28.1 C
Bhubaneswar
Saturday, April 27, 2024
Homeଖେଳଜୁନିୟର୍ ଶୁଟିଂ ବିଶ୍ୱକପ୍‌: ଶୀର୍ଷରେ ରହିଲା ଭାରତ

ଜୁନିୟର୍ ଶୁଟିଂ ବିଶ୍ୱକପ୍‌: ଶୀର୍ଷରେ ରହିଲା ଭାରତ

ସୁହଲ୍ : ସିଫ୍ଟ କୌର ସାମ୍ରା ଓ ସୁର୍ଯ୍ୟ ପତାପ ସିଂହ ଗୁରୁବାର ୫୦ ମିଟର ରାଇଫଲ୍ ପ୍ରୋନ୍ ମିକ୍ସଡ୍ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତିବା ଫଳରେ ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍ ଜୁନିୟର ବିଶ୍ୱକପ୍‌ରେ ଭାରତ ଶୀର୍ଷସ୍ଥାନ ହାସଲ କରିଛି । ଫାଇନାଲ୍‌ରେ ସିଫ୍ଟ ଓ ସୂର୍ଯ୍ୟଙ୍କ ଯୋଡ଼ି ପୋଲାଣ୍ଡର ମାଜା ମାଗ୍‌ଦାଲେନା ଗାୱେଣ୍ଡା ଓ ୱିକ୍‌ତୋରୋ ସାଜ୍‌ଦାକ୍‌ଙ୍କ ଯୋଡ଼ିଠାରେ ୧୫-୧୭ରେ ପରାଜିତ ହୋଇଥିଲେ । ଅନ୍ୟପକ୍ଷରେ ସ୍କିଟ୍ ମିକ୍ସଡ୍ ଇଭେଣ୍ଟ୍‌ର କ୍ୱାଲିଫିକେସନ୍ ରାଉଣ୍ଡ୍‌ରେ ଅଭୟ ସିଂହ ସେଖୋନ୍ ଓ ଅରୀବା ଖାନ୍‌ଙ୍କ ଯୋଡ଼ି ସପ୍ତମ ସ୍ଥାନରେ ରହି ବାଦ୍ ପଡ଼ିଛି । ସେହିପରି ଭବତେଗ୍ ସିଂହ ଗିଲ୍ ଓ ଦର୍ଶନ ରାଠୋର୍‌ଙ୍କ ଅନ୍ୟତମ ଭାରତୀୟ ଯୋଡ଼ି ଦଶମ ସ୍ଥାନରେ ରହିଥିଲା । ବୁଧବାର ବିଳମ୍ବିତ ରାତିରେ ପରିନାଜ୍ ଧଲିୱାଲ୍‌, ଦର୍ଶନା ରାଠୋର୍ ଓ ଅରୀବା ଖାନ୍‌ଙ୍କ ଭାରତୀୟ ମହିଳା ସ୍କିଟ୍ ଟିମ୍ ଜର୍ମାନୀକୁ ୬-୦ରେ ହରାଇ ବ୍ରୋଞ୍ଜ୍ ପଦକ ଜିତିଥିଲା । ଏହା ଶଟ୍‌ଗନ୍‌ରେ ଭାରତର ତୃତୀୟ ପଦକ ଥିଲା । ୨୫ ମି. ର‌୍ୟାପିଡ୍ ଫାୟାର୍ ମିକ୍ସ ଟିମ୍ ଇଭେଣ୍ଟ୍‌ର ଫାଇନାଲ୍‌ରେ ସିମ୍ରନ୍‌ପ୍ରୀତ୍ କୌର୍ ବ୍ରାର୍ ଓ ବିଜୟବୀର ସିନ୍ଧୁ ୧୭-୯ରେ ଅନୀଷ ଓ ତେଜସ୍ୱିନୀଙ୍କ ଅନ୍ୟତମ ଭାରତୀୟ ଟିମ୍‌କୁ ୧୭-୯ରେ ହରାଇବା ଫଳରେ ବୁଧବାର ଭାରତକୁ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିଥିଲା । ଟୁର୍ଣ୍ଣାମେଣ୍ଟ୍‌ରେ ଭାରତ ୧୩ ସ୍ୱର୍ଣ୍ଣ, ୧୫ ରୌପ୍ୟ ଓ ପାଞ୍ଚ ବ୍ରୋଞ୍ଜ୍ ସହ ମୋଟ ୩୩ ପଦକ ଜିତି ପ୍ରଥମ ସ୍ଥାନ ଅଧିକାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking