29.1 C
Bhubaneswar
Saturday, April 27, 2024
Homeଓଡିଶାପ୍ରେମିକ ଛଡେଇନେଲା ପ୍ରେମିକା ମଥାର ସିନ୍ଦୁର

ପ୍ରେମିକ ଛଡେଇନେଲା ପ୍ରେମିକା ମଥାର ସିନ୍ଦୁର

ପାରଳାଖେମୁଣ୍ଡି : ପ୍ରେମିକ ଛଡେଇନେଲା ପ୍ରେମିକା ମଥାର ସିନ୍ଦୁର । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ଜିରାଙ୍ଗ ଗ୍ରାମରେ । ସ୍ପଷ୍ଟ ଦିବାଲୋକରେ ପ୍ରେମିକ କରିଛି ପ୍ରେମିକାକୁ ହତ୍ୟା । ସୂଚନା ଅନୁଯାୟୀ, ରାଶିବାଡ ଗ୍ରାମର ରଞ୍ଜିତ ଦଣ୍ଡିଆ ନିଜ ସ୍ତ୍ରୀ ଓ ବର୍ଷକର ଝିଅ ସହ ଜିରାଙ୍ଗ ଗ୍ରାମର ହାଟ ନିକଟରୁ ଅଟୋ ଯୋଗେ ଶାଶୂ ଘରକୁ ଯାଉଥିବା ବେଳେ ହଠାତ ମୋଟର ସାଇକଲରେ ଆସି ଗଞ୍ଜାମ ଜିଲ୍ଲାର ବାପୁନି ଆର୍ଚାରୀ ନିର୍ମମ ଭାବେ ହତ୍ୟା କରିଥିଲା । ହତ୍ୟାକରୀ ବାପୁନି ରଞ୍ଜିତର ଛାତିକୁ ତିନିଥର ଛୁରା ମାଡ କରିଥିଲା । ଚିକିତ୍ସା ପାଇଁ ଗୁରୁତର ଅବସ୍ଥାରେ ପ୍ରଥମେ ଜିରାଙ୍ଗ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ପାରଳାଖେମୁଣ୍ଡିକୁ ସ୍ଥାନାନ୍ତର କରାଯିବା ବେଳେ ରଞ୍ଜିତଙ୍କ ମୃତ୍ୟୁ ଘଟିଥିଲା । କିନ୍ତୁ ଘଟଣା ସ୍ଥଳରେ ଜିରାଙ୍ଗ ଫାଣ୍ଡି ପୋଲିସ ଉପସ୍ଥିତ ରହିଥିବାରୁ ହତ୍ୟାକରୀକୁ ଧରିବାରେ ସମର୍ଥ ହୋଇଥିଲା । ସେପଟେ ପୂର୍ବରୁ ରଞ୍ଜିତର ପତ୍ନୀକୁ ନେଇ ହୋଇଥିବା ଗଣ୍ଡଗୋଳ ଓ ବିବାଦ ଏହି ହତ୍ୟାକାଣ୍ଡର କରୁଣ ପରିଣତି ପରିବାର ବର୍ଗ ସୁତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking