24.1 C
Bhubaneswar
Thursday, May 9, 2024
Homeଓଡିଶାକୋରୋନା ଆକ୍ରାନ୍ତଙ୍କୁ ଭୁଲ୍ ଇଞ୍ଜେକ୍ସନ୍‌, ଭିମସାରରେ ତୀବ୍ର ଉତ୍ତେଜନା

କୋରୋନା ଆକ୍ରାନ୍ତଙ୍କୁ ଭୁଲ୍ ଇଞ୍ଜେକ୍ସନ୍‌, ଭିମସାରରେ ତୀବ୍ର ଉତ୍ତେଜନା

ସମ୍ବଲପୁର : ବୁର୍ଲା ଭୀମସାର କୋଭିଡ୍ ହସ୍ପିଟାଲ୍‌-୧ ରେ ଜଣେ କୋଭିଡ୍ ଆକ୍ରାନ୍ତଙ୍କୁ ଭୁଲରେ ଡବଲଡୋଜ ଇଞ୍ଜେକ୍ସନ ଦିଆଯାଇଥିବା ଜଣାପଡ଼ିବା ପରେ ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । ହସ୍ପିଟାଲ୍ ଭିତରକୁ ଶତାଧିକ ଲୋକ ଧସେଇ ପଶି ହଙ୍ଗାମା କରିଥିଲେ । ଏହି ତ୍ରୁଟିକୁ ନିଜେ ଆକ୍ରାନ୍ତ ଅଭିଯୋଗ କରିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ହସ୍ପିଟାଲ୍ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ସୂଚନା ଅନୁଯାୟୀ, ବୁର୍ଲା ଭିମସାର ହୃଦ୍‌ରୋଗ ବିଭାଗରେ କାର୍ଯ୍ୟରତ ଜଣେ ନର୍ସ କମଳା ନାୟକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବ ପରେ ତାଙ୍କୁ ଭିମସାର କୋଭିଡ୍ ହସ୍ପିଟାଲ୍‌-୧ ଚିକିତ୍ସା କରାଯାଉଥିଲା । ଗତକାଲି ସକାଳେ ତାଙ୍କୁ ଏକ ରେମଡେସିଭିର୍ ନାମକ ଇଞ୍ଜେକ୍ସନ୍ ଦିଆଯାଇଥିଲା । ପୁଣି ସନ୍ଧ୍ୟା ସମୟରେ ତାଙ୍କୁ ଆଉଜଣେ ନର୍ସ ପୁଣି ଥରେ ସେହି ଇଞ୍ଜେକ୍ସନ୍‌ର ଆଉ ଏକ ଡୋଜ ଦେଇଥିଲେ । କୋଭିଡ୍ ରୋଗୀଙ୍କୁ ଉକ୍ତ ଇଞ୍ଜେକ୍ସନ୍ ମାତ୍ର ଗୋଟିଏ ଡୋଜ୍ ଦିଆଯିବା ନିୟମ ଥିବା ବେଳେ ତାଙ୍କୁ ଦୁଇଟି ଡୋଜ୍ ଦେବା ଅନୁଚିତ୍‌, କାରଣ ଅଧିକ ଡୋଜ୍ ହେଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ହେବା ଆଶଙ୍କା ରହିଛି । ଏହା ପ୍ରାଣଘାତି ମଧ୍ୟ ହୋଇପାରେ ବୋଲି ଚିକିତ୍ସାଧୀନା ନର୍ସ ଜଣଙ୍କ ପ୍ରକାଶ କରିଛନ୍ତି । ତେବେ ଏନେଇ କମଳା ନାୟକ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଏହାଶୁଣି ଆତଙ୍କିତ ହୋଇପଡ଼ିଥିବା ତାଙ୍କ ପରିବାର ଲୋକ ଓ ବହୁ ସଂଖ୍ୟକ ଅଞ୍ଚଳବାସୀ ଆସି କୋଭିଡ୍ ହସ୍ପିଟାଲ୍ ରେ ପହଞ୍ଚି ହସ୍ପିଟାଲ ଭିତରକୁ ଧସେଇ ପଶିଥିଲେ । ସେଠାରେ ନିୟୋଜିତ ପୁଲିସ କର୍ମଚାରୀ ଓ ସୁରକ୍ଷାକର୍ମୀ ମଧ୍ୟ ଉତ୍ତ୍ୟକ୍ତ ଲୋକଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ । ପରେ ଘଟଣା ସ୍ଥଳକୁ ବୁର୍ଲା ପୁଲିସ ସଦଳବଳେ ଆସି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ପ୍ରୟାସ କରି ବିଫଳ ହୋଇଥିଲା । ପରିବାର ଲୋକେ ବିନା ପରାମର୍ଶରେ ଦୁଇଟି ଡୋଜ୍ ଇଞ୍ଜେକ୍ସନ୍ ଦେଇଥିବା ଦୋଷୀ ନର୍ସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ କୋଭିଡ୍ ହସ୍ପିଟାଲରେ ଉତ୍ତେଜନା ଲାଗିରହିଥିଲା । ଭିମସାର କୋଭିଡ୍ ହସ୍ପିଟାଲ୍‌ରେ କାର୍ଯ୍ୟରତ ନର୍ସ କେଉଁ ଉଦ୍ଦେଶ୍ୟରେ ଓ କାହିଁକି ଏପରି ବଡ଼ ଭୁଲ କଲେ ତାହା ବର୍ତ୍ତମାନ ଭିମସାର କୋଭିଡ୍ ହସ୍ପିଟାଲରେ ଚିକିତ୍ସାକୁ ନେଇ ସହରବାସୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking