30.1 C
Bhubaneswar
Friday, April 26, 2024
Homeଓଡିଶାପଞ୍ଚାୟତରେ ହେଉଥିବା ଦୁର୍ନୀତିକୁ ବିରୋଧ କରି ବିଡ଼ିଓଙ୍କ ଅଫିସ ଆଗରେ ଗଣଧାରଣା ଦେଲେ ହିତାଧିକାରୀ

ପଞ୍ଚାୟତରେ ହେଉଥିବା ଦୁର୍ନୀତିକୁ ବିରୋଧ କରି ବିଡ଼ିଓଙ୍କ ଅଫିସ ଆଗରେ ଗଣଧାରଣା ଦେଲେ ହିତାଧିକାରୀ

ରଣପୁର: ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ର ଖଇରପଲ୍ଲୀ ପଂଚାୟତ ରେ ଦୀର୍ଘ ବର୍ଷହେବ ରାସନ କାର୍ଡ, ପାଇଖାନା ଓ ଆବାସ ଯୋଜନାରେ ମହାଦୃନୀତି ହେଉଥିବା ଅଭିଯୋଗ ହେଉଥିଲା । କିନ୍ତୁ ଯେତେବେଳେ ପଂଚାୟତ ଦୃନୀତିର ଚରମସୀମାକୁ ଲଙ୍ଘିଲା ସେତେବେଳେ ହିତାଧିକାରୀ ମାନେ ଦୃନୀତିକୁ ବିରୋଧ କରି ପଞ୍ଚାୟତର ସମିତିସଭ୍ୟ ଦୁଃଶାସନ ଜେନାଙ୍କ ତତ୍ଵବଧାନରେ ରଣପୁର BDO ଙ୍କ ଅଫିସ ଆଗରେ ଗଣଧାରଣା ଦେଲେ । ଚଳିତବର୍ଷ ଯେଉଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରତଦନ୍ତ ହୋଇଥିଲା ତାହା ସଠିକ ଭାବରେ ହୋଇନଥିବା ହିତାଧିକାରୀମାନେ କହିଛନ୍ତି । ଯାହା ଫଳରେ ଯୋଗ୍ୟ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡ଼ିଥିବା ବେଳେ ଅଯୋଗ୍ୟ ହିତାଧିକାରୀ ମାନେ ଟଙ୍କା ଦେଇ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ଯୋଗ୍ୟ ହିତାଧିକାରୀ ମାନେ ବାରମ୍ବାର BDO ଓ ଜ଼ିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ୍ୟ ଏ ପଯ୍ୟନ୍ତ କୌଣସି ପଦକ୍ଷପ ନିଯାଇନି । ଯଦି ଏ ସମ୍ପର୍କରେ ପ୍ରଶାସନ କୌଣସି ପଦକ୍ଷେପ ନ ନିଏ ତେବେ ଅନିଷ୍ଟକାଳ ପାଇଁ ଏଭଳି ଗଣଧାରଣା ରେ ବସିବେ ବୋଲି ହିତାଧିକାରୀ ମାନେ ମତ ରଖିଛନ୍ତି । ଏ ସମ୍ପର୍କ ରେ ଆମେ ସ୍ଥାନୀୟ BDO ପଞ୍ଚାନନ ପଟନାୟକଙ୍କ ସହ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ଯୋଗାଯୋଗ ସମ୍ଭବ ହୋଇନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking