25.1 C
Bhubaneswar
Thursday, April 30, 2026
Homeଦେଶ ବିଦେଶନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ିଲେ ରାଷ୍ଟ୍ରପତି

ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଛାତ୍ର ମାନଙ୍କୁ ପାଠ ପଢ଼ାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।ରାଷ୍ଟ୍ରପତି ପିଲାମାନଙ୍କୁ ଗ୍ଲୋବାଲ ଓ୍ବାର୍ମିିଂ ବିଷୟରେ ପଢ଼ାଇଛନ୍ତି ଏବଂ ସେ ପିଲାମାନଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ଯେପରିକି ଆମର କେତୋଟି ଋତୁ। ସେଥିମଧ୍ୟରୁ ଆମେ କେଉଁ ଋତୁକୁ ଅନୁଭବ କରୁଛେ। ପିଲାମାନେ ମଧ୍ୟ ଖୁବ୍‌ ସୁନ୍ଦର ଭାବେ ଉତ୍ତର ରଖିଥିଲେ । ପିଲାମାନେ କହିଥିଲେ, ଆମେ ୩ଟି ଋତୁକୁ ଅନୁଭବ କରୁଛେ।ରାଷ୍ଟ୍ରପତି ପୁଣି ପଚାରିଥିଲେ କେଉଁ ଋତୁକୁ ସବୁଠୁ ଅଧିକ ଅନୁଭବ କରୁଛେ। ଜଣେ ଛାତ୍ରୀ ଉତ୍ତର ଦେଇଥିଲେ ଗ୍ରୀଷ୍ମ ଋତୁ। ରାଷ୍ଟ୍ରପତି କହିଥିଲେ ଏହାର କାରଣ ହେଉଛି ଗ୍ଲୋବାଲ ଓ୍ବାର୍ମିଂ ବା ପରିବେଶ ପ୍ରଦୂଷଣ। ରାଷ୍ଟ୍ରପତି ବହୁତ ଖୁସି ଥିଲେ ପିଲାମାନଙ୍କ ସହ ମିଶି। ପିଲାମାନେ ମଧ୍ୟ ରାଷ୍ଟ୍ରପତିଙ୍କୁ ପାଖରେ ପାଇ ବହୁତ ଖୁସି ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking