30.1 C
Bhubaneswar
Thursday, April 25, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧକିବ୍ ଦଖଲ ଉଦ୍ୟମ: ଏୟାର୍‌ଷ୍ଟ୍ରାଇକ୍ ଜୋରଦାର କଲା ରୁଷ୍‌, ୪ ମୃତ

କିବ୍ ଦଖଲ ଉଦ୍ୟମ: ଏୟାର୍‌ଷ୍ଟ୍ରାଇକ୍ ଜୋରଦାର କଲା ରୁଷ୍‌, ୪ ମୃତ

କିଭ୍‌: ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ୧୭ ଦିନରେ ପହଞ୍ôଚଥିବା ବେଳେ କିଭ୍ ଦଖଲ ପାଇଁ ଜୋରଦାର ପ୍ରୟାସ ଚଳାଇଛି ରୁଷ୍ । ପୂର୍ବାପେକ୍ଷା ଆକ୍ରମଣକୁ ରୁଷ୍ ଜୋରଦାର କରିଥିବା ବେଳେ ଶନିବାର ୟୁକ୍ରେନ୍‌ର ବ୍ରୋବରୀରେ ଲଗାତାର ଏୟାର୍ ଷ୍ଟ୍ରାଇକ୍ କରିଚାଲିଛି ରୁଷୀ ସେନା । ମଧ୍ୟାହ୍ଣ ୧୨.୩୦ ସୁଦ୍ଧା ଏଥିରେ ୟୁକ୍ରେନ୍‌ର ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ ରୁଷ୍ ସେନାକୁ ଘେରିବା ପାଇଁ ତଥା ୟୁକ୍ରେନ୍‌କୁ ସହାୟତା ସ୍ୱରୂପ ଆମେରିକା ୧୪ ହଜାର ସେନାକୁ ଯୁଦ୍ଧସ୍ଥଳକୁ ପଠାଇଥିବା ଜଣାପଡ଼ିଛି । ଏହାସହ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, କୌଣସି ବି ପରିସ୍ଥିତିରେ ନାଟୋର ସମସ୍ତ କ୍ଷେତ୍ରକୁ ସୁରକ୍ଷା ଦେବା ପାଇଁ ଆମେ ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ । ଏହାସହ ୟୁକ୍ରେନ୍ ପାଇଁ ଯେଭଳି ତୃତୀୟ ବିଶ୍ୱ ଯୁଦ୍ଧ ଆରମ୍ଭ ନହେବ ସେଥିପାଇଁ ମଧ୍ୟ ପ୍ରସ୍ତୁତି କରାଯାଉଥିବା ଜୋ ବାଇଡେନ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking