27.1 C
Bhubaneswar
Thursday, April 25, 2024
Homeକରୋନାଭାରତରେ ହ୍ରାସ ପାଉଛି ଆର୍‌-ଭାଲ୍ୟୁ : ଫେବୃଆରୀ ୬ ସୁଦ୍ଧା ଶୀର୍ଷରେ ପହଞ୍ଚିବ କୋଭିଡ୍ ଲହର 

ଭାରତରେ ହ୍ରାସ ପାଉଛି ଆର୍‌-ଭାଲ୍ୟୁ : ଫେବୃଆରୀ ୬ ସୁଦ୍ଧା ଶୀର୍ଷରେ ପହଞ୍ଚିବ କୋଭିଡ୍ ଲହର 

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ଚାଲିଥିବା କୋଭିଡ୍‌-୧୯ ସଂକ୍ରମଣ ଆଗାମୀ ୧୪ ଦିନ ମଧ୍ୟରେ ଅର୍ଥାତ୍ ଫେବୃଆରୀ ୬ ତାରିଖ ସୁଦ୍ଧା ଶୀର୍ଷରେ ପହଞ୍ଚିବ ବୋଲି ମାଡ୍ରାସ୍ ଆଇଆଇଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି । ସଂସ୍ଥା ଦ୍ୱାରା କରାଯାଇଥିବା ଜାତୀୟ ଆର୍‌-ଭାଲ୍ୟୁର ବିଶ୍ଳେଷଣ ଅଧାରରେ ଏହା କୁହାଯାଇଛି । ଅଧ୍ୟୟନ ଅନୁସାରେ ଜାନୁଆରୀ ୧୪-୨୧ ସପ୍ତାହ ମଧ୍ୟରେ ଆର୍‌-ଭାଲ୍ୟୁରେ ଆହୁରି ହ୍ରାସ ଘଟିଛି । ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟାକୁ ଆର୍‌-ଭାଲ୍ୟୁ କୁହାଯାଇଥାଏ । ଆଇଆଇଟି-ମାଡ୍ରାସ୍‌ର ଏହି ଅଧ୍ୟୟନ ଅନୁସାରେ ଜାନୁଆରୀ ୭-୧୩ରେ ଆର୍‌-ଭାଲ୍ୟୁ ୨.୨ ଥିବାବେଳେ ସଦ୍ୟତମ ରେକର୍ଡ ଅନୁସାରେ ଏହା ୧.୫୭ ରହିଛି । ସେହିପରି ଗତବର୍ଷ ଡିସେମ୍ବର ଶେଷ ସପ୍ତାହରେ ୨.୯ ଥିବା ଆର୍‌-ଭାଲ୍ୟୁ ଜାନୁଆରୀ ପ୍ରଥମ (୧-୬) ସପ୍ତାହରେ ୪ ଥିଲା । ବର୍ତ୍ତମାନ କୋଲ୍‌କାତାରେ ଏହା ୦.୫୬ ଥିବାବେଳେ ମୁମ୍ବାଇରେ ୦.୬୭, ଦିଲ୍ଲୀରେ ୦.୯୮ ଏବଂ ଚେନ୍ନାଇରେ ୧.୨ ରହିଛି । ଯଦି ଏହି ସଂଖ୍ୟା ୧ ତଳକୁ ଚାଲିଯାଏ, ତେବେ ମହାମାରୀର ଅନ୍ତ ଘଟିଲା ବୋଲି ଧରିନେବାକୁ ହେବ । ଆଇଆଇଟି ମାଡ୍ରାସ୍‌ର ଡିପାର୍ଟମେଣ୍ଟ୍ ଅଫ୍ ମ୍ୟାଥ୍‌ମେଟିକ୍ସର ଆସିଷ୍ଟାଣ୍ଟ ପ୍ରଫେସର ଡ. ଜୟନ୍ତ ଝା କହିଛନ୍ତି, କୋଲ୍‌କାତା ଏବଂ ମୁମ୍ବାଇରେ କୋଭିଡ୍ ଲହର ଏବେ ଶୀର୍ଷରେ ପହଞ୍ଚିଛି । ଏହାର ଅର୍ଥ ଏହି ଦୁଇ ସହରରେ ମହାମାରୀ ଏବେ ‘ଏଣ୍ଡେମିକ୍‌’ରେ ପରିଣତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking