34.1 C
Bhubaneswar
Friday, March 29, 2024
Homeଓଡିଶାବଲାଙ୍ଗିର ରେ କରୋନା ପଜିଟିଭ : ଲିଖିରିଆ ଗାଁ ସହିତ ରୁଷୁଢା ଓ ଦେଓଗାଁ ଗ୍ରାମ...

ବଲାଙ୍ଗିର ରେ କରୋନା ପଜିଟିଭ : ଲିଖିରିଆ ଗାଁ ସହିତ ରୁଷୁଢା ଓ ଦେଓଗାଁ ଗ୍ରାମ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷିତ

ବଲାଙ୍ଗୀର,- ଆଜି ସ୍ଥାନିୟ ଗୁଡଭେଲା ବ୍ଲକ ର ରୁଷୁଢା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲିଖିରିଆ ଗ୍ରାମରେ ଦୁଇ ଜଣ ଯୁବକ କୋଭିଡ-୧୯ ପୋଜିଟିଭ ଆସିବା ପରେ ଲିଖିରିଆ ଗ୍ରାମ ସହ ରୁଷୁଢା ଓ ଦେଓଗାଁ ଗ୍ରାମ ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ ତରଫରୁ କନ୍ଟେନମେନ୍ଟ ଜୋନ ରୁପେ ଘୋଷଣା କରାଯାଇଛି । ଏହି କନ୍ଟେନମେନ୍ଟ ଜୋନରେ ବେସରକାରି ତଥା ସର୍ବସାଧାରଣ ଗାଡି ଚଳାଚଳ ସଂପୁର୍ଣ ବନ୍ଦ କାରାଯାଇଥିବା ବେଳେ ଅଂଚଳବାସୀଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଅଂଚଳର ସମସ୍ତ ଦୋକାନ ବଜାର ତୁରନ୍ତ ବନ୍ଦ କାରାଯିବା ସହ ଲକଡାଉନ ପାଇଁ ଦିଆଯାଇଥିବା ସମସ୍ତ ପାସକୁ ବାତିଲ କରାଯାଇଛି । ଏହି ଅଂଚଳର ଆବଶ୍ୟକିୟ ଔଷଧ, ଅତ୍ୟାବଶକିୟ ସାମଗ୍ରି ଓ ସେବା ଯୋଗାଇଦେବା ପାଇଁ ବିଭିନ୍ନ ପଦାଧିକାରିଙ୍କୁ ଦାଇତ୍ୱ ଦିଆଯିବା ସହ ଉପ ଜିଲ୍ଲାପାଳ ସଂଜୟ ମିଶ୍ରଙ୍କୁ ସମଗ୍ର ତଦାରଖ ପାଇଁ ନିଯୁକ୍ତ କରାଯାଇଥିବା ସୁଚନା ମିଳିଛି ।

ସୁଚନାରୁ ପ୍ରକାଶ ଯେ ଲିଖିରିଆ ଗାଁର ଚର୍ତୁପାଶ୍ୱରେ ଅବସ୍ଥିତ, ଦେଓଗାଁ ବ୍ଲକ ର ଚନ୍ଦନପୁର, ମଦନ ପାଲି, ସାଗର ପାଲ, ଜରାସିଂହା, ବରକାନି, ମାହାକୁଡ ପାଲି, ସାରସବାହାଲ, କର୍ତୁଲା , ବଡ ଡୁଙ୍ଗୁରିପାଲି, ଉଡାର ଓ ଗୁଡଭେଲା ବ୍ଲକର ସିନ୍ଦୁରବାହାଲି, ତେବେଡାମୁଣ୍ଡା, ରୁଷୁଡା, ଚାଣ୍ଟିପଦର, ପିପଲମୁଣ୍ଡା, ସେହିପରି ତୁଷୁରା ବ୍ଲକର ଟିକିରିପଡା, ନଅଗାଁ, ଖରଡା ଓ ତୁଷୁରା ଗାଁ ଗୁଡିକୁ ବଫର ଜୋନ ରୁପେ ଘୋଷିତ କରାଯାଇଛି । ଆହୁରି ଲିଖିରିଆ ରୁ ଟିକିରିପଡା ,ସାଲେପାଲି ଓ ବାର୍ଲା ସେହିପରି ଦେଓଗାଁ ରୁ ମଦନପାଲି, ଚନ୍ଦ୍ରପୁର ଓ ଗାଏବାହାଲ ଯାଉଥିବା ରାସ୍ତା ଗୁଡିକୁ ସିଲିଂ ପଏଣ୍ଟ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking