36.1 C
Bhubaneswar
Sunday, May 19, 2024
Homeଅପରାଧବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ; ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ; ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ଭୁବନେଶ୍ୱର: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଜଣକ ଜଗନ୍ନାଥନଗର ରୋଡ୍ ନମ୍ବର-୮ରେ ରହୁଥିବା ଅଶ୍ୱିନୀ କୁମାର ସାହୁ ବୋଲି ଜଣାଯାଇଛି । ପୁଲିସ ସୂଚନାଅନୁଯାୟୀ, ଅଶ୍ୱିନୀ ସମ୍ପୃକ୍ତ ପୀଡ଼ିତାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ଦୁଷ୍କର୍ମ କରିଥିଲା ।

ଏଥିସହିତ ପୀଡ଼ିତାଙ୍କ ଅଜାଣତରେ ତାଙ୍କର କିଛିଟବ୍ୟକ୍ତିଗତ ଫଟୋ ସଂଗ୍ରହ କରିନେଇ ଅଭିଯୁକ୍ତ ଜଣକ ତାଙ୍କୁ ବ୍ଲାକମେଲ କରିଥିଲା । ଅଭିଯୁକ୍ତ ଜଣକ ତାଙ୍କୁ ନାନାପ୍ରକାର ଧମକ ଦେବା ସହିତ ମାଡ଼ ମାରିଥିଲେ ଏବଂ ଜୋରଜବରଦସ୍ତ ତାଙ୍କ ଏଟିଏମ କାର୍ଡକୁ ନେଇ ସେଥିରୁ ଦୁଇଲକ୍ଷ ଟଙ୍କା ମଧ୍ୟ ଉଠାଇ ନେଇଯାଇଥିଲା । ଏହାର କିଛି ଦିନ ପରେ ଅଭିଯୁକ୍ତ ଜଣକ ଅନ୍ୟଜଣଙ୍କୁ ବିବାହ କରିଥିବା ନେଇ ପୀଡ଼ିତା ଜାଣିବାକୁ ପାଇଥିଲେ । ଘଟଣାର ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking