28.1 C
Bhubaneswar
Saturday, April 27, 2024
Homeଖେଳଆର୍ଚେରୀ ବିଶ୍ୱକପ୍ : ଭାରତୀୟ ମହିଳା ରିକର୍ଭ ଟିମ୍‌କୁ ବ୍ରୋଞ୍ଜ୍‌

ଆର୍ଚେରୀ ବିଶ୍ୱକପ୍ : ଭାରତୀୟ ମହିଳା ରିକର୍ଭ ଟିମ୍‌କୁ ବ୍ରୋଞ୍ଜ୍‌

ଗ୍ୱାଙ୍ଗ୍‌ଜୁ : ସାଉଥ୍ କୋରିଆର ଗ୍ୱାଙ୍ଗ୍‌ଜୁରେ ଚାଲିଥିବା ଆର୍ଚେରୀ ବିଶ୍ୱକପ୍ ଦ୍ୱିତୀୟ ଚରଣରେ ଗୁରୁବାର ଭାରତୀୟ ମହିଳା ଆର୍ଚର୍‌ମାନେ ରିକର୍ଭ ଟିମ୍ ଇଭେଣ୍ଟ୍‌ରେ ବ୍ରୋଞ୍ଜ୍ ଜିତି ଦେଶର ପଦକ ସଂଖ୍ୟା ତିନିରେ ପହଞ୍ଚାଇଛନ୍ତି । ଗୁରୁବାର ଭାରତୀୟ ପୁରୁଷ ଟିମ୍ ନିଜଠାରୁ କମ୍ ର‌୍ୟାଙ୍କ୍‌ର ଫ୍ରାନ୍ସଠାରୁ କ୍ୱାର୍ଟର୍ ଫାଇନାଲ୍‌ରେ ହାରି ବିଦାୟ ନେଇଥିବା ବେଳେ ରିଧି ଫୋର୍‌, କୋମଲିକା ବାରି ଓ ଅଙ୍କିତା ଭକତ୍‌ଙ୍କ ଯୁବ ଟିମ୍ ଏକତରଫା ବ୍ରୋଞ୍ଜ୍ ପଦକ ପ୍ଲେଅଫ୍ ମ୍ୟାଚ୍‌ରେ ଚୀନା ତାଇପେଇ ବିପକ୍ଷରେ ୬-୨ (୫୬-୫୨, ୫୪-୫୧, ୫୪-୫୫, ୫୫-୫୪)ର ବିଜୟ ହାସଲ କରିଥିଲା ।

ସେମିଫାଇନାଲ୍‌ରେ ଭାରତୀୟ ଟିମ୍ ଟାଇଟଲ୍‌ର ପ୍ରବଳ ଦାବିଦାର ଘରୋଇ କୋରିଆ ଟିମ୍‌ଠାରୁ ୨-୬ରେ ପରାଜିତ ହୋଇଥିଲା, ଯାହା ଫଳରେ ବ୍ରୋଞ୍ଜ୍ ପଦକ ମୁକାବିଲା ଖେଳିଥିଲା । ଏହା ପୂର୍ବରୁ ତରୁଣଦୀପ ରାୟ ଏବଂ ଜୟନ୍ତ ତାଲୁକଦାରଙ୍କ ଅନୁଭବୀ ଯୋଡ଼ି ସହ ପଦାର୍ପଣକାରୀ ନୀରଜ ଚୌହାନ୍‌ଙ୍କ ଟିମ୍ ୧୫ତମ ସିଡ୍ ଫ୍ରାନ୍ସଠାରୁ ୨-୬ରେ ପରାଜିତ ହେବାକୁ ପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking