30.1 C
Bhubaneswar
Wednesday, April 24, 2024
Homeଓଡିଶାଆସୁଛି ବାତ୍ୟା, ୨୬ରେ ଛୁଇଁବ ଉପକୂଳ

ଆସୁଛି ବାତ୍ୟା, ୨୬ରେ ଛୁଇଁବ ଉପକୂଳ

ଭୁବନେଶ୍ୱର : ମେ’ ମାସ ୨୧ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବା ସହିତ, ଉକ୍ତ ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ଦିଗରୁ ବାୟୁ ସକ୍ରିୟ ହେବା ସହ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି । ମୌସୁମୀ ବାୟୁର ଉପସ୍ଥିତି, ଉପଯୋଗୀ ବାୟୁମଣ୍ଡଳୀୟ ଏବଂ ସାମୁଦ୍ରିକ ସ୍ଥିତି ଯେପରିକି ସଙ୍କଳନ ପାଇଁ ଅନୁକୂଳ ପରିବେଶ, ସମୁଦ୍ରପୃଷ୍ଠରୁ ତାପମାତ୍ରା ମଧ୍ୟ ଆଣ୍ଡାମାନ ସାଗର ଉପରେ ସ୍ଥିର ମେଘ ଏବଂ ବଙ୍ଗୋପସାଗର ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ପାଗ ୨୨ତାରିଖ ବେଳକୁ ସକ୍ରିୟ ହେବାର ସମ୍ଭାବନା ରହିଛି । ତେଣୁ ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୨୨ତାରିଖ ବେଳକୁ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୭୨ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ-ଓଡ଼ିଶା ଉପକୂୂଳରେ ୨୬ତାରିଖ ସନ୍ଧ୍ୟା ସମୟରେ ପହଞ୍ଚିବା ସମ୍ଭାବନା ଅଛି ।

ବର୍ଷାଜନିତ ଚେତାବନୀ:
୨୫ତାରିଖ ରାତିଠାରୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏରୁ ୨ଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ଏବଂ ପରବର୍ତ୍ତୀ ସମୟରେ ବର୍ଷାର ତୀବ୍ରତା ବୃଦ୍ଧିହେବା ସହିତ ବିସ୍ତାରର ବୃଦ୍ଧିହେବାର ସମ୍ଭାବନା ରହିଛି ।

ପବନଜନିତ ଚେତାବନୀ:
୨୩ ତାରିଖ ବେଳକୁ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ତଥା ଝଟ୍‌କା ପବନ ଘଣ୍ଟା ପ୍ରତି ୬୫ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି । ୨୩ ତାରିଖ ଏବଂ ପରବର୍ତ୍ତୀ ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ତଥା ଝଟକା ପବନ ଘଣ୍ଟା ପ୍ରତି ୭୦କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧିହେବାର ସମ୍ଭାବନା ରହିଛି ଏବଂ ୨୪ରୁ ୨୬ତାରିଖ ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ତଥା ଓଡ଼ିଶା-ପଶ୍ଚିମବଙ୍ଗଳା ଦେଶ ଉପକୂଳରେ ପବନ ଆହୁରି ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି ।

ମତ୍ସ୍ୟଜୀବୀମାନଙ୍କ ପାଇଁ ଜାରିହୋଇଥିବା ଚେତାବନୀ:
ମତ୍ସ୍ୟଜୀବୀମାନଙ୍କୁ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳରେ ଏବଂ ଉତ୍ତର ବଙ୍ଗୋପସାଗର ତଥା ଓଡ଼ିଶା ଉପକୂଳ ମଧ୍ୟକୁ ୨୫ରୁ ୨୭ତାରିଖ ପର୍ଯ୍ୟନ୍ତ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଇଛି । ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ୨୩ତାରିଖ ସୁଦ୍ଧା ଉପକୂଳକୁ ଫେରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking