26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଜୁଲାଇ ୧-୮ ରିପୋର୍ଟ; ବିଦେଶୀ ପୁଞ୍ଜି ବିନିଯୋଗ ୨୨,୦୦୦ କୋଟି

ଜୁଲାଇ ୧-୮ ରିପୋର୍ଟ; ବିଦେଶୀ ପୁଞ୍ଜି ବିନିଯୋଗ ୨୨,୦୦୦ କୋଟି

ନୂଆଦିଲ୍ଲୀ: ଜୁଲାଇ ପ୍ରଥମ ସପ୍ତାହରେ (୧-୮) ବିଦେଶୀ କମ୍ପାନୀଗୁଡିକ ଭାରତୀୟ ମାର୍କେର୍ଟରେ ୨୨,୦୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଥିବା ଜଣାପଡିଛି । ଯଦି ଏହି ଧାରା ଅବ୍ୟାହତ ରହେ, ତେବେ ଜୁଲାଇରେ ବିଦେଶୀ ପୁଞ୍ଜି ବିନିଯୋଗ ପରିମାଣ ୨୦୨୩ ମେ’ ଓ ଜୁନ୍‌କୁ ଟପିଯିବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ମେ’ରେ ୪୩,୮୩୮ କୋଟି ଏବଂ ଜୁନ୍‌ରେ ୪୭,୧୪୮ କୋଟି ଟଙ୍କାର ବିଦେଶୀ ପୁଞ୍ଜି ବିନିଯୋଗ କରାଯାଇଥିଲା । ତେବେ ଜୁଲାଇରେ ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ ସୁଧ ହାର ସଂଶୋଧନ କରିବାର ସମ୍ଭାବନା ଥିବାରୁ ବିଦେଶୀ କମ୍ପାନୀଗୁଡିକ ଭାରତୀୟ ମାର୍କେଟରୁ କିଛିମାତ୍ରାରେ ପୁଞ୍ଜି ପ୍ରତ୍ୟାହାର କରିବାର ଆଶଙ୍କା ରହିଛି ବୋଲି କୋଟାକ୍ ସିକ୍ୟୁରିଟିଜ୍‌ର ଇକ୍ୱିଠଟୀ ରିସର୍ଚ୍ଚ ମୁଖ୍ୟ ଶ୍ରୀକାନ୍ତ ଚୌହ୍ୱାନ କହିଛନ୍ତି । ବିଶ୍ୱରେ ଆର୍ôଥକ ମାନ୍ଦାବସ୍ଥା ଅବ୍ୟାହତ ରହିଥିବା ସତ୍ତ୍ୱେ ବିଦେଶୀ କମ୍ପାନୀଗୁଡିକ ଭାରତୀୟ ମାର୍କେଟ ଉପରେ ଭରସା ଅତୁଟ ରଖୁଛନ୍ତି । ଏହା ନିଶ୍ଚିତଭାବେ ଏକ ଶୁଭ ସଙ୍କେତ ବୋଲି ଜିଓଜିତ୍ ଫାଇନାନ୍ସିଆଲ ସର୍ଭିସେସ୍‌ର ଚିଫ୍ ଇନ୍‌ଭେଷ୍ଟମେଣ୍ଟ ଷ୍ଟ୍ରାଟେଜିଷ୍ଟ ଭି.କେ.ବିଜୟକୁମାର କହିଛନ୍ତି ।

ଚଳିତବର୍ଷ ଜାନୁଆରୀ ଓ ଫେବୃଆରୀରେ ବିଦେଶୀ କମ୍ପାନୀଗୁଡିକ ଭାରତୀୟ ମାର୍କେଟରୁ ମେ।।ଟ ୩୪,୬୨୬ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର କରିନେଇଥିଲେ । ଜାନୁଆରୀରେ ଅଦାନୀ ଗ୍ରୁପ୍‌କୁ ନେଇ ବିବାଦୀୟ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶିତ ହେବାପରେ ବିଦେଶୀ କମ୍ପାନୀଗୁଡିକ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ କୁଣ୍ଠାବୋଧ କରିଥିଲେ । ତେବେ କ୍ରମବର୍ଦ୍ଧିଷ୍ଣୁ ଭାରତୀୟ ଅର୍ଥନୀତି ଏବଂ ସରକାରଙ୍କ କେତେକ କୋହଳ ପଦକ୍ଷେପ ସେମାନଙ୍କୁ ପୁଣି ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ କରିଥିଲା । ଫଳରେ ୨୦୨୩ ମାର୍ଚ୍ଚରୁ ବିଦେଶୀ ପୁଞ୍ଜି ବିନିଯୋଗ ପରିମାଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଚୀନ୍‌ର ଅର୍ଥନୀତି ଧିମେଇ ଯାଇଥିବାରୁ ବିଦେଶୀ କମ୍ପାନୀଗୁଡିକ ଭାରତମୁହାଁ ହୋଇଛନ୍ତି । ସେମାନଙ୍କର ନୀତି ‘ଈଙ୍କଚ୍ଚ ଓଦ୍ଭୟସବ, ଝରକ୍ଷକ୍ଷ ଉଷସଦ୍ଭବ’ ପାଲଟିଛି । ବର୍ତ୍ତମାନ ମୌସୁମୀ ଭାରତର ସବୁ ଅଞ୍ଚଳକୁ ସ୍ପର୍ଶ କରିଥିବାବେଳେ ଚାଷ କାର୍ଯ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି । ଏହା ମଧ୍ୟ ବିଦେଶୀ କମ୍ପାନୀଗୁଡିକୁ ବିଶେଷଭାବେ ଆକର୍ଷିତ କରୁଥିବା କୁହାଯାଇଛି । ଜୁଲାଇ ୮ ସୁଦ୍ଧା ଭାରତରେ ବିଦେଶୀ ପୁଞ୍ଜି ବିନିଯୋଗ ପରିମାଣ ୯୮,୩୫୦ କୋଟିରେ ପହଞ୍ଚିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking