29.1 C
Bhubaneswar
Saturday, April 27, 2024
Homeଓଡିଶାକେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ପଦବୀକୁ ନେଇ ଛକାପଞ୍ଝା: ଚାଲିଛି ଘୋଡ଼ାବେପାର?, ଅଜ୍ଞାତବାସରେ ସମିତି ସଭ୍ୟଙ୍କ ସମ୍ପର୍କୀୟ!

କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ପଦବୀକୁ ନେଇ ଛକାପଞ୍ଝା: ଚାଲିଛି ଘୋଡ଼ାବେପାର?, ଅଜ୍ଞାତବାସରେ ସମିତି ସଭ୍ୟଙ୍କ ସମ୍ପର୍କୀୟ!

କେନ୍ଦ୍ରାପଡ଼ା,୨୦/୧୦:ଗତ ସେପ୍ଟେମ୍ବର ମାସରେ କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଅକାଳ ବିୟୋଗ ପରେ କେନ୍ଦ୍ରାପଡ଼ା ବ୍ଲକ ରାଜନିତୀ ସରଗରମ ହୋଇପଡ଼ିବା ସହିତ ବ୍ଲକ ଅଧ୍ୟକ୍ଷ ପଦବୀକୁ ନେଇ ବିଜେଡ଼ିର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ଯେନତେନ ପ୍ରକାରରେ ବ୍ଲକର ସଂଖ୍ୟାଧିକ ସମିତି ସଭ୍ୟଙ୍କୁ ହାତ କରି ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ପାଇଁ ଦୁଇ ଗୋଷ୍ଠି ପକ୍ଷରୁ କସରତ ଆରମ୍ଭ ହୋଇଛି । ଦୁଇ ବିଜେଡ଼ି ଗୋଷ୍ଠୀ ମଧ୍ୟରୁ ଗୋଟିଏ ଗୋଷ୍ଠୀ ଆଗୁଆ ହୋଇ ବ୍ଲକର ମହିଳା ସମିତୀ ସଭ୍ୟଙ୍କ ସମ୍ପର୍କୀୟଙ୍କୁ ଉଠାଇ ନେଇ ଖୋର୍ଦ୍ଧାର ଏକ ହୋଟେଲରେ ଅଜ୍ଞାତବାସରେ ରଖିଥିବା କଥା ସାଧାରଣରେ ଆଲୋଚନା ହେଉଥିବା ବେଳେ ଅନ୍ୟ ଗୋଷ୍ଠୀ ଆଉ କିଛି ସମିତୀ ସଭ୍ୟଙ୍କୁ କୌଣସି ପ୍ରକାରେ ନିଜ ପଟକୁ ଆଣି ବ୍ଲକ ଅଧ୍ୟକ୍ଷ ପଦବୀକୁ ନିଜ ଅକ୍ତିଆରକୁ ନେବାକୁ ଯୋଜନା କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏହି ପରିସ୍ଥିତିରେ ବ୍ଲକର ସମିତୀ ସଭ୍ୟଙ୍କୁ ନେଇ ଘୋଡ଼ା ବେପାର ଚାଲିଥିବା କଥା ମଧ୍ୟ ଉଠୁଛି । କେନ୍ଦ୍ରାପଡ଼ା ବ୍ଲକର ଅଧ୍ୟକ୍ଷ ପଦ ବିଜେଡ଼ି ଅକ୍ତିଆରରେ ଥିଲା । କେନ୍ଦ୍ରାପଡ଼ା ବ୍ଲକର ବିଜେଜଡ଼ି ନେତା ଅନାମବନ୍ଧୁ ଧଳ ତତକାଳୀନ କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କ ଆର୍ଶୀବାଦରେ କେନ୍ଦ୍ରାପଡ଼ା ବ୍ଲକର ଅଧ୍ୟକ୍ଷ ପଦ ପାଇପାରିଥିଲେ । ଅନାମବନ୍ଧୁ ଧଳଙ୍କ ପୂର୍ବରୁ କେନ୍ଦ୍ରାପଡ଼ା ବ୍ଲକର ଅଧ୍ୟକ୍ଷ ଥିବା ନିବେଦିତା ସାମଲଙ୍କ ସ୍ୱାମୀ ଶିବପ୍ରସାଦ ଭୋଳ ସେସମୟରେ ବ୍ଲକ ଅଧ୍ୟକ୍ଷ ପଦ ହାତେଇବାକୁ ଚେଷ୍ଟା କରିଥିଲେ ବି ବିଧାୟକ କିଶୋର ତରାଇଙ୍କ ସହଯୋଗ ନମିଳିବାରୁ ସେ ବ୍ଲକ ଅଧ୍ୟକ୍ଷ ହୋଇପାରିନଥିଲେ ଓ ବିଧାୟକ କିଶୋର ତରାଇଙ୍କ ଅନୁଗତ ଅନାମବନ୍ଧୁ ଧଳ ବ୍ଲକ ଅଧ୍ୟକ୍ଷ ହୋଇପାରିଥିଲେ । କିନ୍ତୁ ପରବର୍ତୀ ସମୟରେ କେନ୍ଦ୍ରାପଡ଼ା ରାଜନିତୀରେ ସମୀକରଣ ବଦଳି ଯାଇଥିଲା । ଗତ ସାଧାରଣ ନିର୍ବାଚନରେ କିଶୋର ତରାଇ ବିଧାୟକ ପାଇଁ ବିଜେଡ଼ି ଟିକେଟ ପାଇ ନଥିଲେ ଓ ତାଙ୍କ ବଦଳରେ ଶଶୀଭୂଷଣ ବେହେରା ବିଜେଡ଼ି ଟିକେଟ ପାଇ କେନ୍ଦ୍ରାପଡ଼ା ବିଧାନନସଭା ଆସନରେ ପ୍ରତିଦ୍ୱନ୍ଦିତା କରି ବିଜୟ ହାସଲ କରିଥିଲେ । କିନ୍ତୁ ପୂର୍ବତନ ବିଧାୟକ କିଶୋର ତରାଇ କୁଆଡ଼େ ନିର୍ବାଚନରେ ଦଳୀୟ ବିଧାୟକ ପ୍ରାର୍ଥୀ ଶଶୀଭୂଷଣଙ୍କୁ ସହଯୋଗ କରିବା ପରିବର୍ତେ ବିରୋଧ କରିଥିଲେ । ସେହି ସମୟରୁ ଅନାମବନ୍ଧୁଙ୍କ ସହିତ ବିଧାୟକ ଶଶୀଭୂଷଣ ବେହେରାଙ୍କର ଭଲ ତାଳମେଳ ନଥିଲା । ଅନ୍ୟପକ୍ଷରେ ସାଧାରଣ ନିର୍ବାଚନ ସମୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିବେଦିତାଙ୍କ ସ୍ୱାମୀ ଶୀବପ୍ରସାଦ ଭୋଳ ବିଧାୟକ ପ୍ରାର୍ଥୀ ଶଶୀଭୂଷଣ ବେହେରାଙ୍କ ନିର୍ବାଚନ କାର୍ଯ୍ୟାଳୟ ପରିଚାଳନନା ଦାୟିତ୍ୱରେ ରହିଥିଲେ । ସେହି ଦୃଷ୍ଟିରୁ ଶୀବପ୍ରସାଦ ଭୋଳ ଓ ବିଧାୟକ ଶଶୀଭୂଷଣଙ୍କ ମଧ୍ୟରେ ତାଳମେଳ ଭଲ ରହିଥିଲା ଓ ସାଧାରଣ ନିର୍ବାଚଚନରେ ଶଶୀଭୂଷଣ ବେହେରା ବିଜୟ ହାସଲ କରି କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରର ବିଧାୟକ ହେବା ପରେ ଶୀବପ୍ରସାଦ ଭୋଳ କେନ୍ଦ୍ରାପଡ଼ା ବ୍ଲକରେ ବିଧାୟକଙ୍କ ପ୍ରତିନିଧୀ ହୋଇପାରିଥିଲେ । ଏହାପୂର୍ବରୁ ନିବେଦିତା ସାମଲ କେନ୍ଦ୍ରାପଡ଼ା ବ୍ଲକର ଅଧ୍ୟକ୍ଷା ଥିବା ସମୟରେ ତାଙ୍କ ସ୍ୱାମୀ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧୀ ହୋଇ ବ୍ଲକ ଅଧ୍ୟକ୍ଷ କ୍ଷମତା ଉପଭୋଗ କରିଥିଲେ ଓ ତତକାଳୀନ ବିଧାୟକ କିଶୋର ତରାଇଙ୍କ ସହିତ ତାଙ୍କର ସୁସମ୍ପର୍କ ନରହିବାରୁ ବିଧାୟକ ଓ ବ୍ଲକ ଅଧ୍ୟକ୍ଷା ଓ ତାଙ୍କ ପ୍ରତିନିଧୀଙ୍କ ମଧ୍ୟରେ ଶୀତତଳ ଯୁଦ୍ଧ ହୋଇଥିଲା । କଥା ଏତେଦୂୂର ଯାଇଥିଲା ଯେ ବିଥାୟକ ତରାଇଙ୍କ ଅନୁଗତ ଥିବା ସେ ସମୟର ବ୍ଲକ ବିଡ଼ିଓଙ୍କୁ ବଦଳି କରିବା ଦାବିରେ ବ୍ଲକ ଅଧ୍ୟକ୍ଷା ଓ ତାଙ୍କ ସ୍ୱାମୀ ବ୍ଲକ ସମ୍ମୁଖରେ ଦିନ ଦିନ ଧରି ଅନସନ କରିଥିଲେ । ବିଧାୟକ ତରାଇଙ୍କର ବ୍ଲକ ଅଧ୍ୟକ୍ଷାଙ୍କ ନିୟନ୍ତ୍ରଣ ନଥିବା ଏହି ଘଟଣାରୁ ପଦାରେ ପଡ଼ିଥିଲା । ଫଳରେ ବିଧାୟକ ତରାଇ ସାଧାରଣରେ ଲଜ୍ଜିତ ହେବା ସହିତ ଦଳର ରାଜ୍ୟ ନେତୃତ୍ୱ ନିକଟରେ ମୁଣ୍ଡଟେକି ପାରିନଥିଲେ । ନିବେଦିତାଙ୍କ ଟର୍ମ ପରେ ଶୀବପ୍ରସାଦ ସମିତୀ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ଓ ବ୍ଲକ ଅଧ୍ୟକ୍ଷ ହେବା ପାଇଁ ମନକରି ବିଧାୟକ କିଶୋର ତରାଇଙ୍କ ନିକଟରେ ଲବି କରିଥିଲେ ହେଁ କିଶୋର ତାଙ୍କୁ ପାଖ ପୁରାଇ ଦେଇ ନଥିଲେ ଓ ନିଜ ଅନୁଗଗତ ଅନାମବନ୍ଧୁଙ୍କୁ ବ୍ଲକ ଅଧ୍ୟକ୍ଷ କରାଇ ବ୍ଲକକୁ ନିଜ ଅକ୍ତିଆରରେ ରଖିଥିଲେ । କିନ୍ତୁ ଶଶୀଭୂଷଣ ବେହେରା ବିଧାୟକ ହେବା ପରେ ସବୁକିଛି ଓଲଟପାଲଟ ହୋଇଗଲା । ବିଧାୟକ ବେହେରା ଅନାମବନ୍ଧୁଙ୍କ ଉପରେ ଆସ୍ଥା ରଖିପାରୁ ନଥିଲେ ବି କୌଣସି ପ୍ରକାରରେ ସମୟ ଗଡ଼ାଇ ଚାଲୁଥିଲେ । ହେଲେ ହଠାତ ଅନାମବନ୍ଧୁଙ୍କର ଅକାଳ ବିୟୋଗ ହେବାରୁ ବ୍ଲକ ରାଜନିତୀ ପୁଣି ସରଗରମ ହୋଇଛି । ପଂଚାୟତ ଆଇନ ଅନୁସାରେ ବ୍ଲକ ଅଧ୍ୟକ୍ଷଙ୍କ ଅନୁପପସ୍ଥିତି କିମ୍ବା ଆବର୍ତମାନରେ ବ୍ଲକ ଉପାଧ୍ୟକ୍ଷ ୬ ମାସ ପର୍ଯ୍ୟନ୍ତ ବ୍ଲକର ଅଧ୍ୟକ୍ଷ ଭାବେ ବ୍ଲକ ପରିଚାଳନା କରିପାରିବେ । ହେଲେ ଆସନ୍ତ ନଭେମ୍ବର ମାସ ୬ ତାରିଖରେ ବ୍ଲକ ଅଧ୍ୟକ୍ଷ ନିର୍ବାଚଚନ କରାଯିବା ପାଇଁ ସରକାର ଘୋଷଣା କରିଛନ୍ତି । ବିଧାୟକ ବେହେରାଙ୍କ ଉଦ୍ୟମ କ୍ରମେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ତାରିଖ ଘୋଷଣା ହୋଇଥିବା କୁହାଯାଉଛି । ବିଧାୟକ ବେହେରା ତାଙ୍କ ଅନୁଗତ ଶୀବପ୍ରସାଦଙ୍କୁ ବ୍ଲକ ଅଧ୍ୟକ୍ଷ ପଦବୀରେ ବସାଇବା ପାଇଁ ଯୋଜନା କରି ପଂଚାୟତରାଜ ବିଭାଗ ଉପରେ ଚାପ ପକାଇ ନିର୍ବାଚଚନ ତାରିଖ ଘୋଷଣା କରାଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି । କେନ୍ଦ୍ରପଡ଼ା ବ୍ଲକରେ ମୋଟରେ ୨୭ଟି ପଂଚାୟତ ରହିଛି । ଗଙ୍ଗପଡ଼ା ପଂଚାୟତର ପୂର୍ବତନ ସମିତୀ ସଭ୍ୟ ଅନାମବନ୍ଧୁଙ୍କ ମୃତ୍ୟୁ ପରେ ସେହି ପଂଚାୟତତରେ ନିର୍ବାଚନ ହୋଇନାହିଁ । ତେଣୁ ୨୬ଟି ପଂଚାୟତର ସମିତୀ ସଭ୍ୟଙ୍କୁ ନେଇ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ଓ ୧୪ ଜଣ ସମିତୀ ସଭ୍ୟ ଯାହାକୁ ସମର୍ଥନ ଦେବେ ସେହି ବ୍ୟକ୍ତି ହିଁ ବ୍ଲକ ଅଧ୍ୟକ୍ଷ ହେବାର ସୌଭାଗ୍ୟ ଅର୍ଜନ କରିବେ । ଏହି ପରିସ୍ଥିରେ ବିଧାୟକଙ୍କ ଅନୁଗତ ଏବେ ଅଧ୍ୟକ୍ଷ ରେସ୍‌ରେ ଆଗରେ ରହିଥିବା କୁହାଯାଉଛି । ଭୁବନେଶ୍ୱରରେ ରହୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଜଣ ବିଜେଡ଼ି କ୍ଷମତା କେନ୍ଦ୍ରଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ବଳ କଷାକଷି ହେଉଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି । ଗୋଟିଏ କ୍ଷମତା କେନ୍ଦ୍ର ବ୍ଲକର ୧୧ ଜଣ ସମିତି ସଭ୍ୟ ଓ ସମିତି ସଭ୍ୟାଙ୍କ ସମ୍ପର୍କୀୟଙ୍କୁ ନେଇ ଏବେ ଖୋର୍ଦ୍ଧା ଜିଲ୍ଲାର କୌଣସି ଏକ ଅଜ୍ଞାତ ସ୍ଥାନରେ ରଖିଥିବା କୁହାଯାଉଛି । ଆଉ ଦୁଇ ଜଣ ସମିତି ସଭ୍ୟଙ୍କୁ କଳେ ବଳେ କୌଶଳେ ଅକ୍ତିଆର କରାଯିବାକୁ ଏବେ ସେହି କ୍ଷମତା କେନ୍ଦ୍ର ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ ହେଉଥିବା ମଧ୍ୟ କୁହାଯାଉଛି । କିନ୍ତୁ ଅନ୍ୟ ଏକ କ୍ଷମତା କେନ୍ଦ୍ର ମଧ୍ୟ ବ୍ଲକ ଅଧ୍ୟକ୍ଷ ପଦବୀ ହାତେଇ ବ୍ଲକ କ୍ଷମତା ଉପଭୋଗ କରିବା ପାଇଁ ପୁରା ଦମରେ ଲାଗି ପଡ଼ିଥିବା ରାଜନୈତିକ ମହଲରେ ଆଲେଶଚନା ହେଉଛି । ଏହି ପରିସ୍ଥିତିରେ କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ଘୋଡ଼ାବେପାର ହେବା ନେଇ ସମ୍ଭାବନା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking