28.1 C
Bhubaneswar
Saturday, May 11, 2024
Homeଅପରାଧସ୍ୱିପର-ସିକ୍ୟୁରିଟି ଗାର୍ଡଙ୍କ ପ୍ରେମ ସମ୍ପର୍କ : ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା....

ସ୍ୱିପର-ସିକ୍ୟୁରିଟି ଗାର୍ଡଙ୍କ ପ୍ରେମ ସମ୍ପର୍କ : ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା….

ଗଞ୍ଜାମ : ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସ୍ୱିପର ଓ ସିକ୍ୟୁରିଟି ଗାର୍ଡ ମଧ୍ୟରେ ପ୍ରଥମେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ପରେ ପ୍ରତାରଣା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଆଜି ଖଲ୍ଲିକୋଟ ପୁଲିସ ସିକ୍ୟୁରିଟି ଗାର୍ଡକୁ ଗିରଫ କରି ଜେଲ ହାଜତକୁ ପଠାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, କହ୍ନେଇପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଜଣେ ୩୮ ବର୍ଷୀୟ ମହିଳା ସ୍ୱିପରଙ୍କ ସହ ସେଠାରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ରମ୍ଭା ଥାନା ଅନ୍ତର୍ଗତ କାଠ ଛାଲିଆ ଗ୍ରାମର ନାରାୟଣ ଦାସ(୨୬)ଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା । ବିବାହର ପ୍ରତିଶ୍ରୁତି ଦେଇ ଗତ ପ୍ରାୟ ୮ ମାସ ହେଲା ନାରାୟଣ ସ୍ୱାମୀ ପରିତ୍ୟକ୍ତ ମହିଳା ସ୍ୱିପରଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରି ଆସୁଥିଲେ । ବର୍ତ୍ତମାନ ବିବାହ କରିବା ପାଇଁ କହିବାରୁ ଗାର୍ଡ ଜଣକ ଅସ୍ୱୀକାର କରିବା ସହ ଜୀବନରେ ମାରି ଦେବା ପାଇଁ ଧମକ ଦେଇଥିବା ନେଇ ପୀଡିିତା ମହିଳା ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଖଲ୍ଲିକୋଟ ଥାନାରେ ମାମଲା ରୁଜୁ ହୋଇଛି । ଏସଆଇ ହିମାଂଶୁ ଶେଖର ପାତ୍ର ଓ ଅମ୍ବିକା ବେଣିଆ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଆଜି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଛି । ପରେ ପୋଲିସ ଅଭିଯୁକ୍ତ ନାରାୟଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣା ଖଲ୍ଲିକୋଟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking