31.1 C
Bhubaneswar
Monday, May 20, 2024
Homeଓଡିଶାବଢୁଛି ବେଆଇନ୍ ଇଟାଭାଟି, ପ୍ରଶାସନ ସାଜିଛି ନିରବଦ୍ରଷ୍ଟା

ବଢୁଛି ବେଆଇନ୍ ଇଟାଭାଟି, ପ୍ରଶାସନ ସାଜିଛି ନିରବଦ୍ରଷ୍ଟା

ନର୍ଲା : ଉଦୁ ଉଦିଆ ଖରା ସାଙ୍ଗକୁ ଇଟା ଭାଟିର ଧୁଆଁରେ ପରିପୂର୍ଣ୍ଣ ହୋଇ ପଡୁଛି ପରିବେଶ l ଗୋଟିଏ କି ଦୁଇଟି ନୁହେଁ ଛତୁ ଫୁଟିଲା ଭଳି ସହ ସହ ସଂଖ୍ଯାରେ ଇଟାଭାଟି ଖୋଲିବାରୁ ଏବେ ଗ୍ରାମାଞ୍ଚଳ ର ପରିବେଶ ଦୂଷିତ ହେବାରେ ଲାଗିଛି l ପ୍ରତି ଗାଁ ଗାଁରେ ଚାଳିଛି ବେଆଇନ ଇଟା ଭାଟି l ପରିବେଶ ପ୍ରଦୁଷଣ ଏବଂ ଜଙ୍ଗଳ କ୍ଷୟ କୁ ରୋକିବା ପାଇଁ ସରକାର ମାଟି ଇଟା ତିଆରୀ କରିବା ତଥା ମାଟି ଇଟା ପୋଡିବା ଉପରେ ରୋକ୍ ଲଗାଇଛନ୍ତି l ତେବେ ୨୦୧୦ ମସିହାରେ ଜାତୀୟ ଗ୍ରୀନ ଟ୍ର୍ଯୁବନାଲ୍ ଆଇନ୍ ଅନୁସାରେ ଇଟା ଭାଟି ବନ୍ଦ କରିବା ପାଇଁ ସର୍ବୋଚ୍ଚ ନ୍ଯାୟାଳୟ ନିର୍ଦ୍ଧେଶ ଦେଇଥିଲେ l ହେଲେ କଳାହାଣ୍ଡି ଜିଲ୍ଲା ରେ ତାହାର ଖୁଲମ୍ ଖୁଲା ଉଲ୍ଲଙ୍ଘନ ଚାଲିଥିଲେ ବି ସବୁ ଜାଣି ଶୁଣି ପ୍ରଶାସନ ଚୁପ୍ ବସୁଥିବା ଅଭିଯୋଗ ହେଉଛି l

ଜିଲ୍ଲାରେ ଥିବା କର୍ଲାମୁଣ୍ଡା ତହସିଲ ର ବିଭିନ୍ନ ଗାଁ ମାନଙ୍କରେ ବେଆଇନ ଭାବେ ମାଟି ଇଟା ତିଆରି କରି ଚାଲିଛିନ୍ତି ଇଟା ମାଫିଆ l କିଏ ନଇ, ନାଳ ପଠାରେ ତିଆରି କରୁଛି ତ ପୁଣି କିଏ ଯୋର ଏବଂ ନିଜ ଚାଷ ବିଳ ରେ ତିଆରୀ କରୁଛନ୍ତି ଇଟା ଭାଟି l ଫଳରେ ଦିନକୁ ଦିନ ଇଟା ଭାଟି ବଢିବା ସାଙ୍ଗକୁ ଜଙ୍ଗଳ ଏବେ ପଦା ହେବାର ଲାଗିଛି l ବନ ବିଭାଗ ନିରବ ଦ୍ରଷ୍ଟା ସାଜିବା କାରଣରୁ ସ୍ଥାନୀୟ ଜଙ୍ଗଳ ରୁ ମୁଲ୍ଯବାନ ଗଛ ଚୋରୀ କରି ଇଟା ପୋଡୁଛନ୍ତି ମାଫିଆ l ଯାହା ଫଳରେ ସରକାର ଙ୍କ ବିପୁଳ ରାଜସ୍ବ ହାନି ଘଟୁଛି l ଅନ୍ଯପଟେ ଇଟା ଭାଟି ଧୁଆଁରେ ପରିବେଶ ଦୂଷିତ ହେବା ଯୋଗୁଁ ଅତିଷ୍ଟ ହୋଇ ପଡିଛନ୍ତି ଅଞ୍ଚଳ ବାସୀ l କେବଳ ଏତିକି ନୁହେଁ ସରକାରୀ ଜମିରେ ମଧ୍ଯ ମାଟି ଖୋଲି ଇଟା ତିଆରି କରୁଛନ୍ତି ମାଫିଆ l

ନଭେମ୍ବର ମାସରୁ ପ୍ରତିଦିନ ହଜାର ହଜାର ଇଟା ପୋଡି ବିକ୍ରି କରି ବେଶ ମୁନାଫା ହେଉଛନ୍ତି ମାଫିଆ l ହେଲେ ଇଟା ମାଫିଆଙ୍କୁ ପଚାରୀବାରୁ ସେମାନେ ନିଜେ ଘର ତିଆରୀ କରିବା ପାଇଁ ଇଟା ପକାଉଥିବା ସଫେଇ ଦେଇଛନ୍ତି l କିନ୍ତୁ ଏତିପ୍ରତି ନାଁ ତହସିଲ୍ ପ୍ରଶାସନ ର ନିଘା ଅଛି କି ନାଁ ଅଛି ପୋଲ୍ଯୁସନ୍ ବୋର୍ଡ୍ ବିଭାଗ ର ନିଘା l ଫଳରେ କାହାରିକୁ ଖାତିର ନକରି ମାଫିଆମାନେ ବେଧଡକ ଭାବେ ମନଇଚ୍ଛା ଇଟା ବ୍ଯବସାୟ କରୁଥିବା ଅଭିଯୋଗ ହେଉଛି l ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଚଢାଉ କରିବା ପାଇଁ ସାଧାରଣ ରେ ଦାବି ହେଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking