40.1 C
Bhubaneswar
Wednesday, April 24, 2024
Homeଅପରାଧମୋବାଇଲ୍ ଦୋକାନରୁ ୧୩ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି, ୪ ଗିରଫ

ମୋବାଇଲ୍ ଦୋକାନରୁ ୧୩ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି, ୪ ଗିରଫ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଜୋଙ୍କ ପୁଲିସ୍ ଏକ ମୋବାଇଲ ଦୋକାନରୁ ଚୋରି କରିଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଖରିଆରରୋଡ ମଙ୍ଗରାପାଲି ଗାଁର ନାରାୟଣ ସାହୁ(୨୫), ରାଜେଶ ଯାଦବ(୨୪), ଭଗବାନ ଗିରି (୨୩) ଓ ଅମନ ମାଝୀ (୧୭)।
ସୂଚନା ଅନୁଯାୟୀ, ଏମାନେ ଖରିଆରରୋଡ କ୍ରିଷ୍ଣା ମୋବାଇଲ୍ ଦୋକାନରୁ ୧୩ ଲକ୍ଷ ଟଙ୍କାର ମୋବାଇଲ୍ ଫୋନ, ନଗଦ ୭୦ହଜାର ଟଙ୍କା ସହ ଅନ୍ୟନ୍ୟା ସାମଗ୍ରୀ ଚୋରି କରିଥିଲେ । ଏନେଇ ଦୋକାନ ମାଲିକ ଅନିଷ ସୋନୀ ଜୋଙ୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଜୋଙ୍କ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ୨୪ ଘଣ୍ଟା ମଧ୍ୟରେ ଚୋର ମାନଙ୍କୁ ପୁଲିସ୍ ଗିରଫ କରିଥିଲା। ଏମାନଙ୍କ ଠାରୁ ୮୯ଟି ବିଭିନ୍ନ ମୋବାଇଲ୍ ଫୋନ୍ ହାରହାରି ମୂଲ୍ୟ ୧୩ଲକ୍ଷ ଟଙ୍କା, ମେମୋରି ଚିପ୍ ୫୯ଟି, ଏଲ୍ଇଡି ଟିଭି ଗୋଟିଏ, ନଗଦ ୪୦ହଜାର ୫୫୦ ଟଙ୍କା, ସିଜି-୦୪ ଏ ୮୦୯୬ ବାଇକ, ପାୱାର ବ୍ୟାଙ୍କ ୭ଟି ଜବତ କରିଥିବା ଜୋଙ୍କ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking