29.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗଚଳିତବର୍ଷ ୭.୭ ପ୍ରତିଶତ ହ୍ରାସ ହୋଇପାରେ ଜିଡିପି

ଚଳିତବର୍ଷ ୭.୭ ପ୍ରତିଶତ ହ୍ରାସ ହୋଇପାରେ ଜିଡିପି

ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦେଶର ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି । ଏହି ସର୍ଭେରେ କରୋନା ସଂକଟ ସମୟରେ ଦେଶର ଅର୍ଥବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି । ସର୍ଭେରେ କୁହାଯାଇଛି ଯେ, ଆର୍ଥିକ ବର୍ଷ ୨୦୨୦-୨୧ରେ ଜିଡିପି ମାଇନସ ୭.୭ ପ୍ରତିଶତ ହେବ । ଅର୍ଥାତ ଏଥିରେ ୭.୭ ପ୍ରତିଶତ ହ୍ରାସ ହୋଇପାରେ । ସର୍ଭେରେ ଆହୁରି ମଧ୍ୟ କୁହାଯାଇଛି, ଆସନ୍ତା ବର୍ଷ ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବ । ୨୦୨୧-୨୨ ଆର୍ଥିକ ବର୍ଷରେ ୧୧ ପ୍ରତିଶତ ବୃଦ୍ଧି ନେଇ ଅନୁମାନ କରାଯାଉଛି । ମହାମାରୀ କରୋନା ଏବଂ ଲକଡାଉନ କାରଣରୁ ଅର୍ଥବ୍ୟବସ୍ଥାରେ ହ୍ରାସ ପରିଲକ୍ଷିତ ହୋଇଛି । ଇକୋନୋମି ସର୍ଭେ କୁ ଦୃଷ୍ଟିରେ ରଖି ସରକାରଙ୍କୁ ନିଜ ଖର୍ଚ୍ଚ ବଢାଇବାକୁ ପଡିବ ।

ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇଥିବା ବେଳେ ରିପୋର୍ଟ ସଂପର୍କରେ ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ସୂଚନା ପ୍ରଦାନ କରିଛନ୍ତି । ୨୦୨୧ ଆର୍ଥିକ ବର୍ଷରେ ଜିଡିପି ୧୧ ପ୍ରତିଶତ ରହିବା ଆକଳନ ହୋଇଛି । ସେହିଭଳି ସେ କରୋନା କାଳରେ ଲକ ଡାଉନ ନିଷ୍ପତ୍ତିକୁ ମଧ୍ୟ ପ୍ରଂଶସା କରିଛନ୍ତି । ସମୟୋଚିତ ଲକଡାଉନ ହୋଇନଥିଲେ ଅଧିକ ଜୀବନହାନି ଘଟିଥାନ୍ତା ବୋଲି ସେ କହିଛନ୍ତି । ଫଳରେ ଅଧିକ ଜୀବନହାନି ଘଟିଥିଲେ ଆର୍ଥିକ ବ୍ୟବସ୍ଥା ଉପରେ ପ୍ରଭାବ ପଡିଥାନ୍ତା । ଲକଡାଉନ ଯୋଗୁଁ ଜୀବନ ଏବଂ ଜୀବିକା ଉଭୟର ସୁରକ୍ଷା ହୋଇଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking