29.1 C
Bhubaneswar
Friday, April 26, 2024
Homeଓଡିଶାବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର: ଆଜି ବ୍ରହ୍ମପୁର ମହାନଗର ନିଗମର ୧୪ନମ୍ବର ଓ୍ୱାର୍ଡ୍ ଅନ୍ତର୍ଗତ ଅନ୍ନପୂର୍ଣ୍ଣା ନଗର ଉନ୍ନୟନ କମିଟି ତରଫରୁ ସଭାପତି ପଦ୍ମଚରଣ ରଥ ସଂପାଦକ ଶ୍ରୀନିବାସ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନ୍ନପୂର୍ଣ୍ଣା ନଗର ମୁଖ୍ୟ ରାସ୍ତା ପାର୍ଶ୍ବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ମହାନଗର ନିଗମର ସୁଖ ଦୁଃଖର ସାଥୀ ତଥା ପ୍ରିୟ ନେତା ମାନ୍ୟବର ବିଧାୟକ ବ୍ରହ୍ମପୁର ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ଉପସ୍ଥିତ ରହି ନିଜର ପବିତ୍ର କର କମଳ ରେ ବୃକ୍ଷରୋପଣ କରିଥିଲେ।ସେ ଅଞ୍ଚଳ ବାସୀଙ୍କୁ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ପାଇଁ ପ୍ରେରଣା ଦେଇ କହିଥିଲେ କି “ବୃକ୍ଷ ର ନାହିଁ ଆଉ ବିକଳ୍ପ ବୃକ୍ଷ ରକ୍ଷା ପାଇଁ ଆଜି ହିଁ କର ସଂକଳ୍ପ”। ଅଞ୍ଚଳର ସୁଖ ସୁବିଧା ବିଷୟରେ ଲୋକଙ୍କ ସହିତ ଆଲୋଚନା କରି ଅନ୍ନପୂର୍ଣ୍ଣା ନଗର ର ବିକାଶ ପାଇଁ ସେ ଦୃଢ଼ ସଂକଳ୍ପ ବୋଲି କହି ଥିଲେ। ଏହି କାର୍ଯ୍ୟକ୍ରମ ରେ ମହାନଗର ସଭାପତି ଅଜିତ୍ କୁମାର ପଣ୍ଡା, ଦକ୍ଷିଣାଞ୍ଚଳ ଛାତ୍ର ସଭାପତି ଜ୍ୟୋତି ରଞ୍ଜନ ସାହୁ,ସଂଯିତ୍ ପାଣିଗ୍ରାହୀ,ମଦନ ଦଳାଇ,ସମାଜସେବୀ ତଥା ଆଇନଜୀବୀ ସୂର୍ଯ୍ୟକାନ୍ତ ସୁବୁଦ୍ଧି, ସୁରେନ୍ଦ୍ରନାଥ ପଟ୍ଟନାୟକ,ଦିଲିପ୍ ପାତ୍ର,ଉଦୟ ବେହେରା, ଟୁକୁ ମିଶ୍ର ଏବଂ ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ମାନେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଉପସଭାପତି ଅରୁଣ ସାହୁ,ସଙ୍ଗଠନ ସମ୍ପାଦକ ଟୁଟୁ ଗୌଡ,ଉପଦେଷ୍ଟା ଶିବରାମ ପ୍ରଧାନ,ବିନୋଦ ପାତ୍ର,ପ୍ରଦୀପ ନାୟକ,ଅଶୋକ ପଣ୍ଡା, ପଦ୍ମ ମହାରଣା,ବିମଳ ନାୟକ,ଶିବ ସାହୁ,କିଶୋର ପାତ୍ର , ଶ୍ରିନୁ ଏବଂ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।। ଅନ୍ନପୂର୍ଣ୍ଣା ନଗର ର ମହିଳା ମାନେ ଅତିଥି ମାନଙ୍କୁ ଶଙ୍ଖ ଧ୍ଵନି ସହିତ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ଅତ୍ୟନ୍ତ ଆଦର ର ସହିତ ସ୍ବାଗତ କରିଥିଲେ।କାର୍ଯ୍ୟକ୍ରମରେ ସମସ୍ତଙ୍କ ସହ ଯୋଗ ପାଇଁ ସମ୍ପାଦକ ଶ୍ରୀନିବାସ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଏବଂ ସମାଜସେବୀ ତଥା ଆଇନଜୀବୀ ସୂର୍ଯ୍ୟକାନ୍ତ ସୁବୁଦ୍ଧି ଙ୍କୁ ସାଧୁବାଦ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking