31.1 C
Bhubaneswar
Friday, May 10, 2024
Homeବ୍ରେକୀଙ୍ଗଚର୍ଚ୍ଚରେ ହେଉଥିଲା ଧର୍ମ ପରିବର୍ତ୍ତନ, ପୂଜାରୀକୁ ଗିରଫ କଲା ପୁଲିସ

ଚର୍ଚ୍ଚରେ ହେଉଥିଲା ଧର୍ମ ପରିବର୍ତ୍ତନ, ପୂଜାରୀକୁ ଗିରଫ କଲା ପୁଲିସ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ କାନପୁରରୁ ଲୋକଙ୍କୁ ପ୍ରଲୋଭିତ କରି ଧର୍ମ ପରିବର୍ତନ କରାଉଥିବା ମାମଲା ସାମ୍ନାକୁ ଆସିଛି । ଚର୍ଚ୍ଚରେ ଲୋକଙ୍କ ଧର୍ମ ପରିବର୍ତନ ଳହଲଚ୍ଚର ମାମଲାରେ ମୁଖ୍ୟ ପୂଜାରୀଙ୍କୁ ଗିରଫ କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଲୋକେ ହଙ୍ଗାମା ସୃଷ୍ଟି କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯେଉଁ ସମୟରେ ପୋଲିସ ସୂଚନା ପାଇ ପହଂଚିଥିଲା, ସେହି ସମୟରେ ଚର୍ଚ୍ଚରେ ୧୦୦ରୁ ଅଧିକ ଲୋକେ ଉପସ୍ଥିତ ରହିଥିଲେ । ଅଭିଯୋଗ ଅନୁଯାୟୀ, ଗତ ତିନିଦିନ ଧରି ଚର୍ଚ୍ଚରେ ଶହ ଶହ ଲୋକଙ୍କୁ ବାହାର ଜିଲ୍ଲାରୁ ଡକାଇ ଧର୍ମ ପରିବର୍ତନ କରାଯାଉଥିଲା । ୟୁପି କାନପୁର କଲ୍ୟାଣପୁର ଥାନା ଅନ୍ତର୍ଗତ ଏକ ଚର୍ଚ୍ଚରେ ଏପରି ହେଉଥିଲା । ପୋଲିସ ପହଂଚିବା ସମୟରେ ଉପସ୍ଥିତ ଥିବା ଲୋକେ ଫତେହପୁର ଗାଁର ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ଯେତେବେଳେ ପୋଲିସ ସେମାନଙ୍କୁ ଏ ସଂକ୍ରାନ୍ତରେ ପଚାରିଥିଲା, ସେମାନେ ଚିକିତ୍ସା ଓ ଝଡାଫୁଙ୍କା କରିବା ପାଇଁ ଚର୍ଚ୍ଚକୁ ଆସିଛନ୍ତି ବୋଲି କହିଥିଲେ । ଏହାକୁ ବାଦ ଦେଲେ ସ୍ଥାନୀୟ ଲୋକେ ପୋଲିସକୁ ଏକ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି । ସେଥିରେ ସେମାନେ ଦର୍ଶାଇଛନ୍ତି ଯେ, ଅନେକ ଦିନରୁ ସେହି ଅଂଚଳର ଗୁବା ଗାର୍ଡେନସ୍ଥିତ ଗୁଡ ସେଫାର୍ଡ ଚର୍ଚ୍ଚରେ ଲୋକଙ୍କୁ ବାହାନା କରି ଡକାଇ ଧର୍ମ ପରିବର୍ତ୍ତନ କରାଯାଉଥିଲା । ତେବେ ଏହି ମାମଲାରେ କଲ୍ୟାଣପୁର ସିଓ କହିଛନ୍ତି ଯେ, ଏହାର ଯାଂଚ ହେବ । ଯିଏ ବି ଦୋଷୀ ବୋଲି ଜଣାପଡିବ, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking