29.1 C
Bhubaneswar
Wednesday, May 8, 2024
Homeଅପରାଧଭାରତୀୟ ଯୁବକଙ୍କୁ କାଲିଫୋର୍ଣ୍ଣିଆରେ ହତ୍ୟା ଘଟଣା: ଜଣେ ଯୁବକଙ୍କ ଆତ୍ମସମର୍ପଣ

ଭାରତୀୟ ଯୁବକଙ୍କୁ କାଲିଫୋର୍ଣ୍ଣିଆରେ ହତ୍ୟା ଘଟଣା: ଜଣେ ଯୁବକଙ୍କ ଆତ୍ମସମର୍ପଣ

କାଲିଫୋର୍ଣ୍ଣିଆ:କାଲିଫୋର୍ଣ୍ଣିଆରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଥିଲା। ଭାରତରୁ ଜଣେ ଯୁବକ ପାଠ ପଢିବା ପାଇଁ କାଲିଫୋର୍ଣ୍ଣିଆ ଯାଇଥିଲେ । ସେଠାରେ ସେ ସୈନ୍ୟ ବର୍ନାରଡିନୋର କାଲିଫୋର୍ଣ୍ଣିଆ ଷ୍ଟେଟ ୟନିଭରସିଟିରେ ପାଠ ପଢିବା ସହ ଏକ ରାସ୍ତା କଡିଆ ହୋଟେଲରେ ପାର୍ଟ ଟାଇମ୍ ଚାକିରୀ କରିଥିଲେ । ହେଲେ ସେଠାରେ ଯୁବକ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ମୃତ ଛାତ୍ର ଜଣକ ହେଲେ ଅଭିଷେକ ସୁଦେଶ ଭଟ୍ଟ ।
ସୂଚନା ଅନୁଯାୟୀ, କାଲିଫୋର୍ଣ୍ଣିଆ ଷ୍ଟେଟ ୟନିଭରସିଟିରେ ଅଭିଷେକ କମ୍ପ୍ୟୁଟର ସାଇନ୍ସ ପଢୁଥିଲେ । ତାଙ୍କ ବୟସ ପ୍ରାୟ ୨୫ବର୍ଷ ହେବ । ଅଭିଷେକ ଏକ ରାସ୍ତା କଡିଆ ହୋଟେଲରେ ପାର୍ଟ ଟାଇମ କାମ ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ କିଛି ଅଜଣା ଆକ୍ରମଣକାରୀ ଗୁଳି କରି ହତ୍ୟା କରିଥିଲେ । ଅଭିଷେକଙ୍କୁ ମାରିବା ସମୟର ପୁରା ଘଟଣା ହୋଟେଲରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ୍ ହୋଇଥିଲା । ତେବେ ଆମେରିକା ପୋଲିସ୍ ଆକ୍ରମଣକାରୀଙ୍କୁ ଏହି ସିସିଟିଭି ପୁଟେଜରେ ଚିହ୍ନିବାକୁ ଚେଷ୍ଟା ଚଳାଇଥିବା ବେଳେ ସାନ୍ ବର୍ଣ୍ଣାଡିନୋ ପୁଲିସ ନିକଟରେ ଜଣେ ଆମେରିକୀୟ ନାଗରିକ ଆତ୍ମସମର୍ପଣ କରିଛି ଅଭିଷେକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା କଥା ରବିବାର ଦିନ ପୁଲିସ କହିଛି।
ସନ୍ଦିଗ୍ଧ ଯୁବକ ଜଣଙ୍କର ବୟସ ପ୍ରାୟ ୪୨ବର୍ଷ ହେବ । ତାଙ୍କ ନାମ ଏରିକ୍ ଟର୍ଣ୍ଣର୍ । ସେ ଶନିବାର ଦିନ ଆସି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା କଥା ସାନ୍ ବର୍ଣ୍ଣାଡିନୋ ପୋଲିସ ବିଭାଗ ସୂଚନା ଦେଇଛି । କେଉଁ କାରଣରୁ ତାଙ୍କୁ ଗୁଳି ମାରି ହତ୍ୟା କରାଗଲା ସେ ବିଷୟରେ ପୁଲିସ ତଦନ୍ତ ଚଳାଇଛି । ମଙ୍ଗଳବାର ଦିନ ଟର୍ଣ୍ଣରଙ୍କୁ ଅଦାଲତରେ ହାଜର କରାଯିବ ବୋଲି ପୋଲିସ ବିଭାଗ ସୂଚନା ଦେଇଥିବା ଜଣାପଡିଛି ।
https://onakhabar.com/2019/11/30/murder-73/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking