32.1 C
Bhubaneswar
Friday, April 26, 2024
Homeଓଡିଶାବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର

ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର

ଭୁବନେଶ୍ୱର: ବଦଳିଲେ ଭୁବନେଶ୍ୱର ମହାନଗର ନିଗମ( ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ୧୯୯୭ ବ୍ୟାଚ୍‌ର ଆଏଏସ୍‌ ସଞ୍ଜୟ କୁମାର ସିଂଙ୍କୁ ବିଏମ୍‌ସି କମିଶନର ଭାବେ ନିଯୁକ୍ତ କରାଯାଇଛି। ତେବେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଜିଏ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତ ପାଇଛନ୍ତି। ସଞ୍ଜୟ କୁମାର ସିଂ ଏବେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ଅଛନ୍ତି। ବିଏମସି କମିସନର ସହିତ ବିଡିଏ ଉପାଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ଓ ଭୁବନେଶ୍ୱର ସ୍ମାର୍ଟ ସିଇଓ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ସେହିପରି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଜେନେରାଲ ଆଡମିନଷ୍ଟ୍ରେସନ ବିଭାଗରେ (ଜିଏ) ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି(ଓଏସଡି) ଦାୟିତ୍ୱ ଦିଆଯାଇଛି। ବିଷ୍ଣୁପଦ ସେଠୀଙ୍କୁ ସୂଚନା ଲୋକ ସମ୍ପର୍କ ବିଭାଗର ଦାୟିତ୍ୱ ଦିଆଯାଇଇଛି । ପୂର୍ବରୁ ସଞ୍ଜୟ ସିଂ ଏହି ଦାୟିତ୍ୱରେ ଥିଲେ । ପୂର୍ତ୍ତ ସଚିବ ଡ଼.କ୍ରିଷନ କୁମାରଙ୍କୁ ଇଡ଼କୋ ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking