28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବିଜେପି ହାତରୁ ଖସୁଛି ଝାଡଖଣ୍ଡ

ବିଜେପି ହାତରୁ ଖସୁଛି ଝାଡଖଣ୍ଡ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳ । ସକାଳ ୮ଟାରୁ ମତଗଣନା ଜାରି ରହିଛି । ୮୧ ସିଟ୍ ବିଶିଷ୍ଟ ବିଧାନସଭା ପାଇଁ ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ୫ଟି ପର୍ଯ୍ୟାୟରେ ମତଦାନ ହୋଇଛି । ଝାଡ଼ଖଣ୍ଡରେ ମହାଁମୁହିଁ ହୋଇଛନ୍ତି ବିଜେପି ଓ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା । ଭୋଟ ଗଣତିକୁ ନଜର ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏକଜିଟ୍ ପୋଲର ରିପୋର୍ଟ ଅନୁଯାୟୀ ଝାଡ଼ଖଣ୍ଡର ୮୧ ବିଧାନସଭା ଆସନରୁ ଜେଏଏମ ୨୧, କଂଗ୍ରେସ ୧୬ ଓ ଆରଜେଡି ୩ଟି, ବିଜେପିକୁ ୨୯, ଏଜେଏସ୍‌ୟୁ ଓ ଜେଭିଏମକୁ ୩ଟି ଲେଖାଏ ଓ ଅନ୍ୟାନ୍ୟ ଦଳକୁ ୫ଟି ଆସନ ମିଳିବାର ସମ୍ଭାବନା ରହିଛି । ବିଜେପି ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବ ବୋଲି ଆକଳନ କରିଥିବା ବେଳେ ଏକଜିଟ୍ ପୋଲ୍ କିନ୍ତୁ ବିଜେପି ଗାଦିଚ୍ୟୁତ ହେବ ବୋଲି ଆକଳନ କରିଛି ।
ଆଜି ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଛି। ୨୪ଟି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ୮୧ଟି ବିଧାନସଭା ଆସନରେ ଗଣତି ଚାଲିଛି। ପୂର୍ବ ଜାମସେଦପୁର ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏହି ଆସନରେ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ତାଙ୍କର ପୂର୍ବତନ ସହଯୋଗୀ ସର୍ଯ୍ୟୁ ରାୟ। ବିଜେପି ସର୍ଯ୍ୟୁ ରାୟଙ୍କୁ ଟିକେଟ ଦେବନି ବୋଲି ନିଷ୍ପତ୍ତି ନେବା ପରେ ଦଳ ଛାଡ଼ି ସେ ରଘୁବରଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ୧୯୯୫ରୁ ଏହି ଆସନରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ବିଜୟୀ ହୋଇ ଆସୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking