30.1 C
Bhubaneswar
Saturday, April 27, 2024
Homeଓଡିଶାଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ଘଟଣା: ଡିଏଫଓଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ଘଟଣା: ଡିଏଫଓଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ଘଟଣାରେ ପାରଳାଖେମୁଣ୍ଡି ଡିଏଫଓଙ୍କ ଲାଇ ଡିଟେକ୍ସନ ଟେଷ୍ଟ ହୋଇଛି । ଭୁବନେଶ୍ୱର ଫରେନସିକ ଲ୍ୟାବରେ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଥିଲା । ପ୍ରାୟ ୩ ଘଣ୍ଟା କାଳ ଟେଷ୍ଟରେ ଶହେ ପ୍ରଶ୍ନ ପଚରା ଯାଇଥିବା ସୂଚନା ରହିଛି । ଡିଏଫଓଙ୍କ ସହିତ ଆଉ ଜଣଙ୍କର ମଧ୍ୟ ଲାଇଉ ଡିଟେକ୍ସନ ଟେଷ୍ଟ ହୋଇଥିବା ସୂଚନା ରହିଛି । ରୋଷେୟା ମନ୍ମଥ କୁମ୍ଭଙ୍କର ଲାଇ ଡିଟେକ୍ସନ ଟେଷ୍ଟ ସୂଚନା ରହିଛି । ଏଯାଏଁ ରହସ୍ୟ ଉପରୁ ହଟିପାରିନି ପରଦା । ସ୍ପଷ୍ଟ ହୋଇ ପାରିନାହିଁ ମୃତ୍ୟୁର କାରଣ । ପୋଡ଼ି ହୋଇ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ନା ତାଙ୍କୁ ପୋଡି ଦିଆଯାଇଥିଲା, ସେନେଇ କିଛଇ ଟେର ପାଉନି ପୋଲିସ । ହତ୍ୟା ଅଭିଯୋଗରେ ମାମଲା ରୁଜୁ ହେବା ପରେ ମଧ୍ୟ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । ତଦନ୍ତ ପରିସରଭୁକ୍ତ ଅନେକଙ୍କୁ ପଚରାଉଚରା କରାଯାଇଛି । ହେଲେ କୌଣସି ନିଷ୍କର୍ଷ ବାହାରିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking