37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶବିଜେପି ଛାଡି ଟିଏମସିରେ ସାମିଲ ହେଲେ ବାବୁଲ ସୁପ୍ରିୟୋ

ବିଜେପି ଛାଡି ଟିଏମସିରେ ସାମିଲ ହେଲେ ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପିକୁ ବଡ ଝଟକା ଲାଗିଛି । ମୋଦି ସରକାରରେ କ୍ୟାବିନେଟ ମନ୍ତ୍ରୀ ରହିସାରିଥିବା ସାଂସଦ ବାବୁଲ ସୁପ୍ରିୟୋ ଟିଏମସିରେ ସାମିଲ ହୋଇଛନ୍ତି । ପୂର୍ବ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସିରେ ସାମିଲ ହୋଇଛନ୍ତି । କିଛି ମାସ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣ ପୂର୍ବରୁ ବାବୁଲ ସୁପ୍ରିୟୋ ଇସ୍ତଫା ଦେଇଥିଲେ । ପରେ ସେ ରାଜନୀତିରୁ ସନ୍ନ୍ୟାସ ନେବା ପାଇଁ ବି ଘୋଷଣା କରିଥିଲେ । ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଓ ଡେରେକ ଓ ବ୍ରାୟନଙ୍କ ଉପସ୍ଥିତିରେ ସେ ତୃଣମୂଳ କଂଗ୍ରେସର ସଦସ୍ୟତା ଗ୍ରହଣ କରିଛନ୍ତି । ବାବୁଲ ସୁପ୍ରିୟୋ ଦଳରେ ସାମିଲ ହେବା ନେଇ ଟିଏମସି ତରଫରୁ ବୟାନ ଜାରି କରି କୁହାଯାଇଛି ଯେ, ଟିଏମସିର ମହାସଚିବ ଅଭିଷେକ ବାନାର୍ଜୀ ଓ ରାଜ୍ୟସଭା ସାସଂଦ ଡେରେକ ଓ ବ୍ରାୟନଙ୍କ ଉପସ୍ଥିତିରେ ପୂର୍ବ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଟିଏମସିରେ ସାମିଲ ହୋଇଛନ୍ତି । ଆମେ ଏହି ଅବସରରେ ତାଙ୍କୁ ଦଳରେ ସ୍ୱାଗତ କରୁଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking