28.1 C
Bhubaneswar
Saturday, April 27, 2024
Homeଓଡିଶାମୂଳନିବାସୀ ମହିଳା ସଂଘର୍ଷ ସମିତର ବିକ୍ଷୋଭ ଓ କ୍ୟାଣ୍ଡେଲଯାତ୍ରା

ମୂଳନିବାସୀ ମହିଳା ସଂଘର୍ଷ ସମିତର ବିକ୍ଷୋଭ ଓ କ୍ୟାଣ୍ଡେଲଯାତ୍ରା

ବଲାଙ୍ଗିର,(ଦେବାଶିଷ ମିଶ୍ର)- ଉତ୍ତରପ୍ରଦେଶ ର ହାଥରସ ଠାରେ ହୋଇଥିବା ଜଘନ୍ୟ ଗଣ ବଳାକ୍ତାର ଓ ନିର୍ମମ ହତ୍ୟା ବିରୁଦ୍ଧରେ, ମୂଳନିବାସୀ ମହିଳ ସଂଘର୍ଷ ସମିତି ପକ୍ଷରୁ ଆଜି ସଂନ୍ଧ୍ୟାରେ ବିକ୍ଷୋଭ ପ୍ରକାଶ କରିବା ସହ ଏକ କ୍ୟାଣ୍ଡେଲ ଯାତ୍ରା କରାଯାଇଛି । ଏହି ସଭାରେ ହାଥରସ ର ମନୀଷା ବାଲ୍ମିକିଙ୍କ ଗଣବଳାକ୍ରାର ଓ ହତ୍ୟା ଘଟଣାରେ ୟୁପି ସରକାର କାହରି ଶୁଣୁ ନଥୀବା ବେଳେ ସଂଘର୍ଷ ସମିତି ୟୁପି ସରକାର ସାମନାରେ ୪ ଦଫା ଦାବୀ ରଖୀଛି । ସେ ମଧ୍ୟରେ ମନୀଷା ଗଣ ବଲାକ୍ରାର ଓ ହତ୍ୟା ମାମଲା ଫାଷ୍ଟଟ୍ରାକ କୋର୍ଟରେ ତୁରନ୍ତ ବିଚାର କରି ଦୁଇ ମାସ ଭିତରେ ଦୋଷୀଙ୍କୁ ଫାଷି ଦଣ୍ଡରେ ଦଣ୍ଡିତ କରାଯାଉ । ଏହି ଘଟଣାର ସି ବି ଆଇ ତଦନ୍ତ କରାଯାଇ ବଳାକ୍ରାରୀଙ୍କୁ ସହେଯାଗ କରିଥିବା ଜାତିବାଦୀ ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଦଣ୍ଡିତ କରାଯାଉ । ପିଡିତା ପରିବାରକୁ ୫୦ ଲକ୍ଷ କ୍ଷତିପୁରଣ ଦିଆଯାଉ । ଆହୁରି କର୍ତ୍ତବ୍ୟରେ ଅବହେଳା କରିଥିବା ପୋଲିସ କର୍ମଚାରି ଓ ଅଧୀକାରିଙ୍କ ବିରୋଧରେ ଦୃଷ୍ଟାନ୍ତ ମୁଳକ ଦଣ୍ଡ ବିଧାନ କରାଯାଇ ବୋଲି ଦାବୀ ଗୁଡିକ ରହିଛି । ତେବେ ୟୋଗି ସରକାର ଯଦି ଏହି ଦାବୀ ସମୁହକୁ ଅଣଦେଖା କରନ୍ତି, ତେବେ ମହିଳା ସଂଘର୍ଷ ସମିତି ନିଜ ହକ ପାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇବାକ ବାଧ୍ୟ ହେବ ବୋଲି ସମିତିର ରାଜ୍ୟ ସଭାପତି ବନୀତା ସାମଲ କହିଛନ୍ତି ।
ସଭାପତି ବନୀତା ସାମଲ ଓ ବଲାଙ୍ଗିର ଜିଲ୍ଲା ସଂଯୋଜକ ଶୁଭଦ୍ରା ସୁନାଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ମହିଳାମାନେ ସ୍ଥାନୀୟ କଚେରି ଛକ ସ୍ଥିତ ବାବାସାହେବଙ୍କ ମୁର୍ତ୍ତି ତଳେ ଏକତ୍ରିତ ହୋଇଥିଲେ । ବାବାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ପରେ , ହାଥରସ ର ଭଉଣୀ ମନୀଷାଙ୍କ ପାଇଁ ପ୍ରର୍ଥନା କରାଯାଇଥିଲ।। ବିକ୍ଷୋଭ ସଭାରେ ବିଭିନ୍ ସଦସ୍ୟ ନିଜସ୍ୱ ମତ ରଖିବା ସହ ୟୋଗୀ ଓ ମୋଦି ସରକାର ବରୁଦ୍ଧରେ ବିଷୌଦଗାର କରିଥିଲେ । ଉତ୍ତର ପ୍ରଦେଶର ୟୋଗୀ ସରକାର ବିଭୀନ୍ନ ଆଳରେ ଏହି ଗଣବଳାକ୍ରାର ଓ ହତ୍ୟା ଘଟଣାକୁ ଚାପି ଦେବା ଉଦ୍ୟମ କରୁଛି । ଲଜ୍ୟାହୀନ ୟୁପି ପୋଲିସ ଏବେ ବଳାକ୍ରାର ହୋଇ ନଥୀବା କହୁଥିବା ବେଳେ, ମନୀଷାଙ୍କ ମୃତ ଶରୀରକୁ ତାଙ୍କ ପରିବାର ବର୍ଗକୁ ନଦେଇ କାହିଁକି ରାତାରାତି ସଂସ୍କାର କରିଦେଲା ତାହାର ଉତ୍ତର ଦେଇ ପାରୁ ନାହିଁ । ଆହୁରି ମନୀଷାଙ୍କ ପରିବାର ବର୍ଗଙ୍କୁ ନଜର ବନ୍ଦ କରିରଖି ଥିବା ବେଳେ କାହାରିକୁ ତାଙ୍କ ପାଖକୁ ଯାଇ ଦେଉନାହିଁ । ଏଭଳି ଭାବେ ମନୀଷା ଭଉଣୀ କିଭଳି ନ୍ୟାୟ ପାଇପାରିବ ବୋଲି ସମିତ ତରଫରୁ କୁହାଯାଇଛି । ଆଜିର ଏହି କାଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମିନା ନାଗ,ଝରନା ନାଗ, ନୈନା ନାଗ,ଗିତା ବାଗ,ଜେସ୍ମିନ ନନ୍ଦ,ବିଷ୍ନୁପରିୟା ବାରିକ,ପ୍ରିୟଲଖ୍ମି ସିନ୍ଦିରିଆ, ପାନ କୁମ୍ଭାର,କଲ୍ୟାନି ସୁନା,ମାଲାତି କୁମ୍ଭାର,ପ୍ରମିଲା କୁମ୍ଭାର, ଜାୟାନ୍ତି ହରିପାଲ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking