26.1 C
Bhubaneswar
Wednesday, May 8, 2024
Homeଓଡିଶାବଡ ଖବର : ଦେଶରେ ମେ’ ୧୭ ଯାଏଁ ବଢିଲା ଲକ ଡାଉନ

ବଡ ଖବର : ଦେଶରେ ମେ’ ୧୭ ଯାଏଁ ବଢିଲା ଲକ ଡାଉନ

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ମହାମାରୀ ପାଇଁ ମେ ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଲକ ଡାଉନ ଜାରି କରାଯାଇଥିଲା । ଏହି ଲକ ଡାଉନ ସମୟ ୩ରେ ଶେଷ ନହୋଇ ଆଉ ଦୁଇ ସପ୍ତାହ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଫଳରେ ମେ ୩ ବଦଳରେ ମେ ୧୭ ଯାଏଁ ଲକ ଡାଉନ ଅବଧି ସମଗ୍ର ଦେଶରେ ବଳ ବତ୍ତର ରହିବ । ଏନେଇ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋିଛି । ଲକ ଡାଉନ ଅବଧି ଶେଷ ପୂର୍ବରୁ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ମାର୍ଚ୍ଚ ୨୨ରୁ ଲଗାତର ଭାବେ ଜନତା କର୍ଫ୍ୟୁ ଓ ଲକ ଡାଉନକୁ କେନ୍ଦ୍ର ସରକାର ବିଭିନ୍ନ ପର୍ଯ୍ୟାୟରେ ଜାରି କରିଚାଲିଛନ୍ତି । କାରଣ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ଆକ୍ରାନ୍ତଙ୍କ ସଂଖା ୩୫୦୪୩ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୧୫୪ରେ ପହଂଚିଛି । ତେବେ ୯୦୬୮ ଜଣ ସୁସ୍ଥ ହୋଇଛନ୍ତି । ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking