24.1 C
Bhubaneswar
Tuesday, March 19, 2024
Homeଓଡିଶାସିଆଇଏସ୍‌ଏଫ୍ ଯବାନ ସାଜିଛି ସାଇବର ଠକ

ସିଆଇଏସ୍‌ଏଫ୍ ଯବାନ ସାଜିଛି ସାଇବର ଠକ

ଭୁବନେଶ୍ୱର: ସିଆଇଏସ୍‌ଏଫ୍ ଯବାନ ପରିଚୟ ଦେଇ ସାଇବର ଠକ ଜଣେ ଯୁବକଙ୍କଠାରୁ ୨୦ ହଜାର ଟଙ୍କା ଠକି ନେଇଛି । କମ୍ ଦାମରେ ଆସବାବପତ୍ର ବିକିବା ଲୋଭ ଦେଖାଇ ଠକ ଯୁବକଙ୍କୁ ଚୁନ ଲଗାଇଛି । ଠକାମୀର ଶିକାର ହୋଇଥିବା କୋରାପୁଟର ଯୁବକ କୋରାପୁଟ୍ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ୍ ପୋଲିସ ଅଭିଯୋଗ ପାଇବା ପରେ ନକଲି ସିଆଇଏସ୍‌ଏଫ୍ କର୍ମଚାରୀକୁ ଖୋଜୁଛି । ସୂଚନା ଅନୁଯାୟୀ, ସାଇବର ଠକ ଫେସବୁକ୍‌ରେ ମନଜିତ୍ ସିଂହ ନାମରେ ଏକ ଆକାଉଣ୍ଟ ଖୋଲିଥିଲା । ସେ ଓଡ଼ିଶାରୁ ଅନ୍ୟତ୍ର ବଦଳି ହେଉଥିବାରୁ ତା’ ଘରର ଦାମୀ ଖଟ, ଟିଭି, ଲାପଟପ୍‌, ଫ୍ରିଜ୍‌, ଏସି ଭଳି ସାମଗ୍ରୀ ବିକ୍ରି କରିବା ପାଇଁ ଫେସ୍‌ବୁକ୍‌ରେ ବିଜ୍ଞାପନ ଦେଇଥିଲା । କମ୍ ଦାମ୍‌ରେ ବିକିବାକୁ ଥିବା ଜିନିଷ ସବୁର ପ୍ରଥମ ଗ୍ରାହକଙ୍କୁ ଅଧିକ ୧୦ ପ୍ରତିଶତ ରିହାତି ଦେବ ବୋଲି ବିଜ୍ଞାପନରେ ପ୍ରଲୋଭନ ଦେଖାଇଥିଲା ଓ ଧାର୍ଯ୍ୟ ଦାମର ୧୦ ପ୍ରତିଶତ ଅଗ୍ରୀମ ଆକାରରେ ମାଗିଥିଲା । ବିଜ୍ଞାପନ ତଳେ ଏକ ଫୋନ୍ ନମ୍ବର ୮୪୮୦୬୯୮୮୧୫ ଦେଇଥିଲା । କୋରାପୁଟର ଉକ୍ତ ଅଭିଯୋଗକାରୀ ଯୁବକ କିଛି ଜିନିଷ କିଣିବାକୁ ଯାଇ ତା’ ଆକାଉଣ୍ଟରେ ୨୦ ହଜାର ଟଙ୍କା ଜମା ଦେଇଥିଲେ । ମାତ୍ର ଟଙ୍କା ପାଇଯିବା ପରେ ମନଜିତ୍ ଗାଏବ୍ ହୋଇଯାଇଥିଲା । ଏମିତିକି ତା’ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା । ତେଣୁ ଠକାମୀର ଶିକାର ହୋଇଥିବା ଜାଣିବା ପରେ ଯୁବକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତଦନ୍ତରୁ ଜଣାପଡ଼ିଛି ଯେ ନକଲି ସିଆଇଏସ୍‌ଏଫ୍ ଯବାନ ଫେସ୍‌ବୁକ୍‌ରେ ସୁନୀଲ କୁମାର, ଅବଦେଶ କୁମାର ଭଳି ଏକାଧିକ ଫେକ୍ ଆକାଉଣ୍ଟ୍ ଖୋଲିଥିଲା । ତେଣୁ ଆହୁରି କିଛି ଲୋକ ତା’ ଜାଲରେ ପଡ଼ିଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking