35.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଭାରତକୁ ତୈଳ ରିଆତି ହ୍ରାସ କରିଛି ରୁଷ୍‌

ଭାରତକୁ ତୈଳ ରିଆତି ହ୍ରାସ କରିଛି ରୁଷ୍‌

ନୂଆଦିଲ୍ଲୀ: ଭାରତକୁ ଅଣବିଶୋଧିତ ତୈଳ ରପ୍ତାନୀ କରିବାରେ ରୁଷ୍ ଅନ୍ୟ ସମସ୍ତ ରାଷ୍ଟ୍ରକୁ ପଛରେ ପକାଇ ଶୀର୍ଷସ୍ଥାନ ଅଧିକାର କରିଆସୁଛି । ତେବେ ଭାରତକୁ ତୈଳ ରପ୍ତାନୀ ପ୍ରସଙ୍ଗରେ ରୁଷ୍ ପ୍ରଥମେ ଯେଉଁ ରିଆତି ପ୍ରଦାନ କରୁଥିଲା, ତାହା ବର୍ତ୍ତମାନ ହ୍ରାସ ପାଇଥିବା ଜଣାପଡିଛି । ୨୦୨୨ ଫେବୃଆରୀରେ ୟୁକ୍ରେନ ଉପରେ ଆକ୍ରମଣ କରିବାପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ରୁଷ୍‌ରୁ ତୈଳ ଆମଦାନୀ ବନ୍ଦ କରିଦେଇଥିଲେ । ଫଳରେ ରୁଷ୍ ଭାରତକୁ ଶସ୍ତାରେ ତୈଳ ଯୋଗାଇବା ଆରମ୍ଭ କରିଥିଲା । ୨୦୨୨ ସେପ୍ଟେମ୍ବର ବେଳକୁ ଇରାକ୍‌, ସାଉଦି ଆରବ ଓ କୁଏତ୍ ଭଳି ଦେଶକୁ ପଛରେ ପକାଇ ରୁଷ୍ ଭାରତକୁ ତୈଳ ରପ୍ତାନୀକାରୀ ରାଷ୍ଟ୍ରଭାବେ ଶୀର୍ଷକୁ ଉନ୍ନୀତ ହୋଇଥିଲା ।

ରୁଷ୍ ପ୍ରଥମେ ଭାରତକୁ ବ୍ୟାରେଲ ପିଛା ୭୯ ଡଲାରରେ ତୈଳ ରପ୍ତାନୀ କରୁଥିଲା । ରୁଷ୍‌ରୁ ତେଲ ଆମଦାନୀ ପ୍ରସଙ୍ଗରେ ଇରାକ୍ ତୁଳନାରେ ଭାରତକୁ ୧୦ ପ୍ରତିଶତ ରିଆତି ମିଳୁଥିବାବେଳେ ଆମେରିକା ତୁଳନାରେ ୧୧.୭ ପ୍ରତତଶତ, କୁଏତ୍ ତୁଳନାରେ ୧୫.୪ ପ୍ରତିଶତ, ସାଉଦି ଆରବ ତୁଳନାରେ ୧୯ ପ୍ରତିଶତ ଏବଂ ୟୁଏଇ ତୁଳନାରେ ୨୨.୧ ପ୍ରତିଶତ ରିଆତି ମିଳୁଥିଲା । ବର୍ତ୍ତମାନ ଏହା ସାମଗ୍ରିକଭାବେ ୪ ପ୍ରତିଶତକୁ ହ୍ରାସ ପାଇଥିବା ଜଣାପଡିଛି । ୟୁକ୍ରେନ ଯୁଦ୍ଧ ପୂର୍ବରୁ ଭାରତୀୟ ତେଲ କମ୍ପାନୀଗୁଡିକ ରୁଷ୍‌ରୁ ମାତ୍ର ୨ ପ୍ରତିଶତ ତେଲ ଆମଦାନୀ କରୁଥିଲେ । ତେବେ ଅଧିକ ରିଆତି ମିଳିବାରୁ ଭାରତୀୟ କମ୍ପାନୀଗୁଡିକ ଆବଶ୍ୟକତାର ୪୪ ପ୍ରତିଶତ ତେଲ ଆମଦାନୀ କରିଥିଲେ । ବର୍ତ୍ତମାନ ରିଆତି ହ୍ରାସ ହେବାରୁ ଭାରତୀୟ ତେଲ କମ୍ପାନୀଗୁଡିକ ପୁଣି ମଧ୍ୟପ୍ରାଚ୍ୟ ରାଷ୍ଟ୍ରକୁ ମୁହାଁଇବାର ସମ୍ଭାବନା ଉପୁଜିଛି । ରୁଷ୍ ବର୍ତ୍ତମାନ ଭାରତକୁ ଦୈନିକ ଦୁଇ ନିୟତ ବ୍ୟାରେଲ ତେଲ ରପ୍ତାନୀ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking