28.1 C
Bhubaneswar
Saturday, April 27, 2024
Homeବିଜିନେସ୍ଜିଓ ୫ଜି ନେଟ୍‌ୱାର୍କ ସାଇଟ୍ ୨ ଲକ୍ଷ ଟପିଲା

ଜିଓ ୫ଜି ନେଟ୍‌ୱାର୍କ ସାଇଟ୍ ୨ ଲକ୍ଷ ଟପିଲା

ଡେରାଡୁନ: ବୁଧବାର ଉତ୍ତରାଖଣ୍ଡର ଗଙ୍ଗୋତ୍ରୀଠାରେ ଜିଓ ପକ୍ଷରୁ ୫ଜି ଇଣ୍ଟରନେଟ୍ ସେବାର ଶୁଭାରମ୍ଭ କରାଯାଇଛି । କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମିଳିତଭାବେ ଏହାକୁ ଉଦ୍‌ଘାଟନ କରିଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଦେଶର ୨ ଲକ୍ଷରୁ ଅଧିକ ସାଇଟ୍‌ରେ ଜିଓ ୫ଜି ସେବା ଉପଲବ୍ଧ ହୋଇପାରିଛି । ବର୍ତ୍ତମାନ ପ୍ରତ୍ୟେକ ମିନିଟରେ ଦେଶର କେଉଁଠି ନା କେଉଁ ସ୍ଥାନରେ ଜିଓ ୫ଜି ସାଇଟ୍‌କୁ କାର୍ଯ୍ୟକ୍ଷମ କରାଯାଉଛି ଏବଂ ଏହା ରିଲାଏନ୍ସ ଜିଓ ପାଇଁ ଗର୍ବର ବିଷୟ ବୋଲି ବୈଷ୍ଣବ କହିଛନ୍ତି । ଦିନଥିଲା, ଭାରତ ବିଦେଶରୁ ବୈଷୟିକ ଜ୍ଞାନକୌଶଳ ଆମଦାନୀ କରୁଥିଲା । ତେବେ ସମୟ ବଦଳି ଯାଇଛି, ଭାରତ ବର୍ତ୍ତମାନ ବିଦେଶକୁ ବୈଷୟିକ ଜ୍ଞାନକୌଶଳ ରପ୍ତାନୀ କରୁଥିବା ବୈଷ୍ଣବ କହିଛନ୍ତି । କେବଳ ୫ଜି କାହିଁକି, ୬ଜି ପ୍ରସଙ୍ଗରେ ମଧ୍ୟ ଭାରତ ଅନ୍ୟ ରାଷ୍ଟ୍ରଙ୍କଠାରୁ ଆଗୁଆ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking