33.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଅନୁଭବଙ୍କ ଛାଡ଼ପତ୍ର ପିଟିସନ୍ : ଅକ୍ଟୋବର ୭ରେ ଶୁଣାଣି

ଅନୁଭବଙ୍କ ଛାଡ଼ପତ୍ର ପିଟିସନ୍ : ଅକ୍ଟୋବର ୭ରେ ଶୁଣାଣି

ଭୁବନେଶ୍ୱର: ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଅନୁଭବ ମହାନ୍ତିଙ୍କ ପିଟିସନ୍ ଦାଖଲ ମାମଲାରେ ଆସନ୍ତା ଅକ୍ଟୋବର ୭ ତାରିଖରେ କରାଯିବ । ଗତ ଜୁଲାଇ ମାସ ୧୬ ତାରିଖରେ ଅନୁଭବ ପିଟିସନ ଦାଏର କରିଥିଲେ । ପିଟିସନ୍ ପୂର୍ବରୁ ଆପୋସ ଆଲୋଚନାରେ ଅଲଗା ପାଇଁ ଚେଷ୍ଟା କରିଥିଲେ । ବର୍ଷାଙ୍କୁ ମେସେଜ୍ ଓ ଇ- ମେଲ୍ ଜରିଆରେ ଲେଖି ଚେଷ୍ଟା କରିଥିଲେ । ଗତ ଜାନୁୟାରୀ/ ଫେବୃୟାରୀ ମାସରୁ ଅନୁଭବ ଚେଷ୍ଟା କରିଥିଲେ । ଅସଫଳ ହେବାରୁ ଛାଡ଼ପତ୍ର ଲାଗି ପିଟସନ୍ ଦାଏର କରିଛନ୍ତି । ଏନେଇ ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ ସୂଚନା ଦେଇଛନ୍ତି । ବାହାଘର ପରେ ଉଦ୍ଭୟଙ୍କ ମଧ୍ୟରେ ଶାରୀରିକ ସଂପର୍କ ନଥିଲା । ବର୍ଷା ଅନୁଭବଙ୍କ ପରିବାର ସହ ରୁକ୍ଷ ବ୍ୟବହାର କରୁଥିଲେ । ଏଥିସହ ପରିବାର ସହ ଭଲ ସଂପର୍କ ମଧ୍ୟ ରଖିନଥିଲେ ବୋଲି ଅନୁଭବଙ୍କ ଓକିଲ ସୂଚନା ଦେଇଛନ୍ତି ।
ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅନୁଭବ ମହାନ୍ତି ପିଟିସନ ଫାଇଲ କରିଛନ୍ତି । ସେ ଛାଡପତ୍ର ପିଟିସନ ଦାଖଲ କରିଥିବା ସୂଚନା ମିଳିଛି । ୪୭ ପୃଷ୍ଠାର ପିଟିସନରେ ପତ୍ନୀ ବର୍ଷାଙ୍କ ବିରୋଧରେ ଅନୁଭବ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଶାରୀରିକ ସଂପର୍କ ପାଇଁ ବର୍ଷା ରାଜି ହେଉନଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ । ଶାରୀରିକ ସଂପର୍କ ସ୍ଥାପନ ନ ହେବାରୁ ଅସହଜ, ଅସୁଖୀ ମନେ କରୁଥିଲେ ଅନୁଭବ । ବାହାଘରର ପ୍ରଥମ ଦିନ ସଂପର୍କ ରଖିବାକୁ ବର୍ଷା ଅରାଜି ଥିଲେ । ଶାରୀରିକ ସଂପର୍କ ରଖିବାକୁ ବର୍ଷା ୩/୪ ମାସ ସମୟ ମାଗିଥିଲେ । ଅନୁଭବ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସମୟ ଦେଇଥିଲି । ରାଜ୍ୟସଭା ସାଂସଦ ହେବା ପରେ ଦିଲ୍ଲୀରେ ବର୍ଷାଙ୍କ ସହ ରହିଥିଲି । ଦିଲ୍ଲୀରେ ଶାରୀରିକ ସଂପର୍କ ରଖିବାକୁ ଚେଷ୍ଟା କରି ନିରାଶ ହୋଇଥିଲେ ଅନୁଭବ । ଦିଲ୍ଲୀ ରହଣି ପରେ ଉଭୟେ କଟକ ଫେରିଥିଲୁ । କଟକକୁ ଫେରିବା ପରେ ବର୍ଷା ଖୁସିଥିବା ଉଲ୍ଲେଖ କରିଛନ୍ତି ଅନୁଭବ । ପରେ କଟକ ଫେରିଲେ ଆମର ସଂପର୍କ ରହିବ ବୋଲି କହିଥିଲେ ବର୍ଷା । କିନ୍ତୁ ସେ ସଂପର୍କ ନରଖି ପୁଣି ୭/୮ ମାସ ସମୟ ମାଗିଥିଲେ । ବର୍ଷା କେବେ ବୈବାହିକ ଖୁସି ଦେଇନଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ । ବର୍ଷା ସବୁବେଳେ ଅନୁଭବଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ । ଶାଶୁଘରେ ନରହି ଅଧିଂକାଶ ସମୟ ବାପଘରେ ରହୁଥିଲେ ବର୍ଷା । ସେ ଶାଶୂଘର ଖାଦ୍ୟ ପସନ୍ଦ କରୁନଥିବା ଅନୁଭବ ଅଭିଯୋଗ କରିଛନ୍ତି । ଅନୁଭବ ଆହୁରି ମଧ୍ୟ କହିଛନ୍ତି, ଶାଶୁଘର ଲୋକଙ୍କ ସହ ସେ ମିଶୁନଥିଲେ, ବାପଘର ଯିବାକୁ ବାହାନା କରୁଥିଲେ । ସହଅଭିନେତ୍ରୀଙ୍କ ସହ ସଂପର୍କ ଥିବା ମିଥ୍ୟା ଅଭିଯୋଗ କରୁଥିଲେ ବର୍ଷା । ମିଥ୍ୟା କେସରେ ତାଙ୍କୁ ଓ ତାଙ୍କ ପରିବାରକୁ ଫସାଇବାକୁ ଧମକ ଦେଉଥିଲେ ବର୍ଷା । ବାପଘର ଲୋକଙ୍କ ଆଗରେ ବର୍ଷା ଅନୁଭବଙ୍କୁ ଅପମାନିତ କରୁଥିଲେ । ବାଧ୍ୟ ହୋଇ ବର୍ଷାଙ୍କୁ ତାଙ୍କ ଇଚ୍ଛାରେ ବଂଚିବାକୁ ଛାଡି ଦେଇଥିଲି । ଭଲ ପତ୍ନୀ ଓ ଭଲ ବୋହୂ ହେବାରେ ବର୍ଷା ବିଫଳ ହୋଇଛନ୍ତି । ବର୍ଷାଙ୍କ ସହ ରହିବାକୁ ଅନିଚ୍ଛା ପ୍ରକାଶ କରିଥିବା ପିଟିସନରେ ଅନୁଭବ ଉଲ୍ଲେଖ କରିଛନ୍ତି । ୨୦୧୯ ମେ ୧ରୁ ଦୁହେଁ ଅଲଗା ରହିଆସୁଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking