28.9 C
Bhubaneswar
Wednesday, April 17, 2024
Homeଅପରାଧଅନ୍ୟ ଯୁବକ ସହିତ କଥା ହେବାରୁ ଗୋଟିଏ ଚଟକଣିରେ ଗାର୍ଲଫ୍ରେଣ୍ଡଙ୍କ ଜୀବନ ଦୀପ ଲିଭାଇ ଦେଲେ...

ଅନ୍ୟ ଯୁବକ ସହିତ କଥା ହେବାରୁ ଗୋଟିଏ ଚଟକଣିରେ ଗାର୍ଲଫ୍ରେଣ୍ଡଙ୍କ ଜୀବନ ଦୀପ ଲିଭାଇ ଦେଲେ…

ମୁମ୍ବାଇ : ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ନିଛକ ସତ୍ୟ | ଗତ ଶନିବାର ଜଣେ ଯୁବକ ନିଜ ଗାର୍ଲଫ୍ରେଣ୍ଡଙ୍କୁ ଏପରି ଶକ୍ତ ଚାପୁଡ଼ା ମାରିଛି ଯେ ତାଙ୍କର ପ୍ରାଣ ବାୟୁ ଉଡି ଯାଇଛି । ଏଥିପାଇଁ ପୋଲିସ୍ ଆକସ୍ମିକ ମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।
ମାନଖୁର୍ଦ ପୋଲିସ୍ ଥାନାର ବରିଷ୍ଠ ନୀରିକ୍ଷକ ନୀତିନ ବାହାଡ଼େ ରବିବାର କହିଛନ୍ତି ଯେ ୩୫ବର୍ଷ ବୟସ୍କା ସୀତା ପ୍ରଧାନ ନାମ୍ନୀ ମହିଳାଙ୍କୁ ସାର୍ବଜନିକ ଶୈାଚାଳୟ ନିକଟରେ ଅନ୍ୟ ଜଣଙ୍କ ସହ କଥା ହେଉଥିବା ଦେଖି ତାଙ୍କ ବୟ​‌ଫ୍ରେଣ୍ଡ ରାଜୁ ପୂଜାରୀ ୟାଲ୍ଲପା ତାଙ୍କୁ ଚାପୁଡ଼ା ମାରିଥିଲେ। ଏହା ପରେ ସେ ବେହୋଶ ହୋଇ ଯାଇଥିଲେ। ତେଣୁ ତୁରନ୍ତ ତାଙ୍କୁ ଘାଟକୋପରର ରାଜାବାଡ଼ି ହସ୍ପିଟାଲକୁ ନିଆଯାଇଥିଲା,ସେଠାରେ ତାଙ୍କୁ ମୃତ ଘୋଷିତ କରି ଦିଆଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking