28.1 C
Bhubaneswar
Saturday, April 27, 2024
Homeଓଡିଶାଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ପାଇଁ ଦେବାକୁ ପଡୁଛି ହାତଗୁଞ୍ଜା

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ପାଇଁ ଦେବାକୁ ପଡୁଛି ହାତଗୁଞ୍ଜା

ମାଲକାନଗିର : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ପାଇଁ ରୋଗୀଙ୍କୁ ଦେବାକୁ ପଡୁଛି ହାତ ଗୁଞ୍ଜା । ଅର୍ଥ ନଦେଲେ ମିଳୁନି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା । କିଛି ଏଭଳି ସଙ୍ଗିନ୍ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ଥି ଶଲ୍ୟ (ଅର୍ଥପେଡିକ) ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ନାମରେ । ରୋଗୀ ସେବା ସମୟରେ ରୋଗୀଙ୍କ ପରିବାରବର୍ଗଙ୍କୁ ଜୋରଜବରଦସ୍ତ ଉତ୍କୋଚ ନେଉଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀ ନିଜ ହାତ ଭାଙ୍ଗିଯାଇଥିବାବେଳେ ପ୍ଲାଷ୍ଟର କରିବା ପାଇଁ ଯାଇଥିଲେ । ସେଠାରେ ତାଙ୍କର ପ୍ଲାଷ୍ଟର କରିବା ସମୟରେ ରୋଗୀଙ୍କ ପରିବାର ଲୋକଙ୍କୁ ଲାଞ୍ଚ ମାଗିଥିଲେ । ତେବେ ସରକାରୀ ନିୟମ ଅନୁଯାୟୀ ଜିଲ୍ଲା ଚିକିତ୍ସାଳୟରେ ସମସ୍ତ ରୋଗୀ ସେବା ମାଗଣାରେ ହେବା ପାଇଁ ନିୟମ ରହିଛି । ଏହି ନିୟମକୁ ଉଲ୍ଲଙ୍ଘନ କରି କର୍ମଚାରୀ ମାନେ ରୋଗୀଙ୍କ ସମ୍ପର୍କୟଙ୍କୁ ବାଧ୍ୟ କରି ଲାଞ୍ଚ ମାଗିଥିଲେ । ଫଳରେ ବାଧ୍ୟ ହୋଇ ରୋଗୀଙ୍କ ସମ୍ପର୍କୀୟ ଜଣକ ୧୦୦ ଟଙ୍କା ଦେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ବିଭାଗର କର୍ମଚାରୀ ଜଣକ ୨୦୦ ଟଙ୍କା ଦେବା ପାଇଁ ବାଧ୍ୟ କରିବା ପରେ ସେ ୨୦୦ ଟଙ୍କା ଲାଞ୍ଚ ଆକାରରେ ଦେବାକୁ ବାଧ୍ୟ ହୋଇଥିଲେ । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି , ସେହି ଲାଞ୍ଚ କାରବାର ସମୟରେ ସେହି ସ୍ଥାନରେ ଅସ୍ଥି ଶଲ୍ୟ ବିଭାଗର ଡାକ୍ତର ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ରୋଗୀଙ୍କ ସମ୍ପର୍କୀୟ ଜଣଙ୍କ ଏହାର ଭିଡିଓ ଉତ୍ତୋଳନ କରିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଥିଲା । ଏ ନେଇ ମାଲକାନଗିରି ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଶିବ ପ୍ରସାଦ ମହାରଣାଙ୍କୁ ପଚାରିବାରୁ ସେ ଏଭଳି କୌଣସି ଅଭିଯୋଗ ପାଇ ନଥିବା କହିଛନ୍ତି । ସତ୍ୟାସତ୍ୟ ଯାଞ୍ଚ ସହ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଉନ୍ନତ ମାନର ରୋଗୀ ସେବା ଏବଂ ଅନ୍ୟାନ୍ୟ ସେବା ଯୋଗାଇବା ପାଇଁ ରାଜ୍ୟରେ କାୟାକଳ୍ପ ଯୋଜନାରେ ପ୍ରଥମ ସ୍ଥାନ ହାସଲ କରିଥିଲା । କିନ୍ତୁ ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ଜିଲ୍ଲା ଚିକିତ୍ସାଳୟର କର୍ମଚାରୀ ଓ ଅଧିକାରୀଙ୍କ ରୋଗୀ ସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗକୁ ୫-ଟି ଅଧିନକୁ ନେଇଥିବା ସତ୍ତ୍ୱେ କର୍ମଚାରୀଙ୍କ ଏଭଳି ମନୋଭାବ ଯୋଗୁଁ ରୋଗୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking