29.1 C
Bhubaneswar
Sunday, May 5, 2024
Homeଅପରାଧସମ୍ପତି ପାଇଁ ବାପକୁ ଗଳାକାଟି ହତ୍ୟା- ମୃତଦେହ ପୋଡ଼ି ଦେବାକୁ ଉଦ୍ୟମ

ସମ୍ପତି ପାଇଁ ବାପକୁ ଗଳାକାଟି ହତ୍ୟା- ମୃତଦେହ ପୋଡ଼ି ଦେବାକୁ ଉଦ୍ୟମ

ମଥୁରା: ପୈତୃକ ସମ୍ପତ୍ତି ଲୋଭରେ ଜଣେ ୨୩ ବର୍ଷୀୟ ଯୁବକ ତା ବାପାଙ୍କ ଗଳାକାଟି ହତ୍ୟା କରିଛି । ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଯୁବକ ଜଣକ ତା ବାପାଙ୍କ ଶବ ଜାଳି ଦେବା ପାଇଁ ମଧ୍ୟ ଉଦ୍ୟମ କରିଥିବା ଜଣାପଡ଼ିଛି । ମଥୁରା ଅଞ୍ଚଳର ନର୍ହୁଲି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ବିଭତ୍ସ କାଣ୍ଡ । ମୃତବ୍ୟକ୍ତି ଜଣକ ଅଞ୍ଚଳର ୫୫ ବର୍ଷୀୟ ଅମୃତ ଲାଲ୍ ବୋଲି ଜଣାପଡ଼ିଥିବା ବେଳେ ହତ୍ୟାକରୀ ଜଣକ ତଥା ତାଙ୍କ ପୁଅ ଭିନିତ୍ ବୋଲି ପୁଲିସ୍ ସୂଚନା ଦେଇଛି ।
ଘଟଣା ଅନୁସାରେ ଭିନିତ୍‌ଙ୍କ ମା’ ତାଙ୍କ ବାପଘରକୁ (ଅସୁସ୍ଥ ବାପାଙ୍କୁ ଦେଖିବାକୁ) ଯାଇଥିବା ବେଳେ ଭିନିତ୍ ଏଭଳି କାଣ୍ଡ ଘଟାଇଥିଲା । ଭିନିତ୍ ବହୁବାର ପୈତୃକ ସମ୍ପତ୍ତି ବିକ୍ରି କରିବା ପାଇଁ ତା ବାପା ଅମୃତଲାଲ୍‌ଙ୍କୁ କହିଥିବା ବେଳେ ଏଥିରେ ସେ ରାଜି ନହେବାରୁ ଶେଷ ନିଷ୍ପତ୍ତି ସ୍ୱରୂପ ଭିନିତ୍ ଆଜି ତା ବାପାଙ୍କ ଗଳାକାଟି ହତ୍ୟା କରିଥିଲା । ହତ୍ୟା କରିବା ପରେ ହଡ଼ବଡ଼େଇ ଯାଇ ଭିନିତ୍ ତା’ ମା’ଙ୍କୁ ଫୋନ୍ କରି ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା କହି ଡାକିଥିଲା । ତାଙ୍କ ମା’ ଆସି ଘରେ ପହଞ୍ôଚବା ପରେ ପୁଅର କତ୍ତୃତ୍ୱ ଦେଖି କୋହଭରା ହେବା ସହ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଅମୃତଙ୍କ ଶବ ଜବତ କରିବା ସହ ଭିନିତ୍‌କୁ ଗିରଫ କରିଛି । ପୁଲିସ୍ ସୂଚନାନୁସାରେ ବାପାଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଭିନିତ୍ ତାଙ୍କ ଶବ ପୋଡ଼ିବାକୁ ଉଦ୍ୟମ କରି ବିଫଳ ହେବା ପରେ ତା’ ମା’ଙ୍କୁ ଫୋନ୍ ଯୋଗେ ସୂଚନା ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking