37.1 C
Bhubaneswar
Saturday, May 18, 2024
Homeଅପରାଧସ୍ତ୍ରୀକୁ ପୋଡି ହତ୍ୟା କରିବା ପରେ ବିଏସପି ନେତା ଫେରାର

ସ୍ତ୍ରୀକୁ ପୋଡି ହତ୍ୟା କରିବା ପରେ ବିଏସପି ନେତା ଫେରାର

ଗାଜିଆବାଦ: ଯୌତୁକ ଦାବି ପୂରଣ କରିନପାରିବାରୁ ଜଣେ ବହୁଜନ ସମାଜବାଦୀ ପାର୍ଟିର ନେତା ତାଙ୍କ ସ୍ତ୍ରୀଙ୍କୁ ପୋଡି ହତ୍ୟା କରିଛନ୍ତି।ଏହାପରେ ଚିକିତ୍ସା କରିବା ବାହାନାରେ ସମ୍ଭଲ ହସ୍ପିଟାଲକୁ ଆଣି ଫେରାର ହୋଇଯାଇଛନ୍ତି। ରବିବାର ଅପରାହ୍ନରେ ତାଙ୍କ ଶ୍ବଶୁର ଘର ଲୋକ ଆସି ଯେତେବେଳେ ପହଁଞ୍ଚିଥିଲେ ବିଏସପି ନେତାଙ୍କ ବିରୋଧରେ ମାମଳା ରୁଜୁ କରିଥିଲେ। ମୃତ ମହିଳାଙ୍କ ଭାଇ ଦୀପକ କହିଛନ୍ତି ତାଙ୍କ ଭଉଣୀ ଭାରତୀଙ୍କ ବିବାହ ୨୦୦୦ ମସିହାରେ ଶାସ୍ତ୍ରୀ ନଗରରେ ରହୁଥିବା ବିଏସପି ନେତା ମୋହନଲାଲଙ୍କ ଓରଫ ବବିଙ୍କ ସହ ହୋଇଥିଲା।

ବାହାଘର ପରେ ମୋହନଲାଲ ଓ ତାଙ୍କର ପରିବାର ଲୋକ ଭାରତୀଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉତିଲେ। ଦୀପକ ଅଭିଯୋଗ କରିଛନ୍ତି ଯେ ବିବାହ ପରେ ମୋହନଲାଲଙ୍କ ବାପା ୫ଲକ୍ଷ ଟଙ୍କା ଆହୁରି ନେଇଛନ୍ତି। ଏହାପରେ ୨ ମାର୍ଚ୍ଚରେ ମୋହନଲାଲ ଭାରତୀଙ୍କୁ ନିଜ ସହ ଆଣି ମଧୁବନ ବାପୁ କଲୋନୀରେ ରହୁଥିଲେ ଓ ଗତ ମାସ ୧୩ ତାରିଖ୍ରେ ଭାରତୀଙ୍କ ଉପରେ ଥିନର ପକାଇ ଜଳାଇ ଦେଇଛନ୍ତି। ପୋଲିସ ନିଜର ତଦନ୍ତ ପରେ କହିଛି ଭାରତୀଙ୍କୁ ପୂର୍ବରୁ ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଏହାପରେ ତାଙ୍କୁ ସମ୍ଭଲର ଏକ ହସ୍ପିଟାଲରେ ଭର୍ତ୍ତି କରି ଫେରାର ହୋଇଯାଇଥିଲେ। ପୋଲିସ ଏବେ ମାମଲା ରୁଜୁ କରି ବିଏସପିର ଏହି ନେତା ଜଣଙ୍କ ସନ୍ଧାନରେ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking