26.1 C
Bhubaneswar
Wednesday, May 8, 2024
Homeକରୋନାପୁତ୍ରକୁ ମୁଖାଗ୍ନି ଦେଇ ଫେରୁଥିଲେ ପିତା, ଘରୁ ମିଳିଲା ଆଉ ଜଣେ ପୁତ୍ରଙ୍କ ଶବ

ପୁତ୍ରକୁ ମୁଖାଗ୍ନି ଦେଇ ଫେରୁଥିଲେ ପିତା, ଘରୁ ମିଳିଲା ଆଉ ଜଣେ ପୁତ୍ରଙ୍କ ଶବ

ନୂଆଦିଲ୍ଲୀ : କରୋନା ପାଇଁ ଆଜି ଅନେକ ପରିବାର ସର୍ବସ୍ୱାନ୍ତ ହୋଇଯାଉଛନ୍ତି । ପଶ୍ଚିମ ନୋଇଡ଼ାର ଜଲାଲପୁର ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ପୁତ୍ରର ଅନ୍ତିମ ସଂସ୍କାର କରି ଘରକୁ ଫେରୁଥିବା ପିତା ଜାଣି ନଥିଲେ ଯେ ତାଙ୍କୁ ପୁଣି ଥରେ ଶ୍ମଶାନ ଘାଟକୁ ଯିବାକୁ ପଡ଼ିବ ବୋଲି । ଦୁଇଜଣ ପୁତ୍ରଙ୍କୁ କରୋନାରେ ହରାଇ ପିତା ବେସାହାରା ହୋଇ ପଡ଼ିଛନ୍ତି । ଜଲାଲପୁର ଗ୍ରାମର ଅତର ସିଂହଙ୍କ ପୁତ୍ର ପଙ୍କଜଙ୍କର କରୋନାରେ ମୃତ୍ୟୁ ଘଟିଥିଲା । ପଙ୍କଜଙ୍କୁ ମୁଖାଗ୍ନି ଦେଇ ଘରକୁ ଫେରିଥିଲେ ଅତର । ତେବେ ଘରେ ସେ ତାଙ୍କର ଆଉ ଜଣେ ପୁତ୍ର ଦୀପକଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ତାଙ୍କୁ ପୁଣି ପୁତ୍ରର ଶବକୁ କାନ୍ଧ ଦେବାକୁ ପଡ଼ିବ, ଏକଥା ଅତର ସ୍ୱପ୍ନରେ ସୁଦ୍ଧା ଭାବିନଥିବେ । ଦୁଇ ଯବାନ ପୁତ୍ରଙ୍କୁ ହରାଇବା ଦୁଃଖରେ ମିୟମ୍ରାଣ ହୋଇ ଅତର ବାରମ୍ବାର ବେହୋସ୍ ହୋଇଯାଇଥିଲେ । ଜଲାଲପୁର ଗ୍ରାମରେ ଗତ ୧୦ ଦିନ ମଧ୍ୟରେ ମୋଟ ୨୪ ଜଣଙ୍କ ମୃତ୍ୟୁ ଘଟିଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking