37.1 C
Bhubaneswar
Thursday, March 28, 2024
Homeଅପରାଧହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା ଉଠିଲା ସଂସଦରେ

ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା ଉଠିଲା ସଂସଦରେ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ହାଇଦ୍ରାବଦରେ ଘଟିଥିବା ଡାକ୍ତରାଣୀଙ୍କୁ ଗଣ ଦୁଷ୍କର୍ମ କରିବା ପରେ ପୋଡ଼ି ମାରିଦେବା ଘଟଣାକୁ ନେଇ ଏବେ ସମଗ୍ର ଦେଶରେ ଉଦବେଗ ପ୍ରକାଶ ପାଇଛି । ଲୋକେ ଏବେ ରାସ୍ତାକୁ ବାହାରି ପ୍ରତିବାଦ କରିବାରେ ଲାଗିଛନ୍ତି । ଏହି ଘଟଣାର ପ୍ରତିବାଦ ପାର୍ଲାମେଣ୍ଟରେ ବି ଉଠିଛି । ଉଭୟ ରାଜ୍ୟସଭା ଓ ଲୋକସଭାରେ ସଦସ୍ୟମାନେ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁ ଗଭୀର କ୍ଷୋଭ ପ୍ରକାଶ କରିବା ସହ ପ୍ରଚଳିତ ବ୍ୟବସ୍ଥା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବକୁ ଏସବୁ ଘଟଣା ପାଇଁ ପରୋକ୍ଷରେ ଦାୟୀ କରିଛନ୍ତି । ସମଗ୍ର ଦେଶରୁ ଏଭଳି କଳଙ୍କିତ ବ୍ୟବସ୍ଥା ଓ ଦୁଷ୍କର୍ମକାରୀମାନଙ୍କର ମୂଳୋତ୍ପାଟନ ପାଇଁ କଠୋରରୁ କଠୋର ବ୍ୟବସ୍ଥା ଗ୍ରହଣ କରିବାକୁ ଉପରାଷ୍ଟ୍ରପତିଙ୍କ ସମେତ ସମସ୍ତେ ଦାବି ରଖିଛନ୍ତି । ଏପରି କି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ଘଟଣାକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିବା ସହ ସରକାର କଠୋର ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ଲୋକସଭାରେ ସୂଚନା ଦେଇଛନ୍ତି ।

୧. ରାଜନୀତିକ ଇଚ୍ଛାଶକ୍ତି ଆବଶ୍ୟକ: ଉପ-ରାଷ୍ଟ୍ରପତି

ଆଜି ସଂସଦର ଉଭୟ ଗୃହରେ ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାକୁ ନେଇ ସଦସ୍ୟମାନେ ଆଲୋଚନା କରିଥିଲେ । ସଦସ୍ୟମାନଙ୍କ ଉଦବେଗ ଓ ସମାଲୋଚନାକୁ ଦେଖି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଘଟଣାକୁ ନିନ୍ଦା କରି କହିଥିଲେ ଯେ, ଏଭଳି ଘଟଣା କେବଳ ହାଇଦ୍ରାବଦରେ ନୁହେଁ ଏହା ଗୋଟିଏ ରାଜ୍ୟ କି ସହର ଭିତରେ ସୀମିତ ନାହିଁ ଏଭଳି ଘଟଣା ଦେଶର ବିଭିନ୍ନ ଅଂଚଳରେ ଘଟୁଛି । ଏହା ହେଉଛି ସମାଜର କିଛି ଦୁର୍ବଳସ୍ଥିତି । ଏଣୁ ଆମ ବ୍ୟବସ୍ଥାର ପରିବର୍ତ୍ତନ ଆବଶ୍ୟକ ରହିଛି । ଆଇନଗତ ଓ ବ୍ୟବସ୍ଥା ଉଭୟରେ ପରିବର୍ତ୍ତନ ଜରୁରୀ । ଏଭଳି ଘଟଣା ପ୍ରଥମେ ଘଟିନାହିଁ, ଏଥିପାଇଁ ନୂଆବିଲ କେବଳ ଆବଶ୍ୟକ ନୁହେଁ । ଏଥିଲାଗି ରାଜନୀତିକ ଇଚ୍ଛାଶକ୍ତିର ଆବଶ୍ୟକ ରହିଛି । ସମଗ୍ର ଦେଶରୁ ଏହି ସାମାଜିକ ଦୁଷ୍କର୍ମୀମାନଙ୍କୁ ମୂଳତ୍ପାଟନ କରିବା ପାଇଁ କଠୋର ପଦକ୍ଷେପ ନେବା ଆବଶ୍ୟକ ରହିଛି ।

୨. କଠୋର ନିୟମ କରାଯିବ: ରାଜନାଥସିଂହ

 
 
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ହାଇଦ୍ରାବାଦରେ ଯେଉଁ ଘଟଣା ଘଟିଛି ଏହାକୁ ବଡ଼ ଜଘନ୍ୟ ଅମାନବୀୟ ଘଟଣା ଆଉ କିଛି ହୋଇ ନପାରେ । ସମସ୍ତେ ଏହି ଘଟଣାକୁ ଭର୍ତ୍ସନା କରୁଛନ୍ତି । ବିରୋଧୀ ବି ଚାହୁଁଛନ୍ତି ଏଥିରେ ଯିଏ ଅପରାଧୀ ଅଛନ୍ତି ତାକୁ କଠୋରରୁ ଅତି କଠୋର ଦଣ୍ଡ ଦିଆଯାଉଛି । ଏଭଳି ଘଟଣାରେ ଯିଏ ବି ଅପରାଧୀ ଅଛନ୍ତି ସେମାନଙ୍କ ବିରୋଧରେ ଅତି କଠୋରୁ ଅତି କଠୋରତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯେଉଁ ନିୟମ ଆବଶ୍ୟକ ହେବ ତାହା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ମୋ ପାଖରେ ଭାଷା ନାହିଁ କେଉଁ ଭାଷାରେ ଏହି ଘଟଣାକୁ ଭର୍ତ୍ସନା କରିବି । ଆମେ ସମସ୍ତେ ମର୍ମାହତ ।

୩. ଅଭିଯୁକ୍ତକୁ ଲୋକଙ୍କ ହାତକୁ ଦିଅ: ଜୟା ବଚ୍ଚନ

ରାଜ୍ୟସଭା ସାଂସଦ ଜୟା ବଚ୍ଚନ କହିଛନ୍ତି, ବର୍ତ୍ତମାନ ସମୟ ଆସିଛି ନିର୍ଭୟା ହେଉ କି କଠୋରା କି ହାଇଦ୍ରାବାଦ ହେଉ ଯେଉଁ ଘଟଣା ଘଟିଛି ଲୋକେ ଚାହୁଁଛନ୍ତି ସରକାର ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ । ଏଭଳି କିଛି ଦେଶ ଅଛି ଏଭଳି ଘଟଣା ସେଠାରେ ଘଟିଲେ ଲୋକେ ଏହା ଉପରେ ନ୍ୟାୟ ଦେଇଥାନ୍ତି । ଏହା କଠୋର ହେଲେ ବି ମୋର ପ୍ରସ୍ତାବ ହେଉଛି ଏଭଳି ଲୋକମାନଙ୍କୁ ସର୍ବସମ୍ମୁଖକୁ ଆଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ।

୪. ମୂଳତ୍ପୋଟନ ପାଇଁ ସମସ୍ତେ ଆଗେଇ ଆସନ୍ତୁ: ଗୁଲାମନବୀ ଆଜାଦ

କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଗୁଲାମନବୀ ଆଜାଦ କହିଛନ୍ତି, ଏଭଳି ଘଟଣାକୁ ସମଗ୍ର ଦେଶରୁ ମୂଳତ୍ପାଟନ କରିବାକୁ ହେଲେ ସମଗ୍ର ସମାଜକୁ ଆଗେଇ ଆସିବାକୁ ପଡ଼ିବ । ପ୍ରତିସ୍ତରରେ ଆଗେଇ ଆସିବାକୁହେବ । ସବୁସ୍ଥାନରେ ଏହି ଘଟଣାର ପ୍ରଚାର ହେବା ଦରକାର । ଏହା କେବଳ ଲୋକସଭା କି ବିଧାନସଭା କିମ୍ବା କିଛି ସଂସ୍ଥା ମଧ୍ୟରେ ପ୍ରଚାର ହେବା ବଦଳରେ ସର୍ବତ୍ର ଏହାର ଆଲୋଚନା ଆବଶ୍ୟକ ରହିଛି ।

୫. କଠୋରରୁ କଠୋର ଦଣ୍ଡ ଦିଆଯାଉ: ଅମର ପଟ୍ଟନାୟକ

ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ଅପରାଧୀକୁ ଧରି କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକ ରହିଛି । କିନ୍ତୁ ଅଭିଯୁକ୍ତମାନଙ୍କ ମାଆ ଯେଉଁ ବକ୍ତବ୍ୟ ରଖିଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ । କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯେତେବେଳେ ଅଭିଯୁକ୍ତଙ୍କ ମାଆ କହିଲେଣି ସେତେବେଳେ ଆମକୁ ଏହା ଉପରେ ଚିନ୍ତାକରି ଅତି କଠୋର କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।

୬. ବ୍ୟବସ୍ଥାର ପରିବର୍ତ୍ତନ ହେଉ: ଅଶ୍ୱିନୀ ବୈଷ୍ଣବ

ବିଜେପି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏସବୁ ଘଟଣାରେ ଯେଉଁ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି ତାହା ବହୁତ କମ୍ । ଆମକୁ ବ୍ୟବସ୍ଥାର ପରିବର୍ତ୍ତନ କରିବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ରହିଛି । ଯାହାଦ୍ୱାରା ଭବିଷ୍ୟତରେ ଏଭଳି ଘଟଣା ଆଉ ଘଟିବ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking