32.1 C
Bhubaneswar
Friday, April 26, 2024
Homeଓଡିଶାମମିତା ହତ୍ୟା ଘଟଣା ର ତଦନ୍ତ ନେଇ ପ୍ରଶ୍ନ ଉଠାଇଲେ ପ୍ରତାପ ଷଡ଼ଙ୍ଗୀ

ମମିତା ହତ୍ୟା ଘଟଣା ର ତଦନ୍ତ ନେଇ ପ୍ରଶ୍ନ ଉଠାଇଲେ ପ୍ରତାପ ଷଡ଼ଙ୍ଗୀ

କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ଠାରେ ଚାଲୁଥିବା ସନ୍ ସାଇନ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କର ନିର୍ମମ ହତ୍ୟା ଘଟଣା ସାରା ଦେଶର ଅନ୍ତରାତ୍ମାକୁ ଆନ୍ଦୋଳିତ କରିଛି। ଏହି ଘଟଣାରେ ମୁଁ ଅତ୍ୟନ୍ତ ବିଚଳିତ ହୋଇ ପଡ଼ିଛି। ଏହା ଅତ୍ୟନ୍ତ ଘୃଣ୍ୟ, ଜଘନ୍ୟ ଏବଂ ନିନ୍ଦନୀୟ ଅଟେ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି  1

ସେ କହିଛନ୍ତି ଯେ ମମିତା ମେହେର ସ୍କୁଲରେ ଚାଲୁଥିବା ବିବିଧ ଅନୈତିକ କାର୍ଯ୍ୟକ୍ରମରେ ଅସନ୍ତୁଷ୍ଟ ହୋଇ ଆସୁ ନଥିଲେ। ତାଙ୍କୁ ସ୍କୁଲର ମାଲିକ ଗୋବିନ୍ଦ ସାହୁ ବୈଠକ ଅଛି ବୋଲି ଡ଼କାଇ ପଠାଇଲେ। ବାଟରେ ଆସୁଥିବା ବେଳେ ମମିତାଙ୍କୁ ଗୋବିନ୍ଦ ସାହୁ ତାଙ୍କ କାରରେ ନେଇ ଭବାନୀପାଟଣାରେ କିଛି ଜିନିଷ କିଣାକିଣି କରି ଆସିଲା ବେଳେ ବାଟରେ ଗାଡ଼ି ଭିତରେ ତଣ୍ଟି ଚିପି ହତ୍ୟା କରିଛନ୍ତି। ଗୋବିନ୍ଦ ସାହୁ ଏହା ସ୍ଵୀକାର କରିଛନ୍ତି ବୋଲି ଗଣମାଧ୍ୟମରୁ ଜଣାପଡ଼ିଛି।

ବର୍ତ୍ତମାନ ପ୍ରଶ୍ନ ଉଠୁଛି:
୧. ଗୋବିନ୍ଦ ସାହୁ ତାଙ୍କୁ ରାସ୍ତାରୁ କାହିଁକି ନେଲେ?
୨. ଯଦି ନେଲେ ପୁଣି ବାଟରେ ହତ୍ୟା କଲେ କାହିଁକି?
୩. ପୂର୍ବଦିନରୁ JCB ଲଗାଇ ଗାତ ଖୋଳାଇଥିଲା କିଏ ଓ କାହିଁକି?
୪. ତେବେ ଏହା କ’ଣ ଏକ ସୁପରି କଳ୍ପିତ ଷଡଯନ୍ତ୍ର?
୫. କେଉଁ ଘଟଣାକୁ ଲୁଚାଇବା ପାଇଁ ଅଥବା କାହାକୁ ସୁରକ୍ଷା ଦେବା ପାଇଁ ଏହି ହତ୍ୟା କରାଗଲା କି?
୬. ହତ୍ୟା କରିବା, ଶବ ପୋଡ଼ିବା ଓ ପୋତିବା ଆଦି କାମରେ ଆଉ କିଏ ସମ୍ପୃକ୍ତ?
୭. ଭବାନୀପାଟଣା ନେଇଯିବା କ’ଣ ଏହି ଷଡ଼ଯନ୍ତ୍ରର ଅଂଶ ବିଶେଷ?
୮. ଗୋବିନ୍ଦ ସାହୁ ପୋଲିସ ହେପାଜତରୁ ଖସିଗଲା କିପରି?
୯. ଏଥିରେ କୌଣସି ରାଜନୈତିକ ବା ଅନ୍ୟ ଚାପ ଥିଲା କି?
୧୦. ଯଦି ଥିଲା ତେବେ କାହାର?
୧୧. ଯେଉଁ ମନ୍ତ୍ରୀ ମାନଙ୍କ ସମ୍ପୃକ୍ତି ବିଷୟରେ କୁହାଯାଉଛି ସେ ବିଷୟରେ କି ତଦନ୍ତ ହୋଇଛି? ସରକାର ଏ ବିଷୟରେ ସ୍ପଷ୍ଟୀକରଣ ଦେବା ଆବଶ୍ୟକ।
୧୨. ସେହି ସ୍କୁଲରେ ଥିବା Underground ଘର କାହିଁକି ଅଛି? ସେଠାରେ କି କାମ ହୁଏ?
୧୩. ମନ୍ତ୍ରୀ କ’ଣ ସେଠାରେ ଯାଇ ରହୁଥିଲେ? ଯଦି ହଁ ତେବେ କାହିଁକି?
୧୪. ପୋଲିସ୍ କ’ଣ ଗୃହମନ୍ତ୍ରୀଙ୍କ ବିରୋଧରେ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ କରିପାରିବ?
୧୫. ରାଜ୍ୟ ସରକାର ଏହାକୁ ସିବିଆଇକୁ ନିରପେକ୍ଷତା ଦୃଷ୍ଟିରୁ ହସ୍ତାନ୍ତର କରିବା ଉଚିତ ନୁହେଁ କି?
୧୬. ଅଥବା ମନ୍ତ୍ରୀଙ୍କୁ ଇସ୍ତଫା ଦିଆ କରାଇ ତଦନ୍ତ କରାଇବେ କି?
୧୭. ମମିତାଙ୍କ ସହିତ ଦୁଷ୍କର୍ମ କରା ଯାଇଥିଲା କି?

ଓଡ଼ିଶାବସୀ ଏ ସବୁ ପ୍ରଶ୍ନର ଉତ୍ତର ଚାହୁଁଛନ୍ତି। ଆଶା କରୁଛି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମୌନବ୍ରତ ଭାଙ୍ଗି, ଆଇନ୍ ତା ବାଟରେ ଯିବ ବୋଲି ଗୋଟିଏ ଶସ୍ତା ଘୋଷଣା ନକରି ଓଡ଼ିଶାବସୀଙ୍କୁ ସବୁ ବିଷୟରେ ଜଣାନ୍ତୁ ଓ ଆଇନର ବାଟରେ ଯେତେ ବାଧା ସେ ଓ ତାଙ୍କ ସରକାର କରିଛନ୍ତି ସେସବୁ କୁ ହଟାଇ ମମିତାକୁ ନ୍ୟାୟ ଦିଅନ୍ତୁ। ବେବିନା, ଇତିଶ୍ରୀ ପରି କଥାକୁ ଚାପି ଦେବେ ନାହିଁ। ନହେଲେ ଓଡ଼ିଶାବାସୀ ଆପଣଙ୍କୁ କ୍ଷମା ଦେବେ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking