32.1 C
Bhubaneswar
Friday, April 26, 2024
Homeଅପରାଧଭଡାଟିଆ ସହ ରୋମାନ୍ସ କରିବା ପାଇଁ ସ୍ୱାମୀ ସହ ଯାହାକଲା ସ୍ତ୍ରୀ ଆପଣ ଭାବିପାରିବନି ,...

ଭଡାଟିଆ ସହ ରୋମାନ୍ସ କରିବା ପାଇଁ ସ୍ୱାମୀ ସହ ଯାହାକଲା ସ୍ତ୍ରୀ ଆପଣ ଭାବିପାରିବନି , ଜାଣନ୍ତୁ……

ବିହାର : ଭଡ଼ାଟିଆ ଓ ମାଲିକାଣି ପ୍ରେମ କସମ୍ପର୍କ ପାଇଁ ବଳି ପଡ଼ିଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି, ବିହାର ରାଜ୍ୟର ମୁଜଫରାପୁର ଅଂଚଳରେ । ଏବେ ସେ ଅଂଚଳରେ ଏହାକୁ ନେଇ ଚର୍ଚ୍ଚା ପାଲିଟିଛି । ମୃତକ ସ୍ୱାମୀ ହେଲେ ରାଜେସ୍ ସିଂ ।
ସୂଚନା ଅନୁଯାୟୀ, ରାଜେସ୍ ସିଂ ଜଣେ ଟ୍ୟୁସନ୍ ସାର୍ ଥିଲେ । ତାଙ୍କ ୩ ମହଲା ଉପରେ ଅନେକ ଭଡ଼ାଟିଆ ରହୁଥିଲେ । ହେଲେ ରାଜେସ୍‌ଙ୍କ ପତ୍ନୀ ଜଣେ ଭଡ଼ାଟିଆଙ୍କ ସହ ଲୁଚି ଛପି ରୋମାନ୍ସ କରୁଥିଲେ । ଏକଥା ରାଜେସ୍ ଜାଣିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । କିନ୍ତୁ ପତ୍ନୀ ଘରୋଇ ହିଂସାର ଅଭିଯୋଗ କରିବାରୁ ରାଜେସ୍‌କୁ ପୁଲିସ ଥାନାକୁ ନେଇଯାଇଥିଲା । ଯାହା ପତ୍ନୀ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଥିଲା । କିନ୍ତୁ କିଛିଦିନ ତଲେ ରାଜେସ୍ ଘରକୁ ଫେରିଥିଲା । ସେତେବେଳକୁ ଲକ୍‌ଡାଉନ୍ ଜାରି ହୋଇଯାଇଥିଲା । ଏ ସମୟରେ ରାଜେସ୍ ଘରୁ ପଦାକୁ ବାହାରୁ ନଥିଲା । ଯାହା ସ୍ତ୍ରୀର ପରକୀୟା ପ୍ରୀତିରେ ବାଧକ ସାଜିଥିଲା । ଶେଷରେ ସେ ରାଜେସ୍‌କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କଲା । ଘରେ ଥିବା ଏକ ଧାରୁଆ ଛୁରିରେ ରାଜେସ୍‌ର ଛାତି ଓ ବେକୁ କାଟି ପକେଇଥିଲା । ଘଟଣାସ୍ଥଳରେ ରାଜେସ୍‌ର ପ୍ରାଣବାୟୁ ଉଡ଼ିଯାଇଥିଲା । ଏ ନେଇ ପୁଲିସ ଘଟଣାସ୍ଥଳରେ ପଂହଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ତ୍ରୀକୁ ଗିରଫ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking