍ଣୁପୁର ରାଲିରେ ସେ କହିଛନ୍ତି, ନରେନ୍ଦ୍ର ମୋଦି, ଅମିତ ଶାହା ଓ ଅଡାନୀଙ୍କ ଏକ ସିଣ୍ଡିକେଟ ରହିଛି । ଏହି ୩ ଜଣ ମିଶି ଦେଶକୁ ଲୁଟୁଛନ୍ତି । କୃଷକଙ୍କ ଉପରେ ସେମାନେ ଅତ୍ୟାଚାର କରୁଛନ୍ତି । ଆଉ ବଙ୍ଗାଳ ଆସି ବଡ ବଡ କଥା କହୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking