28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗବରାଦ ଭୋଗ ଉପରେ ଲାଗିଲା କଟକଣା

ବରାଦ ଭୋଗ ଉପରେ ଲାଗିଲା କଟକଣା

ପୁରୀ : ପୁରୀ ଶ୍ରୀମନ୍ଦିର ମହାପ୍ରସାଦ ଉପରେ ଲାଗିଛି କଟକଣା । ବରାଦ ଭୋଗ ଉପରେ ଲାଗିଛି ଏହି କଟକଣା । ଅତି ଆବଶ୍ୟକ ହେଲେ ମହାପ୍ରସାଦ ଶ୍ରଦ୍ଧାଳୁଙ୍କୁ ଦିଆଯିବ । କିନ୍ତୁ ଜିଲ୍ଲା ବାହାରର ଲୋକଙ୍କ ମହାପ୍ରସାଦ ଦେବା ମନା ହୋଇଛି । ଏନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ ସୂଚନା ଦେଇଛନ୍ତି । ପୁରୀରେ ମଧ୍ୟ କରୋନା ସ୍ଥିତି ଅଣାୟତ୍ତ । ଏବେ କେବଳ ପୁରୀ ସହରର ଲୋକମାନଙ୍କୁ ଭୋଗ ଦିଆଯିବ । ସଂକ୍ରମଣ ଭୟ ରହୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ଏନେଇ ସୁଆର ମହାସୁଆର ନିଯୋଗ ସଂପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ସୂଚନା ଦେଇଛନ୍ତି ।
କରୋନା ସ୍ଥିତିକୁ ଦେଖିଲେ ପୁରୀ ଜିଲ୍ଲାରେ ଆଜି ସୁଦ୍ଧା ୪୪୨୩ ଜଣ ଆକ୍ରାନ୍ତ ହୋଇଛନ୍ତି । ୧୬ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ୩୨୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୧୪୫ଜଣ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking