30.1 C
Bhubaneswar
Friday, April 26, 2024
Homeଓଡିଶାଲଭ୍‌,ସେକ୍ସ ଓ ଧୋକା ତା’ପରେ....

ଲଭ୍‌,ସେକ୍ସ ଓ ଧୋକା ତା’ପରେ….

ଖଜୁରୀପଡ଼ା : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଂଚଳରେ ଲଭ, ସେକ୍ସ ପରେ ଧୋକା ଭଳି ଏକ ଘଟଣା ଘଟି ଶେଷରେ ଥାନାର ଦ୍ୱାରସ୍ତ ହୋଇଛନ୍ତି ନାବାଳିକା ଓ ତାର ଆଈ । ପ୍ରଥମେ ନାବାଳିକଙ୍କ ସାଥିରେ ବନ୍ଧୁତା ପରେ ପ୍ରେମ ତା’ପରେ ବିବାହ ପ୍ରତଶୃତି ପରେ ଚାପରେ ଶାରୀରିକ ସର୍ମ୍ପକ ଶେଷରେ ଧୋକା । ଏବେ ଏହି ୧୯ ବର୍ଷର ଯୁବତୀ ୪ ମାସର ଗର୍ଭବତୀ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କଜୁରୀପଡ଼ା ଥାନା ଅଂଚଳରେ । ଏ ନେଇ ଖଜୁରୀପଡ଼ା ଥାନାରେ ପୀଡ଼ିତା ଜଣଙ୍କ ଏକ ଲିଖିତ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି ।
ସୂଚନା ଅନୁଯାୟୀ, ଫୁଲବାଣୀ ସଦରଥାନା ଅନ୍ତର୍ଗତ ବଇଡ଼ା ଗ୍ରାମର ବିଶ୍ୱାମିତ୍ର ସାହାଣୀଙ୍କ ପୁଅ ମଣ୍ଟୁ ସାହାଣୀ(୨୫) ଉକ୍ତ ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଦିର୍ଘ ୫ରୁ ୬ମାସ ହେବ ଶାରୀରିକ ସର୍ମ୍ପକ ରଖି ଆସୁଥିଲେ । ଯୁବତୀ ଗର୍ଭବତୀ ହେବା ଜାଣିବା ପରେ ବିବାହ କରିବା କଥା କହିଥିଲେ । ଏଥିରେ ମଣ୍ଟୁ ରାଜି ନହୋଇ ଯୁବତୀଙ୍କ ଠାରୁ ସର୍ମ୍ପକ ଛିନ୍ନ କରିବାକୁ ପ୍ରୟାସ କରିଥିଲେ । ତେବେ ବିବାହ ପାଇଁ ଯୁବତୀ ଜଣକ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଶେଷରେ କୌଣସି ଉପାୟ ନପାଇ ଶନିବାର ଥାନାର ଆଶ୍ରୟ ନେଇଥିଲେ । ଖଜୁରୀପଡ଼ା ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମଣ୍ଟୁକୁ ଗିରଫ କରି କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ ରମାକାନ୍ତ ପାତ୍ର ସୂଚନା ଦେଇଥିବା ବେଳେ ଏସ୍‌ଆଇ ଉଦ୍ଧବ ଯାନୀ ମାମଲାର ତଦନ୍ତ କରୁଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking