28.1 C
Bhubaneswar
Friday, March 29, 2024
Homeଖେଳଥାଇଲାଣ୍ଡ ଓପନ୍‌: କ୍ୱାର୍ଟର୍‌ରେ ସିନ୍ଧୁ

ଥାଇଲାଣ୍ଡ ଓପନ୍‌: କ୍ୱାର୍ଟର୍‌ରେ ସିନ୍ଧୁ

ବ୍ୟାଙ୍କକ୍‌: ଡବଲ୍ ଅଲିମ୍ପିକ୍ ମେଡାଲିଷ୍ଟ୍ ପିଭି ସିନ୍ଧୁ ଗୁରୁବାର କୋରିଆର କିମ୍ ୟୁ ଜିନ୍‌ଙ୍କୁ ହରାଇ ଏଠାରେ ଚାଲିଥିବା ଥାଇଲାଣ୍ଡ୍ ଓପନ୍ ସୁପର୍ ୫୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର ମହିଳା ସିଙ୍ଗଲ୍ସ କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଷଷ୍ଠ ସିଡ୍ ସିନ୍ଧୁ ୩୭ ମିିନିଟ୍‌ର ମ୍ୟାଚ୍‌ରେ କୋରିଆ ଶଟ୍‌ଲର୍‌ଙ୍କୁ ୨୧-୧୬, ୨୧-୧୩ ସିଧା ଗେମ୍‌ରେ ହରାଇ ଦେଇଥିଲେ । କ୍ୱାର୍ଟର୍ ଫାଇନାଲ୍‌ରେ ସେ ଦ୍ୱିତୀୟ ସିଡ୍ ଜାପାନର ଅକାନେ ୟାମାଗୁଚିଙ୍କୁ ଭେଟିବେ । ଏହା ବିଶ୍ୱ ନଂ୭ ସିନ୍ଧୁ ଓ ବିଶ୍ୱ ନଂ ୧ ୟାମାଗୁଚିଙ୍କ ମଧ୍ୟରେ ଏହା ୨୩ତମ ମୁକାବିଲା ହେବ। ଶେଷଥର ପାଇଁ ଉଭୟଙ୍କ ମଧ୍ୟରେ ଏସିଆନ୍ ଚାମ୍ପିଅନ୍‌ଶିପ୍‌ର ସେମିଫାଇନାଲ୍‌ରେ ମୁକାବିଲା ହୋଇଥିଲା । ଏଥିରେ ସିନ୍ଧୁ ୧୩-୨୧, ୨୧-୧୯, ୨୧-୧୬ରେ ପରାଜିତ ହୋଇଥିଲେ ।

ଏହା ପୂର୍ବରୁ ଆଜି ଭାରତର ଐତିହାସିକ ଥୋମାସ୍ କପ୍ ବିଜୟର ଅନ୍ୟତମ ପ୍ରମୁଖ କର୍ଣ୍ଣଧାର କିଦାମ୍ବୀ ଶ୍ରୀକାନ୍ତ ଆୟର୍ଲାଣ୍ଡ୍ ପ୍ରତିଦ୍ୱନ୍ଦ୍ୱୀ ଏନ୍‌ହାଟ୍ ଏନ୍‌ଗୁଏନ୍‌ଙ୍କୁ ୱାକ୍‌ଓଭର୍ ଦେଇ ଟୁର୍ଣ୍ଣାମେଣ୍ଟ୍‌ରୁ ବିଦାୟ ନେଇଥିଲେ । ବିଶ୍ୱର ନଂ୧୧ ଖେଳାଳି ପୂର୍ବରୁ ପୁରୁଷ ସିଙ୍ଗଲ୍ସର ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ଉନ୍ନତ ପ୍ରଦର୍ଶନ କରି ଫ୍ରାନ୍ସର ବ୍ରାଇସ୍ ଲେଭେରଡେଜ୍‌ଙ୍କୁ ୧୮୨୧, ୨୧-୧୦, ୨୧-୧୬ରେ ପରାଜିତ କରିଥିଲେ । ଯୁବ ଭାରତୀୟ ଖେଳାଳି ମାଳବିକା ବନ୍‌ସୋଡ୍ ମହିଳା ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ଡେନ୍‌ମାର୍କର ଲିନ୍ ଖ୍ରୀଷ୍ଟୋଫର୍‌ସନ୍‌ଙ୍କଠାରୁ ୨୧-୧୬, ୧୪-୨୧, ୧୪-୨୧ରେ ପରାଜିତ ହୋଇଛନ୍ତି ।

ସେହିପରି ଇଶାନ୍ ଭଟନାଗର ଓ ତନିଷା କ୍ରେଷ୍ଟୋଙ୍କ ଭାରତୀୟ ମିକ୍ସଡ୍ ଡବଲ୍ସ ଯୋଡ଼ି ମଧ୍ୟ ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଛି । ସେକେଣ୍ଡ୍ ରାଉଣ୍ଡ୍ ମ୍ୟାଚ୍‌ରେ ଭାରତୀୟ ଯୋଡ଼ିକୁ ଗୋହ ସୁନ୍ ହୁାତ୍ ଓ ଲାଇ ଶେଭନ୍ ଜେମିଙ୍କ ଷଷ୍ଠ ସିଡ୍ ମାଲେସୀୟ ଯୋଡ଼ି ୧୯-୨୧, ୨୦-୨୨ରେ ହରାଇ ଦେଇଥିଲା । ପରେ ମହିଳା ଡବଲ୍ସରେ ଅଶ୍ୱିନୀ ଭଟ୍ କେ ଓ ଶିକ୍ଷା ଗୌତମ ମଧ୍ୟ ପରାଜିତ ହୋଇଛନ୍ତି । ସେମାନେ ମାୟୁ ମାତ୍‌ସୁମୋତୋ ଓ ୱାକାନା ନାଗାହାରାଙ୍କ ପଞ୍ଚମ ସିଡ୍ ଜାପାନୀ ଯୋଡ଼ିଠାରୁ୧୯-୨୧, ୬-୨୧ରେ ହାରିଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking