34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗବିଗ୍ ‘ବି’ଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ହାଲୁକା କରୋନା ଲକ୍ଷଣ ଥିବା ସୂଚନା

ବିଗ୍ ‘ବି’ଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ହାଲୁକା କରୋନା ଲକ୍ଷଣ ଥିବା ସୂଚନା

ମୁମ୍ବାଇ : ବଲିଉଡ୍ ସୁପରଷ୍ଟାର ବିଗ୍ ‘ବି’ ଅମିତାଭ ବଚ୍ଚନ କରୋନାରେ ସଂକ୍ରମିତ ହୋଇଥିବା ଖବର ଶୁଣିବା ପରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଅମିତାଭ ବଚ୍ଚନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କଠାରେ ହାଲୁକା କରୋନା ଲକ୍ଷଣ ଥିବା ହସ୍ପିଟାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ବଚ୍ଚନ ପରିବାରର ଅନ୍ୟ ତିନି ସଦସ୍ୟ ଜୟା ବଚ୍ଚନ, ଐଶ୍ୱର୍ଯ୍ୟା ବଚ୍ଚନ ଓ ଆରାଧ୍ୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ବିଗ ବିଙ୍କ ପୁରା ପରିବାର ଓ ଷ୍ଟାଫଙ୍କ କରୋନା ଟେଷ୍ଟ ହୋଇଛି । ତେବେ ଘରର ଅନ୍ୟ ସଦସ୍ୟ ଓ ଷ୍ଟାଫଙ୍କ ରିପୋର୍ଟ ଆସିବା ବାକି ରହିଛି । ଖୁବଶୀଘ୍ର ସେମାନଙ୍କ ରିପୋର୍ଟ ବି ଆସିବ ବୋଲି ଜଣାପଡିଛି । ବଚ୍ଚନ ପରିବାର ସଦସ୍ୟଙ୍କ ନିକଟରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଅମିତାଭଙ୍କ ଘର ଜଲସାକୁ ଆଜି ସାନିଟାଇଜ୍ କରାଯିବ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ଅମିତାଭ ବଚ୍ଚନଙ୍କୁ ମୁମ୍ବାଇର ନାନାବତି ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଏ ନେଇ ନିଜେ ଶ୍ରୀ ବଚ୍ଚନ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସ୍ବାବ୍ ନମୁନା ମଧ୍ୟ ପଜିଟିଭ୍ ଆସିଥିବା ଜଣାପଡ଼ଛି। ଏହି ଖବର ଜଣାପଡ଼ିବା ପରେ ସମଗ୍ର ବଲିଉଡ୍‌ରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ସାରା ଦେଶରେ ଅମିତାଭଙ୍କ କୋଟି କୋଟି ପ୍ରଶଂସକ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।

ଶନିବାର ରାତିରେ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନାରେ ସଂକ୍ରମିତ ହୋଇଥିବା ଜାଣିବା ମାତ୍ରେ କ୍ରିକେଟ୍ ସୁପରଷ୍ଟାର୍ ସଚିନ୍ ତେନ୍ଦୁଲକର ଅମିତାଭ ବଚ୍ଚନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking