29.1 C
Bhubaneswar
Thursday, April 25, 2024
Homeଖେଳୟୁରୋ କପ ପାଇଁ ପର୍ତ୍ତୁଗାଲ ଟିମ ଘୋଷଣା

ୟୁରୋ କପ ପାଇଁ ପର୍ତ୍ତୁଗାଲ ଟିମ ଘୋଷଣା

ନୂଆଦିଲ୍ଲୀ: ଷ୍ଟାର ଫରୱାର୍ଡ କ୍ରିଷ୍ଟିୟାନୋ ରୋନାଲ୍ଡଙ୍କ ଅଧିନାୟକତ୍ୱରେ ପର୍ତ୍ତୁଗାଲ ଟିମ ୟୁରୋପିଅନ ଫୁଟବଲ ଚାମ୍ପିୟନସିପ (ୟୁରୋ ୨୦୨୦)ରେ ନିଜ ରେକର୍ଡ ରକ୍ଷା କରିବା ପାଇଁ ମଇଦାନକୁ ଓହ୍ଲାଇବ । କୋଚ୍ ଫର୍ଣ୍ଣାଡୋ ସାନ୍ତୋଷ, ଆସନ୍ତା ମାସରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ପାଇଁ ୨୬ ସଦସ୍ୟ ବିଶିଷ୍ଟ ଟିମର ଚୟନ କରିଛନ୍ତି । ଯେଉଁଥିରେ ରୋନାଲ୍ଡଙ୍କ ସାହାଯ୍ୟ ପାଇଁ ବ୍ରୁନୋ ଫର୍ଣ୍ଣାଡିସ, ବର୍ଣ୍ଣାଡୋ ସିଲ୍ୱା, ଡିଏଗୋ ଜୋଟା ଓ ଜୋଆଓ ଫେଲିକ୍ସ ସାମିଲ ରହିଛନ୍ତି । ସ୍ପୋର୍ଟିଂ ଲିସବନର ୨୨ ବର୍ଷୀୟ ଫରୱାର୍ଡ ପେଡ୍ରୋ ଗୋଂସାବ୍ଲେସଙ୍କୁ ବି ଟିମରେ ସାମିଲ କରାଯାଇଛି । ସେ ଏହାପୂର୍ବରୁ କେବେ ବି ରାଷ୍ଟ୍ରୀୟ ଦଳ ପକ୍ଷରୁ ଖେଳିନାହାନ୍ତି । ପର୍ତ୍ତୁଗାଲ ଟିମ ୨୭ ମେ ରୁ ପ୍ରାକ୍ଟିସ କ୍ୟାମ୍ପରେ ଭାଗ ନେଇଛି । ଗୋଲକିପରରେ ଏନ୍ଥୋନୀ ଲୋପ୍ସ, ରୁଇ ପେଟ୍ରିସିଓ, ରୁଇ ସିଲ୍ୱା ରହିଛନ୍ତି । ସେହିଭଳି ଡିଫେଣ୍ଡର୍ସରେ ଜୋଆଓ କ୍ୟାଂସଲୋ, ନେଲସନ ସେମେଡୋ, ଜୋସ ଫୋଣ୍ଟେ, ପେପେ, ରେବେନ ଡାୟସ, ନୃନୋ ମେଣ୍ଡେସ, ରାଫେଲ ଗୁଏରେରୋ । ମିଡଫିଲ୍ଡର୍ସରେ ଡେନିଲୋ ପରେରା, ଜେଆଓ ପାଲ୍‌ହିହ୍ନା, ରୋବେନ ନେବ୍ସ, ବ୍ରୁନୋ ଫର୍ଣ୍ଣାଡିସ, ଜୋଆଓ ମୋଟିହ୍ନୋ, ରେନାଟୋ ସାଂଚସେ, ସର୍ଜିଓ ଅଲିବେରା, ଓ ବିଲିୟମ କାର୍ବୋହ୍ଲୋ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking