28.1 C
Bhubaneswar
Saturday, April 27, 2024
Homeଓଡିଶାଆସୁଛି ଲଘୁଚାପ

ଆସୁଛି ଲଘୁଚାପ

ଭୁବନେଶ୍ୱର: ଲଘୁଚାପ ଜରିଆରେ ଓଡିଶାରେ ପହଂଚିପାରେ ମୌସୁମୀ । ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଆସନ୍ତା ୧୧ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏନେଇ ଆଇଏମଡି ଡିଜି ମୃତ୍ୟୁଜଂୟ ମହାପାତ୍ର ସୂଚନା ଦେଇଛନ୍ତି । ୧୧ ସୁଦ୍ଧା ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆଇଏମଡି ଡିଜି କହିଛନ୍ତି । ପ୍ରତିବର୍ଷ ଜୁନ୍ ୧୦/୧୨ ଭିତରେ ଓଡିଶାରେ ମୌସୁମୀ ପହଂଚିଥାଏ । ଏଥର ମଧ୍ୟ ସେହି ତାରିଖ ସୁଦ୍ଧା ପହଂଚିବା ଆଶା କରାଯାଉଛି । ଜୁନରେ ଓଡିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଛି ।

ଅନ୍ୟପଟେ , ଗତକାଲି ରାଜ୍ୟର ପ୍ରାୟ ସବୁ ସ୍ଥାନରେ ପାରଦ ୩୫ ଡିଗ୍ରୀ ତଳେ ଥିଲା। ଏହାରି ଭିତରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ୨୪ ଘଣ୍ଟା ଭିତରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ଦକ୍ଷିଣ-ଆଭ୍ୟନ୍ତରୀଣ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି କନ୍ଧମାଳ, ଗଞ୍ଜାମ, ଗଜପତି ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking