31.1 C
Bhubaneswar
Friday, May 10, 2024
Homeଓଡିଶାହୀରାକୁଦରେ କମୁଛି ଜଳସ୍ତର

ହୀରାକୁଦରେ କମୁଛି ଜଳସ୍ତର

ସମ୍ବଲପୁର : ହୀରାକୁଦରେ କମୁଛି ଜଳସ୍ତର । ବନ୍ଦ ହେଲା ୪ଟି ଗେଟ୍ । ଏବେ ୨୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୮.୨୯ ଫୁଟ । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି ୩ ଲକ୍ଷ ୭୧ ହଜାର ୨୭୪ ଘନଫୁଟ ଜଳ । ସେହିପରି ୪ ଲକ୍ଷ ୯ ହଜାର ୩୮୩ ଘନଫୁଟ ଜଳ ନିଷ୍କାସିତ ହେଉଛି । ସେପଟେ ମହାନଦୀରେ ବନ୍ୟା ପାଣି ପ୍ରବାହିତ ହେବା ପରେ ତଳି ଅଂଚଳ ଲୋକଙ୍କ ଚିନ୍ତା ବଢିଛି । ଭୟ ଭିତରେ ରହିଛନ୍ତି ପୁରୀ ଜିଲ୍ଲାର ତଳି ଅଂଚଳର ଲୋକେ । ଜିଲ୍ଲାର ଲୁଣା, ରତ୍ନଚିରା, ଦୟା, ଭାର୍ଗବୀ, କୁଶଭଦ୍ରା, ଧନୁଆଁ, ଦେବୀ ଆଦି ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ପରେ ଏବେ କଣାସ, ଗୋପ, କାକଟପୁର, ଅସ୍ତରଙ୍ଗ ଆଦି ଅଂଚଳରେ ବନ୍ୟାଜଳ ପ୍ରବାହିତ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking