38.1 C
Bhubaneswar
Friday, April 26, 2024
Homeବିଜିନେସ୍୨୦୨୨-୨୩ ଆର୍ôଥକବର୍ଷ ରିପୋର୍ଟ; ଏଫ୍‌ଡିଆଇ ୭୧ ବିଲିୟନ ଡଲାରକୁ ହ୍ରାସ

୨୦୨୨-୨୩ ଆର୍ôଥକବର୍ଷ ରିପୋର୍ଟ; ଏଫ୍‌ଡିଆଇ ୭୧ ବିଲିୟନ ଡଲାରକୁ ହ୍ରାସ

ନୂଆଦିଲ୍ଲୀ : ବିଗତ ଆର୍ôଥକବର୍ଷ (୨୦୨୨-୨୩)ରେ ଭାରତରେ ବିଦେଶୀ ପୁଞ୍ଜି ବିନିଯୋଗ (ଏଫ୍‌ଡିଆଇ) ପରିମାଣ ୭୧ ବିଲିୟନ ଡଲାର ହ୍ରାସ ପାଇଥିବା ଜଣାପଡିଛି । ଗତ ଏକ ଦଶନ୍ଧି ମଧ୍ୟରେ ଏଫ୍‌ଡିଆଇ ପ୍ରଥମ ଥର ହ୍ରାସ ପାଇଥିବା କୁହାଯାଇଛି । ବିଶ୍ୱରେ ଆର୍ôଥକ ମାନ୍ଦାବସ୍ଥା ଜାରି ରହିଥିବାରୁ ଏହାର ପ୍ରତିକୂଳ ପ୍ରଭାବ ଏଫ୍‌ଡିଆଇ ଉପରେ ପଡୁଥିବା ଆଶଙ୍କା କରାଯାଇଛି । ୨୦୨୧-୨୨ ଆର୍ôଥକବର୍ଷରେ ଏଫ୍‌ଡିଆଇ ପରିମାଣ ୮୧.୯୭ ବିଲିୟନ ଡଲାର ଥିବାବେଳେ ୨୦୨୨-୨୩ରେ ଗତ ଆର୍ôଥକବର୍ଷରେ ଏହା ୭୧ ବିଲିୟନ ରହିଥିଲା । ଅର୍ଥାତ୍ ଏହି ପ୍ରସଙ୍ଗରେ ୧୬.୩ ପ୍ରତିଶତ ହ୍ରାସ ଘଟିଛି । ବିଦେଶୀ କମ୍ପାନୀଗୁଡିକ ପୂର୍ବବର୍ଷଗୁଡିକରେ ମୁଖ୍ୟତଃ ମ୍ୟାନୁଫାକ୍‌ଚରିଂ, କମ୍ପ୍ୟୁଟର ସର୍ଭିସ ଏବଂ କମ୍ୟୁନିକେସନ ସର୍ଭିସ ପ୍ରକଳ୍ପ ପାଇଁ ଭାରତରେ ପୁଞ୍ଜି ବିନିଯୋଗ କରୁଥିଲେ । ତେବେ ଏଫ୍‌ଡିଆଇ ହ୍ରାସ ପ୍ରସଙ୍ଗରେ ଆମେରିକା, ସ୍ୱିଜରଲାଣ୍ଡ ଓ ମରିସସ୍ କମ୍ପାନୀଗୁଡିକର ଅଧିକ ଅବଦାନ ରହିଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking