31.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶ୨୬ରେ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ପ୍ରଥମ ଶୁଣାଣି

୨୬ରେ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ପ୍ରଥମ ଶୁଣାଣି

ଲକ୍ଷ୍ନୌ: ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ଦାୟର ରିଟ୍ ପିଟିସନ୍‌କୁ ଉତ୍ତର ପ୍ରଦେଶର ଏକ କୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । ଗୁରୁବାର ମଥୁରା ଜିଲ୍ଲା ଜଜ୍ କୋର୍ଟରେ ମାମଲାକୁ ନେଇ ଶୁଣାଣି ହୋଇଥିଲା । ଏହାପରେ ଶ୍ରୀକୃଷ୍ଣ ଜନ୍ମଭୂମି ବନାମ ଶାହି ଇଦ୍‌ଗାହ ମସ୍‌ଜିଦ୍ ମାମଲାର ଶୁଣାଣି ତଳ କୋର୍ଟରେ କରାଯିବ ବୋଲି ଜିଲ୍ଲା ଜଜ୍ ରାଜୀବ ଭାରତୀଙ୍କ କୋର୍ଟ କହିଛନ୍ତି । ଆସନ୍ତା ୨୬ ତାରିଖରେ ଏହି ମାମଲାର ପ୍ରଥମ ଶୁଣାଣି ହେବ । ଭଗବାନ ଶ୍ରୀକୃଷ୍ଣଙ୍କ ସଖୀ ଭାବେ ଆଡ୍‌ଭୋକେଟ୍ ରଞ୍ଜନା ଅଗ୍ନିହୋତ୍ରୀଙ୍କ ପକ୍ଷରୁ ଦାୟର ଆବେଦନରେ ୨.୩୭ ଏକର ଜମି ମୁକ୍ତ କରାଇବା ପାଇଁ ଦାବି କରାଯାଇଛି ।

ଏହି ଜମି ଉପରେ ଶାହି ଇଦ୍‌ଗାହ ମସ୍‌ଜିଦ୍ ରହିଛି । ରଞ୍ଜନାଙ୍କ ସମେତ ୬ଜଣ ବ୍ୟକ୍ତିଙ୍କ ପକ୍ଷରୁ କରାଯାଇଥିବା ଆବେଦନରେ କୁହାଯାଇଛି ଶ୍ରୀକୃଷ୍ଣ ବିରାଜମାନଙ୍କର ୧୩.୩୭ ଏକର ଜମି ରହିଛି । ଏହାର ପ୍ରାୟ ୧୧ ଏକର ଜମିରେ ଶ୍ରୀକୃଷ୍ଣ ଜନ୍ମସ୍ଥାନ ମନ୍ଦିର ନିର୍ମିତ ହୋଇଥିବା ବେଳେ ୨.୩୭ ଏକର ଜମି ଉପରେ ଶାହି ଇଦ୍‌ଗାହ ମସ୍‌ଜିଦ୍ ରହିଛି । ଏହି ଜମିକୁ ମୁକ୍ତକରି ଶ୍ରୀକୃଷ୍ଣ ଜନ୍ମସ୍ଥାନ ସହିତ ସାମିଲ କରାଯିବାକୁ ଆବେଦନକାରୀ ଦାବି କରିଛନ୍ତି ।

ଏହା ବ୍ୟତୀତ ୧୯୬୮ରେ ହୋଇଥିବା ବୁଝାମଣାକୁ ମଧ୍ୟ ରଦ୍ଦ କରିବାକୁ ଦାବି ହୋଇଛି । ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି ଜମି ଠାକୁର ବିରାଜମାନ କେଶବ କଟରା ଦେବ ମନ୍ଦିର ନାମରେ ଥିବାରୁ ସଂସ୍ଥାନର ବୁଝାମଣା କରିବା ଅଧିକାର ନାହିଁ । ଆଡ୍‌ଭୋକେଟ୍ ରଞ୍ଜନା ଅଗ୍ନିହୋତ୍ରୀ ଭଗବାନ ଶ୍ରୀକୃଷ୍ଣଙ୍କ ସଖୀ ଭାବେ ୨୦୨୦ ସେପ୍ଟେମ୍ବରରେ ସିଭିଲ୍ କୋର୍ଟରେ ଏକ ମାମଲା ଦାୟର କରିଥିଲେ । ତେବେ କୋର୍ଟ ମାମଲାକୁ ଖାରଜ କରିଦେଇଥିଲେ । ଏହାପରେ ଅକ୍ଟୋବରରେ ଏହି ମାମଲାର ରିଭିଜନ୍ ପାଇଁ ଜିଲ୍ଲା ଜଜ୍ କୋର୍ଟରେ ଦାୟର କରାଯାଇଥିଲା । ଏହା ଉପରେ ପ୍ରାୟ ଦେଢ଼ବର୍ଷ ଧରି ଶୁଣାଣି ଚାଲିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking